ରାଫେଲ୍‌ ଡିଲ୍‌: ସୁପ୍ରିମକୋର୍ଟରେ ପହଞ୍ଚିଲେ ପ୍ରଶାନ୍ତ, ସିହ୍ନା ଓ ଶୌରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 24, 2018

ରାଫେଲ୍‌ ଡିଲ୍‌: ସୁପ୍ରିମକୋର୍ଟରେ ପହଞ୍ଚିଲେ ପ୍ରଶାନ୍ତ, ସିହ୍ନା ଓ ଶୌରୀ

ନୂଆଦିଲ୍ଲୀ: ଫ୍ରାନ୍ସ ସହିତ ହୋଇଥିବା ରାଫେଲ୍‌ ଯୁଦ୍ଧ ବିମାନ ଡିଲ୍‌ରେ ବ୍ୟାପକ ଅନିୟମିତତା ହୋଇଛି। ଏହାର ତଦନ୍ତ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧନାରେ ସିବିଆଇ କରୁ ବୋଲି ଦାବି କରି ଆଜି ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ, ପୂର୍ବତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଶୌରୀ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସେମାନେ ଏକ ଆବେଦନ ଜରିଆରେ ରାଫେଲ୍‌ ଯୁଦ୍ଧ ବିମାନ୍‌ ଡିଲ୍‌ ସଂକ୍ରାନ୍ତରେ ସିବିଆଇକୁ ଏଫ୍‌ଆଇଆର୍‌ ଗ୍ରହଣ କରି ତଦନ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି କହିଛନ୍ତି। ଏଥିସହ ରାଫେଲ୍‌ ଡିଲ୍‌ର ତଦନ୍ତ ଶେଷ ନ ହେବା ଯାଏ, ଏହାର ତଦନ୍ତ କରୁଥିବା ସିବିଆଇ ଅଧିକାରୀଙ୍କୁ କେନ୍ଦ୍ର ସରକାର ବଦଳି କରିପାରିବେ ନାହିଁ ବୋଲି କୋର୍ଠ ରୁଲିଂ ଦିଅନ୍ତୁ ବୋଲି ଆବେଦନର ଉଲ୍ଲେଖ କରାଯାଇଛି।

ତେବେ ଏହାର ଶୁଣାଣି କେବେ ହେବ, ତାହା ଜଣାପଡ଼ିନାହିଁ।

ପ୍ରଶାନ୍ତ ଭୂଷଣ ଓ ଅରୁଣ ଶୌରୀ ଅକ୍ଟୋବର ୪ ତାରିଖରେ ତତ୍କାଳୀନ ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କୁ ସାକ୍ଷାତ କରିଥିଲେ।

ଏହି ସମୟରେ ଉଭୟ ପ୍ରଶାନ୍ତ ଓ ଶୌରୀ ତାଙ୍କୁ ରାଫେଲ୍‌ ଯୁଦ୍ଧ ବିମାନ୍‌ ଡିଲ୍‌ରେ ହୋଇଥିବା ଘୋଟାଲା ସମ୍ପର୍କରେ ଅବଗତ କରାଇଥିଲେ। ଏବେ କେନ୍ଦ୍ର ସରକାର ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇ ଦେଇଥିବାରୁ ପ୍ରଶାନ୍ତ ଭୂଷଣ, ଶୌରୀ ଓ ସିହ୍ନା ଏ ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି।

ଆବେଦନରେ ଏହି ୩ ଜଣ ଆହୁରି ଲେଖିଛନ୍ତି ଯେ ରାଫେଲ୍‌ ଡିଲ୍‌କୁ ନେଇ ସିବିଆଇ ନିକଟରେ ଆପତ୍ତି ଉଠା ଯାଇଥିଲେ ହେଁ ସଂସ୍ଥା ଏଫ୍‌ଆଇଆର୍‌ ରୁଜୁ କରିବାକୁ ଚାହିଁ ନଥିଲେ। କାରଣ ସିବିଆଇ ଉପରେ କେନ୍ଦ୍ର ସରକାର ଚାପ ପକାଉଛନ୍ତି। ଖାସ୍‌ ସେଥିପାଇଁ ସିବିଆଇ ରାଫେଲ୍‌ ଯୁଦ୍ଧ ବିମାନ୍‌ ଡିଲ୍‌ରେ ନିରପେକ୍ଷ ତଦନ୍ତ କରିପାରୁ ନଥିଲା। ଏବେ କେନ୍ଦ୍ର ସରକାର ସିବିଆଇ ମୁଖ୍ୟଙ୍କୁ ଛୁଟିରେ ପଠାଇ ରାଫେଲ୍‌ ଡିଲ୍‌ ଉପରେ ପରଦା ଘୋଡ଼ାଇବାକୁ ଚାହୁଁଛନ୍ତି ବୋଲି ଆବେଦନରେ ଦର୍ଶାଯାଇଛି।

କୁହାଯାଉଛି ରାଫେଲ୍‌ ଡିଲ୍‌ ସମ୍ପର୍କରେ ବର୍ମା ତଥ୍ୟ ଓ ଫାଇଲ୍‌ ସଂଗ୍ରହ କରୁଥିବାରୁ କେନ୍ଦ୍ର ସରକାର ତାଙ୍କୁ କାର୍ଯ୍ୟାନ୍ତର କରିଛନ୍ତି।



from Odisha Reporter https://ift.tt/2yZrg9f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages