ହାୱଡ଼ା-ପୁରୀ ଧଉଳି ଏକ୍ସପ୍ରେସ୍ ଲାଇନଚ୍ୟୁତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 12, 2018

ହାୱଡ଼ା-ପୁରୀ ଧଉଳି ଏକ୍ସପ୍ରେସ୍ ଲାଇନଚ୍ୟୁତ

tyyy899

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହାୱଡ଼ା-ପୁରୀ ଧଉଳି ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଯାଇଛି। ଭୋଗପୁର-ପାଂସକୁରା ମଧ୍ୟରେ ଟ୍ରେନ୍‌ର ଗୋଟିଏ ବଗି ଧାରଣାରୁ ବାହାରି ଯାଇଥିବା ଜଣାପଡ଼ିଛି। ଦୁର୍ଘଟଣା ସ୍ଥଳଟି ହାୱାଡ଼ା ଓ ଖଡଗପୁର ମଧ୍ୟରେ ରହିଛି।

ହାଓ୍ୱଡ଼ାରୁ ପୁରୀ ଆସିବା ବାଟରେ ଟ୍ରେନ୍‌ଟି ଲାଇନଚ୍ୟୁତ ହୋଇଛି। ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି। ଲାଇନଚ୍ୟୁତ ବଗିରେ ୮୫ ଜଣ ଯାତ୍ରୀ ଥିଲେ। ସମସ୍ତଙ୍କୁ ଅନ୍ୟ ବଗିକୁ ସ୍ଥାନାନ୍ତର କରାଯାଇଛି।

ଦୁର୍ଘଟଣା ପରେ ଏହି ଲାଇନରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଆଜି ସକାଳ ପ୍ରାୟ ୭ଟା ୫ ମିନିଟ୍‌ରେ ଦୁର୍ଘଟଣା ହୋଇଥିଲା।

ରେଲୱେ ପକ୍ଷରୁ ହେଲ୍‌ପ୍ ଲାଇନ୍‌ ନମ୍ବର ଜରି କରାଯାଇଛି। ହାୱାଡ଼ା-୦୩୩୨୬୩୭୭୧୯୭, ବାଲେଶ୍ୱର-୦୬୭୮୨୨୬୫୭୬, ଖଡ଼ଗପୁର-୦୩୨୨୨୨୫୫୮୯୭ ଏବଂ ୦୩୨୨୨୨୫୫୭୫୧ କୁ ଯୋଗାଯୋଗ କରିବାକୁ ରେଲୱେ ପକ୍ଷରୁ କୁହାଯାଇଛି।।



from Odisha Reporter https://ift.tt/2qGWZsa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages