ଶାହାରୁଖଙ୍କ ପୋଜ୍‌କୁ ଏମିତି ବ୍ୟବହାର କରୁଛି ଆସାମ ପୁଲିସ୍‌: ଜାଣନ୍ତୁ କ’ଣ କହିଲେ କିଙ୍ଗ୍‌ ଖାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 28, 2018

ଶାହାରୁଖଙ୍କ ପୋଜ୍‌କୁ ଏମିତି ବ୍ୟବହାର କରୁଛି ଆସାମ ପୁଲିସ୍‌: ଜାଣନ୍ତୁ କ’ଣ କହିଲେ କିଙ୍ଗ୍‌ ଖାନ୍‌

ଗୌହାଟି: ଶାହାରୁଖ୍ ଖାନ୍‌ ହେଉଛନ୍ତି ବଲିଉଡ୍‌ର କିଙ୍ଗ୍‌ ଖାନ୍‌। ତାଙ୍କୁ ‘କିଙ୍ଗ୍‌ ଅଫ୍ ରୋମାନ୍ସ’ ମଧ୍ୟ କୁହାଯାଏ। ଫିଲ୍ମରେ ଦୁଇ ହାତ ଖୋଲି ଏକ ନିଆରା ଢଙ୍ଗରେ ସେ ଛିଡ଼ା ହୁଅନ୍ତି। ଏହାକୁ ତାଙ୍କର ସିଗ୍ନେଚର୍ ପୋଜ୍ କୁହାଯାଏ। ତାଙ୍କର ଏହି ସିଗ୍ନେଚର୍ ପୋଜ୍‌କୁ ଏବେ ଆସାମ୍ ପୁଲିସ୍ ଲୋକଙ୍କୁ ସଚେତନ କରିବା ପାଇଁ ବ୍ୟବହାର କରିଛି।

srkଗୁରୁବାର ଦିନ ଜାଲୁକବାରୀର ଆସିଷ୍ଟାଣ୍ଟ୍‌ ପୁଲିସ୍ କମିଶନର ଏକ ଗ୍ରାଫିକ୍‌କୁ ତାଙ୍କ ଟ୍ୱିଟ୍‌ର ଆକାଉଣ୍ଟରେ ପୋଷ୍ଟ୍ କରିଥିଲେ। ଏଥିରେ ସେ ଲେଖିଥିଲେ ଶାହାରୁଖଙ୍କ ଏହି ପୋଜ୍ ସମସ୍ତଙ୍କୁ ଆକୃଷ୍ଟ କରିଛି। କିନ୍ତୁ ଦୟାକରି ବାର୍ତ୍ତାଟିକୁ ମଧ୍ୟ ପଢ଼ନ୍ତୁ। ଟ୍ରାଫିକ୍ ନିୟମ ମାନନ୍ତୁ।”

srkତାଙ୍କର ଏହି ଟ୍ୱିଟ୍‌କୁ ହଜାର ହଜାର ଲୋକ ଲାଇକ୍ କରିଛନ୍ତି। ଏପରିକି ‘କିଙ୍ଗ୍ ଖାନ୍‌’ଙ୍କ ନଜରକୁ ବି ଏହି ଟ୍ୱିଟ୍ ଆସିଛି। ତାଙ୍କ ସିଗ୍ନେଚର୍‌ ପୋଜ୍‌କୁ ଏମିତି ଢଙ୍ଗରେ ବ୍ୟବହାର କରାଯାଇଥିବାରୁ ସେ ଖୁସି ହୋଇଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି,“ମୁଁ ଭାବୁଛି ଏହି ପୋଜ୍‌ରେ ସବୁଠୁ ଭଲ ବାର୍ତ୍ତା ଦିଆଯାଇଛି। ଦୟାକରି ଟ୍ରାଫିକ୍ ନିୟମ ମାନନ୍ତୁ।”

srkଆସିଷ୍ଟାଣ୍ଟ୍‌ ପୁଲିସ୍ କମିଶନର ଯେଉଁ ଗ୍ରାଫିକ୍‌ଟି ଟ୍ୱିଟ୍ କରିଥିଲେ ସେଥିରେ ‘କିଙ୍ଗ୍‌ ଖାନ୍‌’ ଗୋଟିଏ ହାତରେ ଏକ ପ୍ଲାକାର୍ଡ ରହିଛି। ଏଥିରେ ଲେଖା ହୋଇଛି,“ଦୟାକରି ଟ୍ରାଫିକ୍ ନିୟମ ପାଳନ କରନ୍ତୁ”। ଏହା ସହିତ ରାସ୍ତାରେ ଏକ କାର୍ ଅଛି। ଏଥିରେ ଡ୍ରାଇଭର୍‌ ବସିଛି। ସେମିତି ଜଣେ ବ୍ୟକ୍ତି ରାସ୍ତା ଅତିକ୍ରମ କରୁଛନ୍ତି।

srkଆସାମ ପୁଲିସ୍ ପକ୍ଷରୁ ଟ୍ୱିଟ୍‌ରରେ ଆଉ ଏକ ପୋଷ୍ଟ୍ ମଧ୍ୟ କରାଯାଇଛି। ଏଥିରେ ଶାହାରୁଖ୍ ଖାନ୍‌ଙ୍କ ଆଉ ଏକ ଫିଲ୍ମ ‘କୁଛ୍ କୁଛ୍‌ ହୋତା ହୈ’ର ଏକ ପ୍ରସିଦ୍ଧ ସଂଳାପକୁ ଭିନ୍ନ ଢଙ୍ଗରେ ବ୍ୟବହାର କରାଯାଇଛି। ଏଥିରେ ଲେଖାଯାଇଛି,“ଟ୍ରାଫିକ୍ ନିୟମଗୁଡ଼ିକୁ ପାଳନ ନ କଲେ, କିଛି କିଛି ନୁହେଁ, ବହୁତ କିଛି ଘଟିଯିବ।”



from OdishaReporter https://ift.tt/2vi2M9o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages