ଭାଇରାଲ୍ ହେଉଛି ମହିଳା କନଷ୍ଟେବଳଙ୍କ ଫଟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 28, 2018

ଭାଇରାଲ୍ ହେଉଛି ମହିଳା କନଷ୍ଟେବଳଙ୍କ ଫଟୋ

constable

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଝାନ୍‌ସୀର ଜଣେ ମହିଳା କନଷ୍ଟେବଳଙ୍କ ଏକ ଫଟୋ ସୋଶାଲ୍ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଫଟୋଟିକୁ ଯିଏ ଦେଖୁଛି ପ୍ରଶଂସା କରୁଛି। ରବିବାର ଏହି ଫଟୋଟିକୁ ପ୍ରଥମେ ଟ୍ୱିଟରରେ ଦେଖିବାକୁ ମିଳିଥିଲା।

ଏହି ମହିଳା କନଷ୍ଟେବଳଙ୍କ ନାଁ ଅର୍ଚ୍ଚନା ଜୟନ୍ତ। ସେ ଝାନ୍‌ସୀର କୋତୱାଲୀ ଥାନାରେ କାର୍ଯ୍ୟ କରନ୍ତି।

ସେ ଥାନାରେ ନିଜ ଡ୍ୟୁଟି କରିବା ସହ ଜଣେ ମାଆର କର୍ତ୍ତବ୍ୟ ମଧ୍ୟ କରୁଛନ୍ତି। ଅର୍ଚ୍ଚନାଙ୍କର ଦୁଇଟି ଝିଅ ଅଛନ୍ତି। ବଡ଼ ଝିଅ କନକଙ୍କ ବୟସ ୨ ବର୍ଷ ହୋଇଥିବା ବେଳେ ସାନ ଝିଅ ଅନିକାଙ୍କୁ ମାତ୍ର ୬ ମାସ ହୋଇଛି।

ସାନ ଝିଅର ଯତ୍ନ ନେବାକୁ ତାଙ୍କ ଘରେ ଆଉ କେହି ନାହାନ୍ତି। ତେଣୁ ସେ ତାଙ୍କୁ ଥାନାକୁ ଧରି ଆସନ୍ତି। ଥାନା ଡେସ୍କରେ ଝିଅକୁ ଶୁଆଇ ସେ ନିଜ କାମ କରନ୍ତି।

ରାହୁଲ ଶ୍ରୀବାସ୍ତବ ନାମକ ଜଣେ ପୁଲିସ୍ ଅଧିକାରୀ ଏହି ଫଟୋକୁ ଟ୍ୱିଟର୍‌ରେ ପୋଷ୍ଟ୍ କରିଥିଲେ। ତା’ ସହିତ ସେ ଲେଖିଥିଲେ- ଦେଖନ୍ତୁ ଜଣେ ମାଆଙ୍କୁ, ମାଆର କର୍ତ୍ତବ୍ୟ କରିବା ସହ ନିଜ ଡ୍ୟୁଟି ମଧ୍ୟ ନିଷ୍ଠାର ସହ ତୁଲାଉଛନ୍ତି। ତାଙ୍କୁ ମୋ ତରଫରୁ ସଲାମ୍‌।

ଅର୍ଚ୍ଚନାଙ୍କର ଏହି ଫଟୋ ଭାଇରାଲ୍‌ ହେବା ପରେ ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ ତାଙ୍କୁ ୧୦୦୦ ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି।

ଅର୍ଚ୍ଚନାଙ୍କ ସ୍ୱାମୀ ଗୁଡ଼ଗାଁଓରେ ଏକ କମ୍ପାନୀରେ କାମ କରନ୍ତି।



from Odisha Reporter https://ift.tt/2SrstiK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages