
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାରୀ ସୌନ୍ଦର୍ଯ୍ୟ ଉପଚାର କ୍ଷେତ୍ରରେ ଫେସ୍ମାକସ୍ ବା ଆଲେପର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ମାକ୍ସ ତ୍ୱଚା ପାଇଁ ଏକ ରକ୍ଷା କବଚର କାମ କରେ। ତ୍ୱଚାକୁ କମନୀୟ ତଥା ଲାବଣ୍ୟମୟ ରଖେ । ତ୍ୱଚାକୁ ରୋଗମୁକ୍ତ ରଖିବା ସହ ରକ୍ତ ସଞ୍ଚାଳନକୁ ସନ୍ତୁଳିତ ରଖେ। ଏକ ଭାଷାରେ କହିବାକୁ ଗଲେ ଏହା ତ୍ୱଚା ସୌନ୍ଦର୍ଯ୍ୟର ଭିତ୍ତିପ୍ରସ୍ତର।
ସାଧାରଣତଃ କିଶୋରୀ ବୟସରେ ତ୍ୱଚା ସତେଜ, କାନ୍ତିମୟ ଦେଖାଯାଏ। ବୟସ ବଢ଼ିଲେ ଆସ୍ତେ ଆସ୍ତେ ଏହା ରୁକ୍ଷ ଲାଗେ। ତେଣୁ ଏହି ସମୟରେ ମାକ୍ସ ବ୍ୟବହାର କରିବା ଏକାନ୍ତ ଆବଶ୍ୟକ।
ଭାରତୀୟ ଜଳବାୟୁରେ ମାକ୍ସର ଖୁବ୍ ଅଧିକ ଆବଶ୍ୟକତା ରହିଛି। ଆଧୁନିକ କସ୍ମେଟିକ୍ ଇଣ୍ଡଷ୍ଟ୍ରି ଓ ବିଉଟି ଥେରାପିଷ୍ଟମାନେ ବିଭିନ୍ନ ଗବେଷଣା ପରେ ମାକ୍ସ ତିଆରି କରୁଛନ୍ତି।
ଆପଣ ଘରୋଇ ଉପାୟରେ ମଧ୍ୟ ମାକ୍ସ ତିଆରି କରିପାରିବେ। ଭିନ୍ନ ଭିନ୍ନ ତ୍ୱଚା ପାଇଁ ଭିନ୍ନ ଭିନ୍ନ ମାକ୍ସ ରହିଛି। ବଜାରରେ ଦୁଇ ପ୍ରକାରର ମାକ୍ସ ମିଳେ- ଶୁଷ୍କ ଏବଂ ତରଳ। କିନ୍ତୁ ଆପଣଙ୍କ ମୁହଁରେ ଯଦି ବ୍ରଣ ହୋଇଛି, ତେବେ କୌଣସି ମାକ୍ସ ବ୍ୟବହାର କରିବା ପୂର୍ବରୁ ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।
କିନ୍ତୁ ସବୁଠୁ ଭଲ ହେବ, ଯଦି ଆପଣ ଏହି ମାକ୍ସ ଘରେ ତିଆରି କରିବେ। ଆସନ୍ତୁ ଜାଣିବା କେଉଁ ତ୍ୱଚା ପାଇଁ କିପରି ମାକ୍ସ ଘରେ ତିଆରି କରିବେ।
ଶୁଷ୍କ ତ୍ୱଚା ପାଇଁ
- ଚାମଚ ଯଅର ଅଟା ସହ ୧ ଚାମଚ ଗୋଲାପ ଜଳ ବା କ୍ରୀମଯୁକ୍ତ ଦୁଧ ମଲାଇ ମିଶାଇ ମାକ୍ସ ତିଆରି କରନ୍ତୁ।
- ଗୋଟିଏ ପାତ୍ରକୁ ହାଲୁକା ଉଷୁମ କରି ସେଥିରେ ୧ ଚାମଚ ମହୁ, ଅଧାଚାମଚ ଲେମ୍ୱୁରସ ପକାଇ ମୁହଁରେ ଲଗାନ୍ତୁ।
- ଅଟା, କମଳା ରସ ଓ ମହୁ ମିଶାଇ ମଧ୍ୟ ମାକ୍ସ ତିଆରି କରିପାରନ୍ତି।
- ବେସନ, ହଳଦୀ ଓ କ୍ଷୀରସର ମିଶାଇ ପେଷ୍ଟ ତିଆରି କରନ୍ତୁ ଏବଂ ଏହାକୁ ମୁହଁରେ ଲଗାନ୍ତୁ।
ତୈଳାକ୍ତ ତ୍ୱଚା ପାଇଁ - ଗୋଟିଏ ଅଣ୍ଡାର ଧଳା ଅଂଶ, ୧ ଚାମଚ ଲେମ୍ୱୁରସ, ଅଧା ଚାମଚ ମହୁ, ୧ ଚାମଚ ମୁଲତାନୀ ମାଟି ମିଶାଇ ପେଷ୍ଟ କରନ୍ତୁ।
- ବେସନ, ହଳଦୀ ଓ କଞ୍ଚାକ୍ଷୀର ମିଶାଇ ପେଷ୍ଟ କରନ୍ତୁ।
ବ୍ରଣ ତଥା ଦାଗ ହୋଇଥିବା ତ୍ୱଚା ପାଇଁ - ୧ ବଡ଼ ଚାମଚ ମୁଲତାନୀ ମାଟି, ୧/୪ ଛୋଟ ଚାମଚ ସଲ୍ଫର୍, ୧/୪ ଛୋଟ ଚାମଚ ଚନ୍ଦନ ପାଉଡର୍, ୨-୩ ବୁନ୍ଦା କର୍ପୂର ତେଳ ମିଶାଇ ପେଷ୍ଟ କରନ୍ତୁ।
- କଞ୍ଚା କ୍ଷୀର ଓ ଲେମ୍ୱୁ ମିଶାଇ ଲଗାଇ ପାରନ୍ତି।
- ଯଦି ତ୍ୱଚାରେ କୌଣସି ଦାଗ ନାହିଁ, ତେବେ ବେସନ, ଲେମ୍ୱୁରସ, କାକୁଡ଼ି ରସ, ପଇଡ଼ ପାଣି, ଦହି ଓ ନିମ ପତ୍ରର ପାଉଡର୍କୁ ମିଶ୍ରଣ କରି ପ୍ରତ୍ୟହ ଲଗାନ୍ତୁ।
from Odisha Reporter https://ift.tt/2EdxZ5F
No comments:
Post a Comment