ହଜିଗଲା ଅନ୍ତର୍ଜାତୀୟ ଗାନ୍ଧି ଶାନ୍ତି ପୁରସ୍କାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 2, 2018

ହଜିଗଲା ଅନ୍ତର୍ଜାତୀୟ ଗାନ୍ଧି ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର)- ସମଗ୍ର ବିଶ୍ୱ ପାଳନ କରୁଛି ଶାନ୍ତି ଏବଂ ଅହିଂସାର ପୂଜାରୀ ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜନ୍ମତିଥି। କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଜାତିର ପିତାଙ୍କ ନାମରେ ଭାରତ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ’ଅନ୍ତର୍ଜାତୀୟ ଗାନ୍ଧି ଶାନ୍ତି ପୁରସ୍କାର’ ୪ ବର୍ଷ ହେଲା କାହାରିକୁ ଦିଆଯାଇ ନାହିଁ।

ଏହି ପୁରସ୍କାର ପାଇଁ ମନୋନୟନ ପ୍ରସ୍ତାବ ଗ୍ରହଣ କରୁଥିବା ସଂସ୍କୃତି ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଗତ ୪ ବର୍ଷ ଧରି ଏଥିପାଇଁ ପ୍ରସ୍ତାବ ଆସୁଥିଲେ ମଧ୍ୟ ଚୂଡ଼ାନ୍ତ ମଞ୍ଜୁରୀ ମିଳିପାରି ନାହିଁ। ଏନେଇ ପ୍ରସ୍ତାବ ମହଜୁଦ ରହିଛି, କିନ୍ତୁ ପ୍ରକୃତରେ କେଉଁ କାରଣ ପାଇଁ ପୁରସ୍କାର ଦେବାରେ ବିଳମ୍ବ ହେଉଛି ତାହା ଜଣାପଡ଼ୁନାହିଁ।

ଗାନ୍ଧିଜୀଙ୍କ ୧୨୫ ତମ ଜନ୍ମ ତିଥି ଅର୍ଥାତ୍ ୧୯୯୫ରେ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ପୁରସ୍କାର ତାଙ୍କ ୧୫୦ତମ ଜନ୍ମତିଥି ବେଳକୁ କେମିତି ହଜିଗଲା, ତା’ର ଉତ୍ତର କାହା ପାଖରେ ଉତ୍ତର ନାହିଁ। ଶେଷଥର ପାଇଁ ୨୦୧୪ ମସିହାରେ ଭାରତୀୟ ମହାକାଶ ଗବେଷଣା ଅନୁଷ୍ଠାନ (ଇସ୍ରୋ)କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।

ସାମାଜିକ, ଅର୍ଥନୀତିକ ଏବଂ ରାଜନୀତିକ ସଂସ୍କାର କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନୁଷ୍ଠାନ କିମ୍ବା ବ୍ୟକ୍ତିବିଶେଷଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଏ। ବିଜେତାଙ୍କୁ ବାଛୁଥିବା ଜୁରି କମିଟିରେ ଭାରତର ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା, ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଏବଂ ଅନ୍ୟ ପ୍ରମୁଖ ବ୍ୟକ୍ତିତ୍ୱ ସଦସ୍ୟ ଥାଆନ୍ତି।

ଇସ୍ରୋ ବ୍ୟତୀତ ରାମକୃଷ୍ଣ ମିଶନ୍ ଓ ଗ୍ରାମୀଣ ବ୍ୟାଙ୍କ ଅଫ୍‌ ବାଂଲାଦେଶ ଆଦି ଅନୁଷ୍ଠାନ, ବାବା ଆମ୍‌ତେ, ଆର୍କବିଶପ୍‌ ଡେସମଣ୍ଡ୍‌ ଟୁଟୁ, ନେଲ୍‌ସନ୍‌ ମାଣ୍ଡେଲା ଏବଂ ଚିପ୍‌କୋ ଆନ୍ଦୋଳନ ସହ ଜଡ଼ିତ ପ୍ରମୁଖ ପରିବେଶବିତ୍‌ ଚଣ୍ଡୀ ପ୍ରସାଦ ଭଟ୍ଟ ପ୍ରମୁଖ ଏହି ସମ୍ମାନଜନକ ପୁରସ୍କାର ପାଇଛନ୍ତି।



from Odisha Reporter https://ift.tt/2zM7Juy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages