ଚାଷୀଙ୍କ ଭାଗ୍ୟ ଖୋଲିଗଲା; ଦୁଇ ବର୍ଷ ଖୋଳିବା ପରେ ପାଇଲେ ୩୦ ଲକ୍ଷ ଟଙ୍କାର ହୀରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 15, 2018

ଚାଷୀଙ୍କ ଭାଗ୍ୟ ଖୋଲିଗଲା; ଦୁଇ ବର୍ଷ ଖୋଳିବା ପରେ ପାଇଲେ ୩୦ ଲକ୍ଷ ଟଙ୍କାର ହୀରା

diamond

ଭୋପାଲ : ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାର ଜନକପୁର ଗାଁର ଜଣେ କ୍ଷୁଦ୍ର ଚାଷୀ ଗୋଟିଏ ହୀରା ପାଇଛନ୍ତି। ଏହାର ମୂଲ୍ୟ ୩୦ ଲକ୍ଷ ଟଙ୍କା। ଶୁକ୍ରବାର ଦିନ ଜଣେ ସରକାରୀ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ସେହି ଚାଷୀଙ୍କ ନାଁ ପ୍ରକାଶ ଶର୍ମା। ସେ ଯେଉଁ ହୀରା ପାଇଛନ୍ତି ତାହା ୧୨.୫୮ କ୍ୟାରେଟ୍‌ର। ଗାଁ ପାଖରେ ଥିବା ତାଙ୍କ ଚାଷ ଜମିରୁ ସେ ଏହି ହୀରା ପାଇଛନ୍ତି।

ପନ୍ନା ଜିଲ୍ଲା ଡାଇମଣ୍ଡ ମାଇନିଂ ଅଧିକାରୀ ସନ୍ତୋଷ ସିଂହ କହିଛନ୍ତି ଯେ ସେଇ ହୀରାଟିକୁ ଆମ ଅଫିସ୍‌ରେ ଜମା କରାଯାଇଛି। ଏହା ଭଲ ମାନର ହୀରା।

ସେ କହିଛନ୍ତି, “ଆମର ବିଶେଷଜ୍ଞମାନେ କହିଛନ୍ତି ଯେ ଏ ହୀରାର ପ୍ରାରମ୍ଭିକ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ। ଆସନ୍ତା ମାସରେ ହେବାକୁ ଥିବା ନିଲାମୀ ବେଳକୁ ଏହାର ମୂଲ୍ୟ ଆହୁରି ବଢ଼ିଯିବ।”

ହୀରା ପାଇବା ପରେ ଚାଷୀ ପ୍ରକାଶ ଶର୍ମା ବହୁତ ଖୁସି ଅଛନ୍ତି।

ସେ କହିଛନ୍ତି,“ହୀରାଟିଏ ପାଇବା ପାଇଁ ମୁଁ ଦୁଇ ବର୍ଷ ହେଲା ଏଠାରେ ଖୋଳୁଥିଲି। ଏଥିପାଇଁ ମୁଁ ସ୍ଥାନୀୟ ଶ୍ରମିକମାନଙ୍କୁ ବି ଲଗାଇ ନଥିଲି। କାରଣ ସେମାନଙ୍କୁ ମୁଁ ପାରିଶ୍ରମିକ ଦେଇ ପାରି ନଥା’ନ୍ତି। ହୀରା ନିଲମ ହେବା ପରେ ଯେଉଁ ଅର୍ଥ ପାଇବି ତାହାକୁ ବ୍ୟବସାୟ ଓ ଚାଷରେ ଲଗାଇବି।”

ଡାଇମଣ୍ଡ ମାଇନିଂ ଅଧିକାରୀ ସନ୍ତୋଷ ସିଂହ କହିଛନ୍ତି ଯେ ହୀରା ନିଲାମ ହେଲା ପରେ ଯେତିକି ଟଙ୍କା ମିଳିବ, ତା’ର ୧୧% ଅର୍ଥ ରାଜ୍ୟ ସରକାରଙ୍କ ରାଜକୋଷକୁ ଯିବ।

ସୌଜନ୍ୟ- ହିନ୍ଦୁସ୍ତାନ୍ ଟାଇମ୍‌ସ


from Odisha Reporter https://ift.tt/2MAUaBj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages