ମୁଁ ଦେଶଦ୍ରୋହୀ ନୁହେଁ, ପାକିସ୍ତାନ ପ୍ରେମରେ ଭାରତ ଛାଡ଼ିଥିଲା ମୋ ପରିବାର: ଶରିଫ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 22, 2018

ମୁଁ ଦେଶଦ୍ରୋହୀ ନୁହେଁ, ପାକିସ୍ତାନ ପ୍ରେମରେ ଭାରତ ଛାଡ଼ିଥିଲା ମୋ ପରିବାର: ଶରିଫ୍‌

ଲାହୋର (ଓଡ଼ିଶା ରିପୋର୍ଟର): ଦୁର୍ନୀତି ଅଭିଯୋଗରେ ପ୍ରଧାନମନ୍ତ୍ରୀ ପଦରୁ ବିଦା ହୋଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ୍‌ ଶରିଫ୍‌ ଲାହୋର ଉଚ୍ଚ ନ୍ୟାୟାଳୟକୁ କହିଛନ୍ତି, ସେ ଦେଶଦ୍ରୋହୀ ନୁହନ୍ତି, ତାଙ୍କ ପରିବାରର ପାକିସ୍ତାନ ପ୍ରତି ଥିବା ଭଲପାଇବା ଯୋଗୁ ସେମାନେ ଭାରତ ଛାଡ଼ି ପାକିସ୍ତାନ ପଳାଇଆସିଥିଲେ। ୨୦୦୮ ମୁମ୍ବାଇ ଆତଙ୍କୀ ହମ୍‌ଲାରେ ପାକିସ୍ତାନୀ ଆତଙ୍କୀଙ୍କ ଭୂମିକା ରହିଥିବା ନେଇ ଶରିଫ୍‌ ସ୍ୱୀକାର କରିଛନ୍ତି। ସେ ଦେଶଦ୍ରୋହ କରିଥିବା ଅଭିଯୋଗ ଆବେଦନର ଶୁଣାଣି ଅବସରରେ ଶରିଫ୍‌ ଏହି ଉତ୍ତର ରଖିଛନ୍ତି।
ଏହି ମାମଲା ସହିତ ଜଡ଼ିତ ଅନ୍ୟତମ ପୂର୍ବତନ ପ୍ରଧାନମନ୍ତ୍ରୀ ସହିଦ୍‌ ଖାକନ୍‌ ଆବ୍ବାସି ଏବଂ ଡନ୍‌ ପତ୍ରିକାର ସାମ୍ବାଦିକ ସିରିଲ୍‌ ଅଲ୍‌ମିଦା ମଧ୍ୟ କୋର୍ଟ ନିକଟରେ ନିଜର ମତ ରଖିଛନ୍ତି।
୧୦ ଜଣ ଲସ୍କର-ଇ-ତାଇବା ଆତଙ୍କୀଙ୍କ ସଂଘଟିତ ଏହି ମୁମ୍ବାଇ ଆକ୍ରମଣରେ ୧୬୬ ଜଣ ଲୋକ ପ୍ରାଣ ହରାଇଥିଲେ। ୯ ଜଣ ଆତଙ୍କୀଙ୍କୁ ପୁଲିସ୍‌ ହତ୍ୟା କରିଥିଲାବେଳେ ଆଜମଲ୍‌ କସାବ୍‌କୁ ଜୀବନ୍ତ ଧରାଯାଇଥିଲା ଏବଂ ପରେ ଫାଶୀ ଦିଆଯାଇଥିଲା। ଏହା ପରେ ଶରିଫ୍‌ ଡନ୍‌ ପତ୍ରିକାର ଏକ ସାକ୍ଷାତକାରରେ କହିଥିଲେ, ଆତଙ୍କୀ ସଂଗଠନ ସକ୍ରିୟ ଅଛନ୍ତି। ଏହି ‘ନନ୍‌ ଷ୍ଟେଟ୍‌ ଆକ୍ଟର୍ସ’ଙ୍କୁ ସୀମା ପାର କରି ୧୫୦ ଲୋକଙ୍କୁ ହତ୍ୟା କରିବାକୁ କିପରି ଅନୁମତି ଦିଆଯାଇ ପାରିବ ବୋଲି ସେ ପ୍ରଶ୍ନ ଉଠାଇଥିଲେ । ସେ ଆତଙ୍କବାଦର ମୂଳପୋଛ ପାଇଁ ଗୁରୁତ୍ୱ ଦିଆଯିବା ଉଚିତ ବୋଲି ମତ ଦେବା ସହିତ ଦେଶରେ ଦୁଇଟି ନୁହେଁ, ଗୋଟିଏ ସରକାର ଶାସନ କରୁ ବୋଲି ମଧ୍ୟ କହି ସେନାର କୋପଦୃଷ୍ଟିକୁ ଆସିଥିଲେ।
ଶରିଫ୍‌ ନିଜ ଉତ୍ତରରେ କହିଛନ୍ତି, “ଏ ଦେଶକୁ ଯିଏ ପରମାଣୁ ଶକ୍ତିସମ୍ପନ୍ନ କରିପାରିଛି ସେ କିଭଳି ଜଣେ ଦେଶଦ୍ରୋହୀ ହୋଇପାରିବ। ଯେଉଁ ଲୋକର ଦଳ ଉପନିର୍ବାଚନରେ ସବୁଠାରୁ ଅଧିକ ଭୋଟ୍‌ ପାଇପାରୁଛି, ସେ କିଭଳି ଦେଶଦ୍ରୋହୀ ହୋଇପାରିବ। ଲକ୍ଷ ଲକ୍ଷ ପାକିସ୍ତାନୀଙ୍କର ପ୍ରତିନିଧି କିଭଳି ଜଣେ ଦେଶଦ୍ରୋହୀ ହୋଇପାରିବ।”
ସେ ଆହୁରି ମଧ୍ୟ କହିଥିଲେ, ମୁଁ ଏବଂ ମୋ ପରିବାର ପାକିସ୍ତାନର ପ୍ରତି ଇଞ୍ଚର ମାଟିକୁ ଭଲପାଉ। ସୂଚନାଯୋଗ୍ୟ ଯେ ନୱାଜ୍‌ ଶରିଫ୍‌ଙ୍କ ବାପା ମିଆଁ ମହମ୍ମଦ ଶରିଫ୍ ୧୯୪୭ ମସିହାରେ ପଞ୍ଜାବର ଜଟି ଉମ୍‌ରା ନାମକ ସ୍ଥାନରୁ ପାକିସ୍ତାନର ଲାହୋର ଚାଲିଯାଇଥିଲେ।
ଏହି ଅବସରରେ ଆବ୍ବାସି କୋର୍ଟକୁ କହିଛନ୍ତି, ମୁମ୍ବାଇ ଆକ୍ରମଣ ବାବଦରେ ବିବୃତି ଦେବା ସମୟରେ ସେ ଜାତୀୟ ସୁରକ୍ଷା ପରିଷଦର ଆଲୋଚନା ବିଷୟକୁ ଉଲ୍ଲେଖ କରିନଥିଲେ। ସାମ୍ବାଦିକ ଅଲ୍‌ମିଦା କହିଛନ୍ତି, ସେ ଶରିଫ୍‌ଙ୍କ ସାକ୍ଷାତକାର ନେଇ କିମ୍ବା ସେ ଯାହା କହିଲେ ତାହା ହିଁ ଉଲ୍ଲେଖ କରି ସେ ଆଦୌ ଦେଶଦ୍ରୋହ କରିନାହାନ୍ତି। ପାକିସ୍ତାନ୍ ଇଲେକ୍ଟ୍ରୋନିକ୍‌ ମିଡିଆ ରେଗୁଲେଟରି ଅଥରିଟି ଏହି ମାମଲାରେ ଉତ୍ତର ରଖି କହିଛନ୍ତି ଏହି ମାମଲାକୁ ବର୍ତ୍ତମାନ ପ୍ରେସ୍‌ କାଉନ୍‌ସିଲ୍‌ ଅଫ୍‌ ପାକିସ୍ତାନକୁ ହସ୍ତାନ୍ତର କରାଯାଇଛି।


from Odisha Reporter https://ift.tt/2NYFVqL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages