
ଭୂବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନ ବେଳା ତ ସମସ୍ତେ ଗାଧାନ୍ତି। ହେଲେ ରାତିରେ ଶୋଇବା ପୂର୍ବରୁ ବହୁତ୍ କମ୍ ଲୋକ ଗାଧାନ୍ତି। ରାତିରେ ଶୋଇବା ପୂର୍ବରୁ ଗାଧୋଇବା ସ୍ୱାସ୍ଥ୍ୟ ପାଇଁ ଭଲ। ବିଶେଷ କରି ଥଣ୍ଡା ପାଣିରେ ଗାଧେଇଲେ ଅଧିକ ଲାଭ ମିଳେ। ତା’ହେଲେ ଆସନ୍ତୁ ଜାଣିବା ରାତିରେ ଶୋଇବା ପୂର୍ବରୁ ଗାଧୋଇଲେ କ’ଣ ସବୁ ଫାଇଦା ମିଳେ।
୧) ସୌନ୍ଦର୍ଯ୍ୟ: ଥଣ୍ଡା ପାଣିରେ ଗାଧୋଇଲେ ତ୍ୱଚା ସଫା ଦେଖାଯିବା ସହ ବ୍ରଣ ଭଳି ସମସ୍ୟା ଦୂର ହୁଏ। ଗାଧୋଇ ଶୋଇଲେ ମୁହଁରେ ମଇଳା ଜମେ ନାହିଁ। ଫଳରେ ତ୍ୱଚାରେ ରୁକ୍ଷପଣ ରହେ ନାହିଁ ଓ ଏହାର ଚମକ ବଜାୟ ରହେ।

୨) ମୋଟାପଣ: ଆଜିକାଲି ଲୋକଙ୍କର ସବୁଠୁ ବଡ଼ ସମସ୍ୟା ହେଉଛି ମୋଟାପଣ। ମୋଟାପଣରୁ ମୁକ୍ତି ପାଇବା ପାଇଁ ଲୋକେ ଜିମ୍ ଯାଆନ୍ତି ଓ ଡାଏଟିଂ କରନ୍ତି। ତେବେ ଆପଣ ଜାଣନ୍ତି, ରାତିରେ ଗାଧୋଇ ଶୋଇବା ଦ୍ୱାରା ମଧ୍ୟ ମୋଟାପଣରୁ ମୁକ୍ତି ମିଳିଥାଏ। ରାତିରେ ଶୋଇବା ପୂର୍ବରୁ ଗରମ ପାଣି କିମ୍ବା ଅଧିକ ଥଣ୍ଡା ପାଣିରେ ଗାଧୋଇବା ଦ୍ୱାରା ଶରୀରର କ୍ୟାଲୋରୀ ବର୍ନ ହୋଇଥାଏ। ଫଳରେ ଓଜନ କମିଥାଏ।

୩) ଭଲ ନିଦ: ଆଜିକାଲିର ଅସନ୍ତୁଳିତ ଜୀବନଶୈଳୀ ପାଇଁ ଅନେକ ଲୋକଙ୍କୁ ରାତିରେ ଭଲ ନିଦ ହୁଏ ନାହିଁ। ଏପରି ସମସ୍ୟା ହେଉଥିଲେ ରାତିରେ ଗାଧୋଇ ଶୁଅନ୍ତୁ। ଏହା ଦ୍ୱାରା ଶରୀରର ଥକାପଣ ଦୂର ହୋଇଯାଏ ଓ ରାତିରେ ଭଲ ନିଦ ଆସେ। ଗାଧୋଇବା ପାଣିରେ ଯଦି ଟିକେ ଏସେନ୍ସ ଅଏଲ୍ ମିଶାଇ ଗାଧୋଇବେ, ତେବେ ଆହୁରି ଭଲ ନିଦ ଆସିବ।
୪) ରୋଗ ପ୍ରତିରୋଧକ କ୍ଷମତା ବଢ଼େ: ରାତିରେ ଶୋଇବା ପୂର୍ବରୁ ଗାଧୋଇଲେ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଏ। ଏହା ବ୍ୟତୀତ ଥଣ୍ଡା ପାଣିରେ ଗାଧୋଇଲେ ଶରୀରରେ ରକ୍ତ ସଞ୍ଚାଳନ ପ୍ରକ୍ରିୟା ଠିକ୍ ରହେ। ଏହା ହୃତ୍ପିଣ୍ଡ ପାଇଁ ବହୁତ ଦରକାର।

୫) ଉଚ୍ଚ ରକ୍ତଚାପ: ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ଅଛି ସେମାନଙ୍କ ପାଇଁ ମଧ୍ୟ ଏହି ଉପାୟ ଭଲ। ରକ୍ତଚାପ ବଢ଼ିଲେ ଗରମ ପାଣିରେ ଗାଧୋଇବା ଲାଭପ୍ରଦ ହୋଇଥାଏ। ଏହାଦ୍ୱାରା ଶରୀରରୁ ଝାଳ ବାହାରେ। ଫଳରେ ଶରୀର ଶୀଘ୍ର ଥଣ୍ଡା ହୋଇଯାଏ।
from Odisha Reporter https://ift.tt/2LahBAO
No comments:
Post a Comment