
ନୂଆଦିଲ୍ଲୀ: ଦୁର୍ଦ୍ଦାନ୍ତ ମହିଳା ଅପରାଧୀ ବାସିରନ୍ଙ୍କୁ ଶେଷରେ ପୁଲିସ୍ ଗିରଫ କରିଛି। ୬୨ ବର୍ଷିଆ ଏହି ଗ୍ୟାଙ୍ଗଷ୍ଟର ନାଁରେ ୧୧୩ଟି ଅପରାଧିକ ମାମଲା ରହିଛି।
୪୫ ବର୍ଷ ତଳେ ଅପରାଧ ଦୁନିଆରେ ପାଦ ଦେଇଥିବା ବାସିରନଙ୍କୁ ଶନିବାର ଦିନ ଦିଲ୍ଲୀ ପୁଲିସ୍ ରାଜସ୍ଥାନରୁ ଗିରଫ କରିଛି। ଏକ ମାମଲାରେ ୮ ମାସ ହେଲା ସେ ଫେରାର ଥିଲା।
ବାସିରନ୍ଙ୍କୁ ତାଙ୍କ ଗ୍ୟାଙ୍ଗର ସଦସ୍ୟମାନେ ‘ମମ୍ମି’ ବୋଲି ଡାକନ୍ତି।
ତାଙ୍କର ୮ ଜଣ ପୁଅ ଅଛନ୍ତି। ସେମାନେ ବି ଅପରାଧିକ ମାମଲାରେ ସଂପୃକ୍ତ। ସେମାନଙ୍କ ନାଁ’ରେ ହତ୍ୟା, କଣ୍ଟ୍ରାକ୍ଟ ବା ସୁପାରି ମର୍ଡର, ଚୋରି, ଛିନତାଇ ଓ ବେଆଇନ ମଦ ବିକ୍ରି ଭଳି ଶତାଧିକ ମାମଲା ଗଡ଼ୁଛି।
୮ ମାସ ତଳେ ବାସିରନ୍ ଓ ତାଙ୍କ ଗ୍ୟାଙ୍ଗର ସଦସ୍ୟମାନେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ପାଇଁ କଣ୍ଟ୍ରାକ୍ଟ ବା ‘ସୁପାରି’ ପାଇଥିଲେ। ଗ୍ୟାଙ୍ଗର ସଦସ୍ୟମାନେ ସେହି ବ୍ୟକ୍ତିଙ୍କୁ ମଦ ପିଇବା ବାହାନାରେ ଜଙ୍ଗଲକୁ ନେଇ ଯାଇଥିଲେ ଓ ସେଠାରେ ତାଙ୍କୁ ହତ୍ୟା କରିଥିଲେ। ଏହା ପରେ ତାଙ୍କ ମୃତଦେହକୁ ସେଇଠି ଜାଳି ଦେଇଥିଲେ।
ସପ୍ତାହେ ପରେ ପୁଲିସ୍ ଏ ଘଟଣା ବିଷୟରେ ଜାଣି ପାରିଥିଲା। ଏ ମାମଲାରେ ସଂପୃକ୍ତ ବ୍ୟକ୍ତିମାନଙ୍କୁ ପୁଲିସ୍ ଗିରଫ କରିଥିଲା। ତେବେ ‘ମମ୍ମି’ ବାସିରନ୍ ଫେରାର ହୋଇଯାଇଥିଲା।
from Odisha Reporter https://ift.tt/2OPOsxh
No comments:
Post a Comment