କଂଗ୍ରେସ-ଜେଡିଏସ୍‌ ପାଇଁ ଆଗୁଆ ଦୀପାବଳି, ବିଜେପିକୁ ଝଟ୍‌କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 5, 2018

କଂଗ୍ରେସ-ଜେଡିଏସ୍‌ ପାଇଁ ଆଗୁଆ ଦୀପାବଳି, ବିଜେପିକୁ ଝଟ୍‌କା

କଂଗ୍ରେସ-ଜେଡିଏସ୍‌ ପାଇଁ ଆଗୁଆ ଦୀପାବଳି, ବିଜେପିକୁ ଝଟ୍‌କା
ବେଙ୍ଗାଲୁରୁ: କର୍ଣ୍ଣାଟକାର କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ପାଇଁ ଦୀପାବଳିର ଉତ୍ସବ ଟିକେ ଆଗୁଆ ଆସିଯାଇଛି। କାରଣ ବିଧାନସଭା ନିର୍ବାଚନରେ ସ୍ପଷ୍ଟ ମତ ମିଳିପାରିନଥିଲେ ମଧ୍ୟ, ୩ଟି ଲୋକସଭା ଏବଂ ୨ଟି ବିଧାନସଭା ପାଇଁ ହେଉଥିବା ଉପନିର୍ବାଚନରେ ଯଥେଷ୍ଟ ସଫଳତା ସାଉଁଟିଛନ୍ତି ଶାସକ କଂଗ୍ରେସ ଏବଂ ଜେଡିଏସ୍‌। କର୍ଣ୍ଣାଟକାରେ ମୋଟ ୫ ଟି ଆସନ ପାଇଁ ଉପନିର୍ବାଚନ ହୋଇଥିବାବେଳେ ୪ଟି ଆସନ ଦଖଲ କରିନେଇଛି ମେଣ୍ଟ ଏବଂ ବିଜେପି କେବଳ ଗୋଟିଏ ଶିମୋଗା ଲୋକସଭା ଆସନରେ ବିଜୟଲାଭ ରହିଛି।

ବଲ୍ଲାରୀ, ମାଣ୍ଡ୍ୟା, ଜାମ୍‌ଖଣ୍ଡି ଏବଂ ରାମନ୍‌ଗଡ଼ାରେ ମଧ୍ୟ ମେଣ୍ଟକୁ ବୃହତ୍‌ ସଫଳତା ମିଳିଛି। ମେଣ୍ଟର ଏତାଦୃଶ ସଫଳତାରେ ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍‌ କହିଛନ୍ତି, “ କର୍ଣ୍ଣାଟକାରେ ମେଣ୍ଟର ୪-୧ ସଫଳତା ବିରାଟ କୋହଲିଙ୍କ ନେତୃତ୍ୱରେ ଟେଷ୍ଟ ମ୍ୟାଚ୍‌ ଜିତିବା ପରି ହୋଇଛି। ମେଣ୍ଟ ସଫଳ ହୋଇଛି।” ସୂଚନାଯୋଗ୍ୟ ଯେ, ବଲ୍ଲାରୀ ଆସନ ପୂର୍ବରୁ ବିଜେପି ଦଖଲରେ ଥିଲା।

ଗତ କିଛି ଦିନ ତଳେ ହୋଇଥିବା ବିଧାନସଭା ନିର୍ବାଚନରେ ୨୨୪ଟି ଆସନରୁ ବିଜେପିର ୧୦୪ଟିରେ ବିଜୟ ହୋଇଥିଲା। କିନ୍ତୁ ବିଜେପିକୁ କ୍ଷମତାରୁ ଦୂରରେ ରଖିବାପାଇଁ ଜେଡିଏସ୍‌ କଂଗ୍ରେସକୁ ସମର୍ଥନ ଦେଇ ନିର୍ବାଚନ ପରବର୍ତ୍ତୀ ମେଣ୍ଟ ପାଇଁ ବାଟ ଫିଟାଇଥିଲା। ସେହିଭଳି ୨୦୧୪ରେ କର୍ଣ୍ଣାଟକାର ୨୩ଟି ସଂସଦୀୟ କ୍ଷେତ୍ରରୁ ବିଜେପି ୧୭ଟିରେ ଜିତିଥିଲା. କଂଗ୍ରେସ ୯ଟିରେ ଜିତିଥିଲା ଏବଂ ଆଞ୍ଚଳିକ ଦଳ ଜେଡିଏସ୍‌ ୨ଟିରେ ଜିତିଥିଲା।



from Odisha Reporter https://ift.tt/2PGqwAj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages