
କୋଣାର୍କ(ସଞ୍ଜୟ ପତି): ପୁରୀ ଜିଲ୍ଲା ରାମଚଣ୍ଡୀ ଥାନା ଅନ୍ତର୍ଗତ ବଡ଼ଗାଁରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ହୃଷିକେଶ ଛୋଟରାୟ।
ଆଜି ସକାଳେ ହୃଷିକେଶ ଶୌଚ ପାଇଁ ବାହାରକୁ ଆସିଥିବା ବେଳେ ୧୧ କେ.ଭି. ତାର ସଂସ୍ପର୍ଶରେ ଆସିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ହୃଷିକେଶଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଗ୍ରାମବାସୀ କୋଣାର୍କ-ପୁରୀ ଜାତୀୟ ରାଜପଥ ଅବରୋଧ କରିଛନ୍ତି।
from Odisha Reporter https://ift.tt/2OJj4QY
No comments:
Post a Comment