
ନୂଆପଡ଼ା (ମାୟାଧର ସରାଫ): କୋର୍ଟରେ ହାଜର ପାଇଁ ସବ୍ଜେଲରୁ ଆସିଥିଲା ଜଣେ ହାର୍ଡକୋର୍ ମାଓବାଦୀ। କିନ୍ତୁ ସେ କୋର୍ଟ ହାଜତରୁ ବାହାରିବା ବେଳେ ପୁଲିସ୍କୁ ଧକ୍କା ମାରି ଚମ୍ପଟ ମାରିଛି। ଏମିତି ଘଟଣା ଆଜି ନୂଆପଡ଼ା ଏସ୍ଡିଜେଏମ୍ କୋର୍ଟ ପରିସରରେ ଘଟିଛି।
ପୂରା ଘଟଣା ଏମିତି। ଛତିଶଗଡ଼ ବିଜାପୁର ଅଞ୍ଚଳର ଜଣେ ହାର୍ଡକୋର୍ ମାଓବାଦୀ ହେଉଛି ମନୋଜ
ମାଡ଼କାମୀ। ସେ ମାଓବାଦୀ ସଂଗଠନର ବରଗଡ଼-ବଲାଙ୍ଗିର-ମହାସମୁନ୍ଦ ଡିଭିଜନର ସଦସ୍ୟ। ମନୋଜ ନାଁରେ ଓଡ଼ିଶା ଓ ଛତିଶଗଡ଼ରେ ବହୁ ଅପରାଧିକ ମାମଲା ରହିଛି। ତା’ ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ରହିଥିଲା।
୨୦୧୮ ମେ’ ୩୦ ତାରିଖରେ ମନୋଜକୁ ଗିରଫ କରାଯାଇଥିଲା। ସେହି ଦିନଠାରୁ ତାକୁ ନୂଆପଡ଼ା ସବ୍ଜେଲରେ ରଖାଯାଇଥିଲା। ଆଜି ତାକୁ ନୂଆପଡ଼ା ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର ପାଇଁ ନିଆଯାଇଥିଲା। ମଧ୍ୟାହ୍ନ ୧୨ଟାରେ ମନୋଜକୁ କୋର୍ଟ ପରିସରରେ ଥିବା ହାଜତରେ ରଖାଯାଇଥିଲା।
ଅପରାହ୍ନ ପ୍ରାୟ ୨ଟା ବେଳେ ଦୁଇ ଜଣ ପୁଲିସ କର୍ମଚାରୀ ମନୋଜକୁ ଧରି କୋର୍ଟକୁ ନେଉଥିଲେ। ଏହି ସମୟରେ ସେ ଦୁଇ ପୁଲିସ କର୍ମଚାରୀଙ୍କୁ ଧକ୍କା ମାରି ପାଚେରୀ ଡେଇଁ ଚମ୍ପଟ ମାରିଥିଲା। ତାକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
from Odisha Reporter https://ift.tt/2D2sztq
No comments:
Post a Comment