ଆରସିବିରୁ ବାଦ୍ ପଡ଼ିବା ପରେ କୋହଲିଙ୍କୁ ଏମିତି କଥା କହିଥିଲେ ମ୍ୟାକ୍‌କୁଲମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 16, 2018

ଆରସିବିରୁ ବାଦ୍ ପଡ଼ିବା ପରେ କୋହଲିଙ୍କୁ ଏମିତି କଥା କହିଥିଲେ ମ୍ୟାକ୍‌କୁଲମ୍‌

mccullum

ନୂଆଦିଲ୍ଲୀ: ୨୦୧୯ ଆଇପିଏଲ୍ ପାଇଁ ଆସନ୍ତା ମାସରେ ଖେଳାଳି ନିଲାମ ହେବାକୁ ଥିବା ବେଳେ ଗୁରୁବାର ବିଭିନ୍ନ ଟିମ୍ କେଉଁ ଖେଳାଳିଙ୍କୁ ରଖିଲେ ଓ କେଉଁ ଖେଳାଳିଙ୍କୁ ଛାଡ଼ିଲେ, ତା’ର ତାଲିକା ପ୍ରକାଶ କରିଛନ୍ତି।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ୧୪ ଜଣ ଖେଳାଳିଙ୍କୁ ରଖିଥିବା ବେଳେ ୧୦ ଜଣଙ୍କୁ ଛାଡ଼ି ଦେଇଛି। ଦଳ ଛାଡ଼ି ଦେଇଥିବା ଖେଳାଳିଙ୍କ ମଧ୍ୟରେ ଅଛନ୍ତି ନ୍ୟୁଜିଲ୍ୟାଣ୍ଡର ବ୍ରେଣ୍ଡନ୍‌ ମ୍ୟାକ୍‌କୁଲମ୍‌।

ଆର୍‌ସିବି ମ୍ୟାକ୍‌କୁଲମ୍‌ଙ୍କୁ ଛାଡ଼ି ଦେବା ପରେ ସେ ଟ୍ୱିଟ୍ କରି ଅଧିନାୟକ ବିରାଟ କୋହଲି ଓ ପୂରା ଟିମ୍‌କୁ ଧନ୍ୟବାଦ ଜଣାଇଥିଲେ। ତା’ସହିତ ଆଗାମୀ ସିଜିନ୍‌ ପାଇଁ ଶୁଭେଚ୍ଛା ଜଣାଇଥିଲେ।

ଗତ ସିଜିନ୍‌ରେ ମ୍ୟାକ୍‌କୁଲାମ୍ ଆର୍‌ସିବି ପାଇଁ ୬ଟି ମ୍ୟାଚ୍ ଖେଳି ମାତ୍ର ୧୨୭ ରନ୍ କରିଥିଲେ। ସେ ୨୦୦୮ରୁ ଆଇପିଏଲ୍ ଖେଳୁଛନ୍ତି। ସେ କୋଲକାତା ନାଇଟ୍ ରାଇଡର୍ସ, କୋଚି ଟସ୍କରର୍ସ, ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜରାଟ ଲାଇଅନ୍ସ ପାଇଁ ଖେଳିଛନ୍ତି।

ମ୍ୟାକ୍‌କୁଲାମ୍ ମୋଟ୍ ୩୫୬ଟି ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚ୍ ଖେଳିଥିବା ବେଳେ ଏଥିରୁ ୯୬୨୦ ରନ୍ ସଂଗ୍ରହ କରିଛନ୍ତି। ଏହି ଫର୍ମାଟ୍‌ରେ ତାଙ୍କର ବ୍ୟକ୍ତିଗତ ସର୍ବାଧିକ ସ୍କୋର ହେଉଛି ୧୫୮। ଅପରାଜିତ ରହି ସେ ଏହି ରନ୍ ସଂଗ୍ରହ କରିଥିଲେ। ଟ୍ୱେଣ୍ଟି ଟ୍ୱେଣ୍ଟିରେ ସେ ୭ଟି ଶତକ ମାରିଥିବା ବେଳେ ୫୧ଟି ଅର୍ଦ୍ଧଶତକ ମାରିଛନ୍ତି।

ଆର୍‌ସିବି ଯେଉଁ ଖେଳାଳିମାନଙ୍କୁ ରଖିଛି, ସେମାନେ ହେଲେ- ବିରାଟ କୋହଲି, ମହମ୍ମଦ ସିରାଜ, ନଭଦୀପ ସାଇନି, କୁଲୱନ୍ତ ଖେଜରୋଲିୟା, ପାର୍ଥିବ ପଟେଲ, ପୱନ ନେଗି, ଉମେଶ ଯାଦବ, ୱାଶିଂଟନ୍ ସୁନ୍ଦର, ୟୁଜଭେନ୍ଦ୍ର ଚହଲ, ଏବି ଡି ଭିଲିୟର୍ସ, କୋଲେନ ଡି ଗ୍ରାଣ୍ଡହୋମ, ମୋଇନ ଅଲି, ନାଥନ କୁଲଟର ନାଇଲ୍‌ ଓ ଟିମ୍ ସାଉଦି।
ଆର୍‌ସିବି ଯେଉଁ ଖେଳାଳିମାନଙ୍କୁ ଛାଡ଼ି ଦେଲା, ସେମାନେ ହେଲେ- ମନଦୀପ ସିଂହ, ବ୍ରେଣ୍ଡନ୍‌ ମ୍ୟାକ୍‌କୁଲମ୍‌, କ୍ରିସ୍ ୱକ୍ସ, ସରଫରାଜ ଖାନ୍, କୋରି ଆଣ୍ଡରସନ୍, ଅଙ୍କିତ୍ ଚୌଧରୀ, ଅନିରୁଦ୍ଧ ଜୋଶୀ, ମୁରୁଗାନ୍ ଅଶ୍ୱିନ୍, ମନନ ଭୋରା ଓ ପବନ ଦେଶପାଣ୍ଡେ।



from Odisha Reporter https://ift.tt/2FtQuU1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages