ଦୀପାବଳିରେ ନିଅନ୍ତୁ ଲୋକପ୍ରିୟ ଗୁଜୁରାଟି ଖାଦ୍ୟ ଖାଣ୍ଡୱୀର ମଜା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 27, 2018

ଦୀପାବଳିରେ ନିଅନ୍ତୁ ଲୋକପ୍ରିୟ ଗୁଜୁରାଟି ଖାଦ୍ୟ ଖାଣ୍ଡୱୀର ମଜା

ଆଗକୁ ଆସୁଛି ଦିପାବଳୀ। ଏହିଦିନ ପ୍ରାୟ ସମସ୍ତଙ୍କ ଘରୁ ପିଠା, ପଣା ଓ ମିଠାର ମହକ ଆସିଥାଏ। ହେଲେ ଆଜି ଆମେ ଏପରି ଏକ ସୁଆଦିଆ ବ୍ୟଞ୍ଜନ ବିଷୟରେ କହିବୁ, ଯାହାଦ୍ୱାରା ଆପଣ ଦୀପାବଳିରେ ମିଠା ସାଙ୍ଗକୁ ଚଟପଟା ସ୍ନାକ୍ସର ମଧ୍ୟ ମଜା ନେଇପାରିବେ।  ଆଜି ଆମେ ଆପଣଙ୍କୁ ଲୋକପ୍ରିୟ ଗୁଜୁରାଟି ସ୍ନାକ୍ସ ଖାଣ୍ଡୱୀ କେମିତି ପ୍ରସ୍ତୁତ ହୁଏ ବତାଇବୁ। ଏହାକୁ ଆପଣ ଅତି ସହଜରେ କମ୍‌ ସମୟରେ ତିଆରି କରିପାରିବେ। ତେବେ ଆସନ୍ତୁ ଜାଣିବା ଖାଣ୍ଡୱୀ କୋମିତି ତିଆରି ହୁଏ।

ଆବଶ୍ୟକ ସାମଗ୍ରୀ: ବେସନ, ଅଦା, ବଟରମିଲ୍କ, କଞ୍ଚାଲଙ୍କା, ରିଫାଇନ୍‌ ତେଲ, ଲେମ୍ବୁ ରସ, ସୋରିଷ, କୋରା ନଡ଼ିଆ, ଧନିଆ ପତ୍ର, ଲୁଣ, ହଳଦୀ ଗୁଣ୍ଡ ହେଙ୍ଗୁ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ବେସନ, ଅଦା ଓ ଲଙ୍କା ପେଷ୍ଟ, ଲୁଣ, ହଳଦୀ ଗୁଣ୍ଡ, ଲେମ୍ବୁ ରସ ଓ ବଟରମିଲ୍କକୁ ଏକାଠି ଭଲଭାବେ ଗୋଳାଇ ଦିଅନ୍ତୁ। ଏବେ ଏକ କଡ଼େଇ ଗରମ କରି ସେଥିରେ ଏହି ମିଶ୍ରଣକୁ ପକାଇ ଧିରେ ଧିରେ ଗୋଳାନ୍ତୁ। ଏହା ବହଳିଆ ନ ହେବା ଯାଏ ଏହାକୁ ଗୋଳାନ୍ତୁ। ହୋଇଗଲା ପରେ ଏହାକୁ ଏକ ଥାଳିରେ ଅଳ୍ପ ତେଲ ଲଗାଇ ଏହା ଉପରେ ସମାନ ଭାବରେ ପରସ୍ତ କରି ଢ଼ାଳିଦିଅନ୍ତୁ। ଥଣ୍ଡା ହୋଇଗଲେ ଏହାକୁ କାଟି ଛୋଟ ଛୋଟ ରୋଲ୍‌ ପରି ଗଢ଼ନ୍ତୁ। ବର୍ତ୍ତମାନ ଏକ କଡ଼େଇରେ ତେଲ ଗରମ କରି ଏଥିରେ ହେଙ୍ଗୁ ଏବଂ ସୋରିଷ ପକାନ୍ତୁ। ସୋରିଷ ଫୁଟିଲା ପରେ ଏଥିରେ ରୋଲ୍‌ ଗୁଡ଼ିକୁ ପକାନ୍ତୁ। କିଛି ସମୟ ଭାଜିଲା ପରେ ଏହାକୁ ଏକ ପ୍ଲେଟକୁ କାଢ଼ିଆଣି ଏହା ଉପରେ କଟା ଧନିଆ ପତ୍ର ଏବଂ କୋରା ନଡ଼ିଆ ସଜାଇ ଗରମ ଗରମ ପରଷନ୍ତୁ। ଖାଣ୍ଡୱୀକୁ ଆପଣ ବିଭିନ୍ନ ପ୍ରକାରର ଚଟଣୀ ସହିତ ମଧ୍ୟ ଖାଇପାରିବେ।



from Odisha Reporter https://ift.tt/2Pt5FAp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages