
ଆଜି ହେଉଛି ଅଷ୍ଟ୍ରେଲିଆର ଦମ୍ଦାର ତଥା ଶ୍ରେଷ୍ଟ ଲେଗ୍ ସ୍ପିନର ଶେନ୍ ୱାର୍ଣ୍ଣଙ୍କ ଜନ୍ମଦିନ। ‘ବଲ୍ ଅଫ ଦି ସେଞ୍ଚୁରୀ’ର ବୋଲର ଆଖ୍ୟା ପାଇଥିବା ଶେନ୍ ୱାର୍ଣ୍ଣ ୪୯ ବର୍ଷରେ ପାଦ ଥାପିଛନ୍ତି। ସ୍ପିନ୍ ବୋଲରଙ୍କ ମଧ୍ୟରେ ଶେନଙ୍କୁ ବାଦ୍ଶାହ ବୋଲି କୁହାଯାଏ। ସେ ଏମିତି ଜଣେ ସ୍ପିନର୍ ଯାହାର ବୋଲିଂର ଯାଦୁକୁ ବ୍ୟାଟସ୍ମ୍ୟାନ୍ଙ୍କୁ ବୁଝିବା କଷ୍ଟକର ହୋଇଥାଏ।
୧୯୯୩ରେ ଶେନ୍ ଏମିତି ଏକ ବଲ ପକାଇଥିଲେ ଯାହା ଖୁବ୍ ଚର୍ଚ୍ଚିତ ହୋଇଥିଲା। ସେବେଠାରୁ ସେ ‘ବଲ୍ ଅଫ୍ ଦି ସେଞ୍ଚୁରୀ’ର ବୋଲର ନାମରେ ପରିଚିତ ହୋଇଥିଲେ। ତେବେ ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା କିଛି ଖାସ୍ କଥା।
୧-ଶେନ୍ ୱାର୍ଣ୍ଣ ୧୩ ସେପ୍ଟେମ୍ବର ୧୯୬୯ରେ ଅଷ୍ଟ୍ରେଲିଆରେ ଜନ୍ମ ଗ୍ରହଣ କରିଥିଲେ।
୨-ଟେଷ୍ଟ କ୍ରିକେଟରେ ସେ 708 ଉଇକେଟ ହାସଲ କରିଛନ୍ତି।

୩-ଶେନ୍ ୱାର୍ଣ୍ଣ (୧୯୯୨-୨୦୦୭) ପର୍ଯ୍ୟନ୍ତ ୧୫ ବର୍ଷ ଧରି ନିଜ କ୍ରିକେଟ କ୍ୟାରିୟରେ ଦମଦାର ପ୍ରଦର୍ଶନ କରିଛନ୍ତି ସତ, କିନ୍ତୁ ୧୯୯୩ ସେ ଯେଉଁ ବଲ୍ଟି ପକାଇଥିଲେ ତାହା ତାଙ୍କୁ ରାତାରାତି ଷ୍ଟାର କରିଦେଇଥିଲା। ଶେନ୍ ଗୋଟିଏ ଚମତ୍କାର ବଲ ପକାଇ ଇଂଲଣ୍ଡର ମାଇକ୍ ଗ୍ୟାଟିଂଙ୍କୁ ବୋଲଡ୍ କରିଦେଇଥିଲେ। ସେହି ବଲ୍ଟି ୯୦ ଡିଗ୍ରୀ ପର୍ଯ୍ୟନ୍ତ ଟର୍ଣ୍ଣ କରିଥିଲା।
୪- ଶେନ୍ ୱାର୍ଣ୍ଣ ୧୯୯୨ରୁ ନିଜର ଅନ୍ତର୍ଜାତୀୟ ଟେଷ୍ଟ କ୍ୟାରିଅର ଆରମ୍ଭ କରିଥିଲେ। ଏହି ମ୍ୟାଚ୍ଟି ସିଡନୀରେ ଭାରତ ବିପକ୍ଷରେ ଥିଲା। ଏହି ମ୍ୟାଚ୍ରେ ସେ ପ୍ରଥମେ ରବି ଶାସ୍ତ୍ରୀଙ୍କ ଉଇକେଟ ଦଖଲ କରିଥିଲେ। ଅବଶ୍ୟ ସେତେବେଳକୁ ରବି ଶାସ୍ତ୍ରୀ ୨୦୬ ରନ୍ କରିସାରିଥିଲେ।
୫- ଶେନ୍ ନିଜର ଅନ୍ତିମ ଟେଷ୍ଟ ୨୦୦୭ରେ ଖେଳିଥିଲେ। ୧୯୯୯ରେ ସେ ଅଷ୍ଟ୍ରେଲିଆର ଉପ-ଅଧିନାୟକ ହୋଇଥିଲେ। କିନ୍ତୁ ତାଙ୍କୁ କେବେ ଅଧିନାୟକ ହେବାର ସୌଭାଗ୍ୟ ମିଳି ନଥିଲା। କିନ୍ତୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ସେ ପ୍ରଥମ ଥର ପାଇଁ ଆଇପିଏଲ୍ରେ ଅଧିନାୟକ ପଦ ପାଇଥିଲେ। ଆଉ ତାଙ୍କ ନେତୃତ୍ୱରେ ଆଇପିଏଲ୍ର ପ୍ରଥମ ସଂସ୍କରଣରେ ରାଜସ୍ଥାନ୍ ରୟାଲସ୍ ଚାମ୍ପିୟନ୍ ହୋଇଥିଲା।
୬-୨୦୦୦ ମସିହାରେ ବ୍ରିଟିଶ୍ ନର୍ସ ଡୋନା ରାଇଟ୍ସ ଶେନ୍ ୱାର୍ଣ୍ଣଙ୍କ ନାମରେ ଅଶ୍ଲୀଳ ମେସେଜ୍ ପଠାଇବା ଅଭିଯୋଗ ଆଣିଥିଲେ। ଏହି ଘଟଣା ପରେ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ଼ ତାଙ୍କୁ ଉପ ଅଧିନାୟକ ପଦରୁ ନିଲମ୍ବିତ କରିଥିଲା। ଅନେକ ମହିଳାଙ୍କ ସହ ଶେନ୍ ସମ୍ପର୍କ ରଖିଥିଲେ। ଯେଉଁ କାରଣରୁ ତାଙ୍କ ପତ୍ନୀ ସିମୋନ ତାଙ୍କୁ ଛାଡ଼ପତ୍ର ଦେଇଥିଲେ।
୭-ସଚିନ ତେନ୍ଦୁଲକରଙ୍କୁ ନେଇ ଶେନ୍ ୱାର୍ଣ୍ଣ ଏକ ମଜାଦାର ଖୁଲାସା କରିଥିଲେ। ସେ କହିଥିଲେ ଯେ, ସଚିନ ତାଙ୍କ ସ୍ୱପ୍ନରେ ମଧ୍ୟ ଛକା ମାରି ତାଙ୍କୁ ଡରାନ୍ତି। ୧୯୯୮ରେ ସାରଜାହ ସିରିଜ୍ରେ ସେନ୍ୱାର୍ଣ୍ଣଙ୍କ ବଲକୁ ସଚିନ୍ ଜବରଦସ୍ତ ପିଟିଥିଲେ। ଏହାପରେ ତାଙ୍କ ସ୍ୱପ୍ନକୁ ସଚିନ୍ ଆସିଥିଲେ।
from Odisha Reporter https://ift.tt/2CSgLdc
No comments:
Post a Comment