କ୍ଷମା ମାଗିଲେ ଗଡ଼କରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 27, 2018

କ୍ଷମା ମାଗିଲେ ଗଡ଼କରୀ

gadkari

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ଗୁରୁବାର ଲୋକସଭାରେ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ କ୍ଷମା ମାଗିଛନ୍ତି। ନିଜ ଲୋକସଭା ନିର୍ବାଚନ ମଣ୍ଡଳୀରେ ଏକ ରାଜପଥ ଉଦ୍‌ଘାଟନ ସମାରୋହକୁ ତାଙ୍କୁ ନିମନ୍ତ୍ରଣ କରାନଯିବା ତଥା ନିମନ୍ତ୍ରଣପତ୍ରରେ ତାଙ୍କ ନାମ ଉଲ୍ଲେଖ କରାଯାଇନଥିବା କଥାକୁ ନେଇ ସିନ୍ଧିଆ ଆପତ୍ତି ଉଠାଇଥିଲେ। ଏହାକୁ ନେଇ ସେ ବାଚସ୍ପତିଙ୍କୁ ‘ବିଶେଷ ଅଧିକାର କ୍ଷୁଣ୍ଣ’ ନୋଟିସ୍‌ ଦେଇଥିଲେ। ଏଥିପାଇଁ ଗଡ଼କରୀଙ୍କୁ କ୍ଷମା ମାଗିବାକୁ ପଡ଼ିଛି।

ଗତକାଲି ଶୂନ୍ୟକାଳ ଆରମ୍ଭ ହେବା ମାତ୍ରେ ସିନ୍ଧିଆ କହିଥିଲେ,“ଏମିତି କାର୍ଯ୍ୟକ୍ରମଗୁଡ଼ିକରେ ସ୍ଥାନୀୟ ସାଂସଦମାନଙ୍କୁ ପ୍ରୋଟୋକଲ୍‌ ଅନୁଯାୟୀ ନିମନ୍ତ୍ରଣ କରାଯିବା ଉଚିତ୍‌।”

ଏହାର ଜବାବରେ ନିତିନ ଗଡ଼କରୀ କହିଥିଲେ,“ଏକଥା ମୁଁ ଜାଣିଛି। ସେଠାରେ ମୁଁ ଉପସ୍ଥିତ ଥିଲି। ଏହାର ଉତ୍ତରଦାୟିତ୍ୱ ମୁଁ ନେବା ଉଚିତ୍‌। ସାଂସଦଙ୍କ ନାଁ ସେଥିରେ ରହିବା ଦରକାର ଥିଲା। ସମସ୍ତଙ୍କ ତରଫରୁ ମୁଁ କ୍ଷମା ମାଗୁଛି।”

ତେବେ ଗଡ଼କରୀଙ୍କ ଉତ୍ତରରେ ସିନ୍ଧିଆ ସନ୍ତୁଷ୍ଟ ହୋଇ ନଥିଲେ। ସେ କହିଥିଲେ,“ଏପରି ଭୁଲ୍‌ ପାଇଁ ଦାୟୀ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍‌। କାରଣ ଏହା ଜଣେ ସାଂସଦଙ୍କ ବିଶେଷ ଅଧିକାରକୁ କ୍ଷୁଣ୍ଣ କରୁଛି।”



from OdishaReporter https://ift.tt/2LIsbn1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages