
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଂଘାତି ସ୍ୱାମୀ। ନିଜର ଦ୍ୱିତୀୟ ସ୍ତ୍ରୀକୁ ଲଗାଇ ତିଆରି କରୁଥିଲା ଅଶ୍ଳୀଳ ଭିଡ଼ିଓ। ପରେ ସେହି ଭିଡ଼ିଓ ଭାଇରାଲ୍ କରିଦେବ ବୋଲି ଧମକ ଦେଇ କରୁଥିଲା ବ୍ଲକମେଲିଂ। ଏପରି କାରବାର ଚାଲିଥିଲା ରାଜଧାନୀ ଭୁବନେଶ୍ୱରରେ। କମିଶନରେଟ୍ ପୁଲିସ ଆଜି ଅଭିଯୁକ୍ତ ସ୍ୱାମୀ ଅନନ୍ତ ମହାରଣାଙ୍କୁ ଗିରଫ କରିଛି। ଏବେ ସୁଦ୍ଧା ଦ୍ୱିତୀୟ ପତ୍ନୀ ଫେରାର ଅଛନ୍ତି। ପୁଲିସ ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି।
ଖଣ୍ଡଗିରିସ୍ଥିତ ଏକ ଭଡ଼ା ଘରେ ଚାଲିଥିଲା ଏହି କାରବାର। ଅନନ୍ତ ତାଙ୍କର ଦ୍ୱିତୀୟ ପତ୍ନୀଙ୍କୁ ବ୍ୟବହାର କରି ଜଣେ ବ୍ୟବସାୟୀଙ୍କୁ ହନିଟ୍ରାପ୍ରେ ପକାଇ ଥିଲେ। ଏହି ସବୁ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ କାନ୍ଥରେ ଲାଗିଥିବା ସିକ୍ରେଟ୍ କ୍ୟାମେରାରେ ରେକର୍ଡ ହୋଇଥିଲା। ଏହାପରେ ସେହି ଭିଡ଼ିଓ ଦେଖାଇ ଦାବି କରୁଥିଲା ୧୦ ଲକ୍ଷ ଟଙ୍କା। ନହେଲେ ଭିଡିଓ ଭାଇରାଲ କରିବାକୁ ଦେଇଥିଲେ ଧମକ। ଲୋକଲଜ୍ଜା ଭୟରେ ବ୍ୟବସାୟୀ ଜଣକ ଟଙ୍କା ଦେବାକୁ ରାଜି ହୋଇଥିଲେ। ଶେଷରେ ୫ ଲକ୍ଷ ଟଙ୍କାରେ ଡିଲ୍ ଫାଇନାଲ ହୋଇଥିଲା। ଏହାପରେ ବ୍ୟବସାୟୀଠାରୁ ଅଢେଇ ଲକ୍ଷ ଟଙ୍କା ଦେଇଥିଲେ ଅନନ୍ତ। ତେବେ ବଳକା ଟଙ୍କା ନପାଇବାରୁ ଅନନ୍ତ ଭିଡ଼ିଓକୁ ଭାଇରାଲ କରିଦେଇଥିବା ଅଭିଯୋଗ ହୋଇଛି। ପୁଲିସ୍ ଅନନ୍ତଙ୍କୁ ଗିରଫ କରିବା ପରେ ଏବେ ଭିଡ଼ିଓରେ ଥିବା ଦ୍ୱିତୀୟ ପତ୍ନୀଙ୍କୁ ଖୋଜୁଛି। ମାତ୍ର ସେ ଫେରାର ହୋଇଯାଇଛି।
ଭାଇରାଲ ଭିଡିଓ ମାମଲାରେ ପୁଲିସକୁ ଅନନ୍ତଙ୍କ ପାଖରୁ ଏକ ଗୁପ୍ତ ଡାଏରୀ ମିଳିଛି। ଏଥିରେ ଏକାଧିକ ନାମୀଦାମୀ ଯୁବତୀଙ୍କ ନାଁ, ଫୋନ୍ ନମ୍ବର ଓ ରେଟ୍ ଚାଟ ଲେଖା ରହିଛି। ଏହା ପଛରେ ଏକ ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍ କାମ କରୁଥିବା ପୁଲିସ ସନ୍ଦେହ କରୁଛି।
from OdishaReporter https://ift.tt/2OxUuDs
No comments:
Post a Comment