ଆଜିଠୁ ସଂସଦର ମୌସୁମୀ ଅଧିବେଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 17, 2018

ଆଜିଠୁ ସଂସଦର ମୌସୁମୀ ଅଧିବେଶନ

indian-parliament

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ। ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ୧୮ଟି କାର୍ଯ୍ୟ ଦିବସ ରହିଛି। ଚାଷୀ ସମସ୍ୟା, ପିଏନ୍‌ବି ସ୍କାମ୍‌ଠାରୁ ଆରମ୍ଭ କରି ଦଳିତଙ୍କ ଉପରେ ଆକ୍ରମଣ ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ସରଗରମ୍‌ ହୋଇପାରେ।

ତିନ୍‌ ତଲାକ୍ ବିଲ୍‌ ଉପରେ ସରକାର ଗୁରୁତ୍ୱ ଦେଉଥିବାରୁ ଏହାକୁ ପାରିତ କରିବାକୁ ଚେଷ୍ଟା କରିବେ। ମହିଳା ସଂରକ୍ଷଣ ବିଲ୍‌ ପାସ୍ କରାଇବା ଉପରେ କଂଗ୍ରେସ୍‌ ଗୁରୁତ୍ୱ ଦେବ। ଏହି ବିଲ୍‌କୁ ଦଳ ସମର୍ଥନ କରିଛି। ଏନେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ମଧ୍ୟ ଲେଖିଛନ୍ତି। ସେହିପରି ଏସ୍‌/ଏସ୍‌ଟି ସଂରକ୍ଷଣ ସଂଶୋଧନ ସମେତ ଆଉ କିଛି ନୂଆ ବିଲ୍ ଆଗତ ହୋଇପାରେ।

ବିଜେଡି ମହାନଦୀ, ପୋଲାଭରମ୍ ଓ ଏମ୍ଏସ୍‌ପି ପ୍ରସଙ୍ଗ ଗୃହରେ ଉଠାଇବ ବୋଲି ସୂଚନା ଦେଇଛି।

ଗତ ଅଧିବେଶନ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଥିବା ବେଳେ ଏଥର ସୁରୁଖୁରୁରେ ଗୃହ ଚଳାଇବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ୍‌ ହେବ।



from OdishaReporter https://ift.tt/2No4oG4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages