କରୀନାଙ୍କ ସହ କୌଣସି ଫିଲ୍ମ ସାଇନ୍‌ କରୁ ନାହାନ୍ତି ସୈଫ୍‌, ହେଲେ କ’ଣ ପାଇଁ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 22, 2018

କରୀନାଙ୍କ ସହ କୌଣସି ଫିଲ୍ମ ସାଇନ୍‌ କରୁ ନାହାନ୍ତି ସୈଫ୍‌, ହେଲେ କ’ଣ ପାଇଁ ?

saiff

ମୁମ୍ବାଇ: ନିଶ୍ଚିତ ଭାବେ କରୀନା କପୁର ଖାନ୍‌ ଓ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଫ୍ୟାନ୍‌ମାନେ ସେମାନଙ୍କୁ ପରଦାରେ ଏକାଠି ଦେଖିବାକୁ ଅପେକ୍ଷା କରିଥିବେ।  ଆଉ ଏକଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିବ ଯେ ବିବାହ ପରେ କାହିଁକି ଦୁହେଁ ଏକାଠି କାମ କରୁନାହାନ୍ତି।  ଏମିତି ପ୍ରଶ୍ନ ଆସିବା ବି ସ୍ୱଭାବିକ୍‌। କାରଣ ପୂର୍ବରୁ ଦୁହେଁ ‘ଓମ୍‌କାରା’, ‘କୁର୍ବାନ୍‌’ ଓ ‘ଟଶନ୍’ ଭଳି ଫିଲ୍ମରେ କାମ କରିଛନ୍ତି।

ଜାଣିଛନ୍ତି, ଏହାର କାରଣ କ’ଣ ? ଏଥିପାଇଁ ସେ ନିଜକୁ ଦାୟୀ କରି ଏହାର କାରଣ ସ୍ପଷ୍ଟ କରିଛନ୍ତି ଖୋଦ୍‌ ସୈଫ୍‌।

ଏକ ସାକ୍ଷାତକାରରେ ତାଙ୍କୁ ଏ ବିଷୟରେ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି, ‘‘ମୁଁ ଏବେ ବେବୋ(କରୀନା)ଙ୍କ ସହ ନିକଟରେ କିଛି ବି ଫିଲ୍ମ ସାଇନ୍‌ କରିନି। କାହିଁକି ନା ଏବେ ମୋତେ ମୋ ପର୍ସନାଲ୍‌ ଲାଇଫ୍‌ ସହ ଓ ପ୍ରଫେସ୍‌ନାଲ୍‌ ଲାଇଫ୍‌କୁ ମଧ୍ୟ ଦେଖିବାକୁ ପଡ଼ୁଛି।  ମୋ ବାପା ମନ୍‌ସୁର୍‌ ଅଲ୍ଲୀ ଖାନ୍‌ ପୌଟଦୀଙ୍କ ଦେହାନ୍ତ ପରେ ଏବେ ସବୁ କାମ ମୋତେ ବୁଝିବାକୁ ପଡ଼ୁଛି।

ssssଏହା ପରେ ତାଙ୍କୁ ପଚରା ଯାଇଥିଲା, ଏହାର ଅର୍ଥ ଆପଣ କରୀନାଙ୍କ ସହ ଫିଲ୍ମ କରିବେ। ସୈଫ୍‌ ଉତ୍ତରରେ ହଁ କହି, ଏହା ସ୍କ୍ରିପ୍ଟ୍‌ ଉପରେ ନିର୍ଭର କରେ ବୋଲି କହିଥିଲେ।

ଆହୁରି ସୈଫ୍‌ କହିଛନ୍ତି, ‘ମୋତେ ଅନୁଭବ ହୁଏ ଏବେ ଯଦି ମୁଁ କରୀନାଙ୍କ ସହ କାମ କରିବି ତେବେ ଏହା ଫିଲ୍ମରେ ମିସ୍‌ ମ୍ୟାଚ୍‌ ଲାଗିବ। କାରଣ ଏବେ ବି ସେ ଖୁବ୍‌ ଗ୍ଲାମରସ। ଆଉ ମୋ ପାଇଁ ଯଦି ତାହା ଖରାପ ହୁଏ ତେବେ ମୁଁ ମୋ ନିଜକୁ ନିନ୍ଦିବି। ଯାହା ଆଦୌ ଉଚିତ୍‌ ନୁହେଁ।’

ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ସୈଫ୍‌ ତୈମୁରଙ୍କ ଜନ୍ମ ପରେ ତାଙ୍କ ଜୀବନରେ କେମିତି ପରିବର୍ତ୍ତନ ଆସିଥିଲା ତାହା ଜଣାଇଥିଲେ। ସେ କହିଥିଲେ, ଏବେ ତୈମୁର ତାଙ୍କ ଜୀବନ । ମୁଁ ଏବେ ଅଧିକ ସମୟ ମୋ ପରିବାର ଓ ତୈମୁର ସହ ବିତାଇବାକୁ ଚାହୁଁଛି। ତୈମୁର୍‌ଙ୍କୁ ପାଖରେ ପାଇଲେ ମୋତେ ଖୁବ୍‌ ଖୁସି ଲାଗେ।



from Odisha Reporter https://ift.tt/2NVp4oT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages