ନେହରୁ ସ୍ମାରକୀକୁ ଅକ୍ଷୁଣ୍ଣ ରଖିବାକୁ ମୋଦିଙ୍କୁ ମନମୋହନଙ୍କ ଚିଠି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 27, 2018

ନେହରୁ ସ୍ମାରକୀକୁ ଅକ୍ଷୁଣ୍ଣ ରଖିବାକୁ ମୋଦିଙ୍କୁ ମନମୋହନଙ୍କ ଚିଠି

later to madi

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର୍‌): ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁଙ୍କ ସ୍ମୃତିସ୍ଥଳ ‘ନେହରୁ ମେମୋରିଆଲ୍‌ କମ୍ପ୍ଲେକ୍ସ୍‌’କୁ ମ୍ୟୁଜିୟମ୍‌ ଭାବେ ପରିବର୍ତ୍ତନ ନ କରିବା ପାଇଁ ସେ ଏହି ଚିଠିରେ ନିବେଦନ କରିଛନ୍ତି। ଏହା ‘ତିନମୂର୍ତ୍ତି ଭବନ’ ଭାବେ ଦେଶବ୍ୟାପୀ ପରିଚିତ।

ନିକଟରେ କେନ୍ଦ୍ର ସରକାର ଦିଲ୍ଲୀର ‘ନେହରୁ ମେମୋରିଆଲ୍‌ କମ୍ପ୍ଲେକ୍ସ୍’କୁ ମରାମତି କରି ଏଠାରେ ଏକ ମ୍ୟୁଜିୟମ୍‌ ପ୍ରତିଷ୍ଠା କରିବା ପାଇଁ ଯୋଜନା କରିଛନ୍ତି।  ତେବେ ଏହି ମେମୋରିଆଲ୍‌ କମ୍ପ୍ଲେକ୍ସ୍‌ରେ ନେହରୁଙ୍କ ସ୍ମୃତି ସାଇତା ହୋଇ ରହିଛି ବୋଲି ମନମୋହନ ସିଂହ ତାଙ୍କ ଚିଠିରେ ଦର୍ଶାଇଛନ୍ତି।

ନେହରୁଙ୍କ ସ୍ମୃତି ଓ ଏହି ମେମୋରିଆଲ୍‌ କମ୍ପ୍ଲେକ୍ସ୍‌ର ଐତିହ୍ୟକୁ ବଜାୟ ରଖିବା ପାଇଁ ଏହାକୁ ମ୍ୟୁଜିୟମ୍‌ରେ ପରିବର୍ତ୍ତନ ନ କରିବାକୁ ମନମୋହନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।



from Odisha Reporter https://ift.tt/2wqzpSZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages