କ’ଣ ଆପଣ କ୍ଷୀର, ଦହି ଓ ବଟର୍‌ ଖାଦ୍ୟ ଠାରୁ ଦୂରେଇ ରହୁଛନ୍ତି କି ? ଜାଣନ୍ତୁ କ’ଣ ହୋଇପାରେ ପରିଣାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 12, 2018

କ’ଣ ଆପଣ କ୍ଷୀର, ଦହି ଓ ବଟର୍‌ ଖାଦ୍ୟ ଠାରୁ ଦୂରେଇ ରହୁଛନ୍ତି କି ? ଜାଣନ୍ତୁ କ’ଣ ହୋଇପାରେ ପରିଣାମ

କେତେକ ଲୋକେ ଦୁଗ୍ଧଜାତୀୟ ପ୍ରଡକ୍ଟ ତଥା ଦହି, ବଟର୍‌ ଏବଂ ଲହୁଣୀଠାରୁ ଦୂରେଇ ରୁହନ୍ତି। ଯଦି ଆପଣ ବି ସେପରି କରୁଛନ୍ତି ତେବେ ଭଲ କରି ଧ୍ୟାନ ଦିଅନ୍ତୁ। ଏକ ନୂଆ ଗବେଷଣାରୁ ଜଣାପଡ଼ିଛି ଯେ, ଦିନରେ ୩ଥର ଡାଏରୀ ଉତ୍ପାଦ ଖାଇଲେ ହୃଦ୍‌ଜନିତ୍‌ ରୋଗର ଭୟ କମିଯିବ କ୍ଷୀରରେ ପ୍ରୋଟିନ, କ୍ୟାଲସିୟମ ଏବଂ ରାଇବୋଫ୍ଲୋବିନ (ଭିଟାମିନ ବି-୨) ଯୁକ୍ତ ଥାଏ । ଏହା ଛଡା ଭିଟାମିନ୍‌ ‘ଏ’ ,‘ଡି’ ,‘କେ’ ଏବଂ ଫସ୍‌ଫରସ୍‌ ,ମ୍ୟାଗ୍ନେସିୟମ,ଆୟୋଡିନ ପରି କିଛି ଦ୍ରବ୍ୟ ରହିଛି।

ଆଗରୁ ଏକ ଧାରଣା ଥିଲା ଯେ, କ୍ଷୀର ଜାତୀୟ ଖାଦ୍ୟ ଖାଇଲେ ଶରୀରରେ LDL cholesterol ବୃଦ୍ଧି ପାଏ। ତେଣୁ ଏହାର ପରିଣାମ ସୂରୁପ cardiovascular ରୋଗ ହେବାର ଅଧିକ ଆଶଙ୍କା ଥାଏ। କିନ୍ତୁ ଗବେଷଣା କହୁଛି ଯେଉଁମାନେ ପ୍ରତିଦିନ କ୍ଷୀର, ବଟର ଅବା ଦୁଗ୍ସଜାତୀୟ ପ୍ରଡକ୍ଟ ସେବନ କରୁଛନ୍ତି ସେମାନଙ୍କ କ୍ଷେତ୍ରରେ ହୃଦ୍ ରୋଗ ବା ହାର୍ଟ ଆଟାକ୍‌ର କମ୍‌ ଆଶଙ୍କା ରହୁଛି।

ମ୍ୟାକ୍‌ ମାଷ୍ଟର ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ଗବେଷଣାରୁ ଏହା ସ୍ପଷ୍ଟ ହୋଇଇଛି। ଏଥିରେ କୁହାଯାଇଛି ଯେ, ଦୁଗ୍ଧଜାତୀୟ ପ୍ରଡକ୍ଟ ସେବନ କରିବାରେ କୋଲେଷ୍ଟରଲକୁ ନେଇ ବିଶେଷ କିଛି ଭୟ କରିବାର କାରଣ ନାହିଁ। ଏବେ ଆମେରିକାର ଡାଏଟାରୀ ଗାଇଡ୍‌ଲାଇନ୍ସ ମୁତାବକ ଗୋଟିଏ ଦିନରେ ଉକ୍ତ ରାଷ୍ଟ୍ରରେ ୩ରୁ ଅଧିକ ଦୁଗ୍ଧଜାତୀୟ ଉତ୍ପାଦନ ପାଇଁ ପରାମର୍ଶ ଦିଆଯାଇଛି।

ସୁସ୍ଥ ସବଳ ତଥା ଫିଟ୍‌ ରହିବା ପାଇଁ କ୍ଷୀର ଜାତୀୟ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଉଛି। ସେହିପରି ଦୁଗ୍ଧ ଜାତୀୟ ଖାଦ୍ୟ ସେବନ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଆୟୁଷ ବୃଦ୍ଧି ହେଉଥିବା ଗବେଷଣାରୁ ଜଣାପଡ଼ିଛି। ଗୋଟିଏ ଦିନରେ ସର୍ବନିମ୍ନ ଦୁଇ ଗ୍ଲାସ୍‌ କ୍ଷୀର ପିଇବା ଜରୁରୀ।



from Odisha Reporter https://ift.tt/2CRGFOb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages