ଏତେ ଦିନ ପରେ ମନେ ପଡ଼ିଲା ଓଡ଼ିଶା ଚଳଚ୍ଚିତ୍ର ଶିଳ୍ପର ବିକାଶ, ଗଢ଼ାଗଲା କମିଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 23, 2018

ଏତେ ଦିନ ପରେ ମନେ ପଡ଼ିଲା ଓଡ଼ିଶା ଚଳଚ୍ଚିତ୍ର ଶିଳ୍ପର ବିକାଶ, ଗଢ଼ାଗଲା କମିଟି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ଚଳଚ୍ଚିତ୍ର ଶିଳ୍ପ ରୁଗ୍‌ଣ ଅବସ୍ଥାରେ ପଡ଼ିଛି। ଦୀର୍ଘ ୧୮ ବର୍ଷ ପରେ ଏହାର ଉନ୍ନତି କଥା ରାଜ୍ୟ ସରକାରଙ୍କର ମନେ ପଡ଼ିଛି। ଚଳଚ୍ଚିତ୍ର ଶିଳ୍ପର ଉନ୍ନତି ଓ ବିକାଶ କିପରି ହୋଇପାରିବ ସେଥିପାଇଁ ଏକ ଚିଠା ନୀତି ପ୍ରସ୍ତୁତ କରାଯିବ। ଖାସ୍‌ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରିସ୍ତରୀୟ କମିଟି ଗଠନ କରିଛନ୍ତି। ଏଥିରେ MSME ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ସଭ୍ୟ ରହିବେ। ଶିଳ୍ପ ବିଭାଗର ପ୍ରମୁଖ ସଚିବ କମିଟିର ଆବାହକ ସଦସ୍ୟ ରହିବେ। ମାସେ ଭିତରେ କମିଟି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କଳିଙ୍ଗ ଷ୍ଟୁଡିଓର ଉନ୍ନତି ସମ୍ପର୍କରେ ଆଲୋଚନା ହୋଇଥିଲା।

ଓଡ଼ିଶାର ପ୍ରଥମ ଓ ଏକମାତ୍ର ୨୫ ଏକର ଜମିରେ ନିର୍ମାଣ ହୋଇଥିଲା କଳିଙ୍ଗ ଷ୍ଟୁଡିଓ। ମନ୍ଦିର, ଭିଲେଜ୍ କମ୍ପ୍ଲେକ୍ସ୍, ଡେକୋରେଟିଭ୍ କଟେଜ୍, ଡବିଂ ଥିଏଟର୍, ଜେନେରେଟର୍ ବସ୍, କ୍ରେନ୍ ଆଉ ୩ ମହଲା ବିଶିଷ୍ଟ ଏଡିଟିଂ ରୁମ୍ ଥିଲା। କିନ୍ତୁ ବ୍ୟବହାର ନହେବାରୁ ତାହା ଖତ ଖାଉଛି। ଚାରିଆଡ଼େ ବଣବୁଦା ଓ ଅନାବନା ଗଛ। ମଝିରେ ମଝିରେ ଓଡ଼ିଶା ସିନେଜଗତର ଉତ୍‌ଥାନ୍‌ପତନର ମୂକସାକ୍ଷୀ କଳିଙ୍ଗ ଷ୍ଟୁଡିଓର ଅବଶେଷ। ଯନ୍ତ୍ରାଂଶ ଓ ଉପକରଣ କହିଲେ କିଛି କଳଙ୍କିଲଗା ଲୁହା। ଆଉ ଷ୍ଟୁଡିଓ କହିଲେ ଖାଁଖାଁ ଭୂତକୋଠି।

୧୯୮୨ ମସିହାରେ ଭୁବନେଶ୍ୱର ଉପକଣ୍ଠରେ ପ୍ରତିଷ୍ଠା ହୋଇଥିଲା କଳିଙ୍ଗ ଷ୍ଟୁଡିଓ। ଓଡ଼ିଆ ଫିଲ୍ମ ଶିଳ୍ପ ପାଇଁ ଆଣିଥିଲା ବିରାଟ ସୁବିଧା। ସେତେବେଳେ କଲିକତା, ମାଡ୍ରାସ୍ ଓ ବମ୍ବେ ଉପରେ ନିର୍ଭର କରୁଥିବା ଓଡ଼ିଶା ଫିଲ୍ମ ନିର୍ମାତାଙ୍କ ପାଇଁ ଏହା ବରଦାନ ପାଲଟିଥିଲା। ବହୁ ଫିଲ୍ମ ନିର୍ମାତା ଓ କଳାକାରଙ୍କ ଭାଗ୍ୟ ଗଢ଼ିଥିବା ଏହି ଷ୍ଟୁଡିଓକୁ ବାହାର ରାଜ୍ୟରୁ ବି ନିର୍ଦ୍ଦେଶକ ଓ ପ୍ରଯୋଜକ ଆସୁଥିଲେ। ଫିଲ୍ମ ନିର୍ମାଣ ପାଇଁ  ମାତ୍ର କ୍ଷତିରେ ଚାଲୁଥିବା ଦର୍ଶାଇ ୨୦୦୭ରେ କଳିଙ୍ଗ ଷ୍ଟୁଡିଓରେ ତାଲା ପଡ଼ିଲା। ସେବେଠାରୁ ଆଜିଯାଏ ସରକାର କିମ୍ୱା ରାଜ୍ୟ ଚଳଚ୍ଚିତ୍ର ନିଗମ ଏଥିପ୍ରତି ସାମାନ୍ୟତମ ନଜର ଦେବା ତ ଦୂରର କଥା, ବରଂ ଏହାକୁ କ୍ରୀଡ଼ା ବିଭାଗକୁ ହସ୍ତାନ୍ତର କରିବା ପାଇଁ ମସୁଧା ଚଳାଇଥିଲେ। ପ୍ରବଳ ଜନ ବିରୋଧ ଯୋଗୁ ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୋଇପାରିନଥିଲା।



from OdishaReporter https://ift.tt/2mIdanj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages