
ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ ଅନ୍ତର୍ଗତ ବରିପଦା ଗାଁର ମାଟି ସାହିରେ ଏକ ଦୁଃଖଦ ଘଟଣା ଘଟିଛି। ସ୍ତ୍ରୀକୁ ହତ୍ୟା କରିବା ପରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକମାନେ ହେଲେ ବୁଦ୍ଧିରାମ ମାଝୀ ଓ ତାଙ୍କ ସ୍ତ୍ରୀ ତୁଳସୀ।
ସୂଚନା ଅନୁସାରେ, ଗତକାଲି ବିଳମ୍ୱିତ ରାତିରେ କୌଣସି କାରଣରୁ ବୁଦ୍ଧିରାମ ସ୍ତ୍ରୀ ତୁଳସୀଙ୍କୁ ଏକ ଶଙ୍ଖରେ ଆକ୍ରମଣ କରିଥିଲେ। ଏଥିରେ ତୁଳସୀଙ୍କର ମୃତ୍ୟୁ ଘଟିଥିଲା। ପରେ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।
ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
from OdishaReporter https://ift.tt/2LFPKN7
No comments:
Post a Comment