ସତରେ କ’ଣ ଆମୀର ଏମିତି କରିପାରନ୍ତି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 4, 2018

ସତରେ କ’ଣ ଆମୀର ଏମିତି କରିପାରନ୍ତି ?

actor

ମୁମ୍ବାଇ: ବଲିଉଡ୍‌ରେ ରାଜ୍‌ କରୁଥିବା ୩ ଖାନ୍‌ଙ୍କ ମଧ୍ୟରେ ବନ୍ଧୁତ୍ୱ ବିଷୟରେ ଅଳ୍ପେ ବହୁତେ ସମସ୍ତେ ଜାଣନ୍ତି। ୩ ଜଣଯାକ ପରସ୍ପରର ସୁଖ ଦୁଃଖରେ ସବୁବେଳେ ଠିଆ ହୁଅନ୍ତି। କିନ୍ତୁ କିଏ କାହାକୁ ଅଧିକ ଭଲପାଏ ସେ କଥା ଏବେ ଜଣାପଡିଛି। ଯାହାର ଖୁଲାସା କରିଛନ୍ତି ନିଜେ ଅଭିନେତା ଆମୀର ଖାନ୍‌। ବନ୍ଧୁତ୍ୱରେ ସେ ଟିକେ ପାତର ଅନ୍ତର କରନ୍ତି ବୋଲି ‘କଫି ଉଇଥ୍‌ କରନ୍‌’ରେ ଖୋଲାଖୋଲି କହିଛନ୍ତି। କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ଙ୍କୁ ବଞ୍ଚାଇବାକୁ ଯାଇ ବେଳ ପଡିଲେ ସେ ଭାଇଜାନ୍‌ ସଲ୍‌ମାନ୍‌ଙ୍କୁ ପାଣିକୁ ଠେଲିଦେଇ ପାରନ୍ତି ବୋଲି ତାଙ୍କ କଥାରୁ ସ୍ପଷ୍ଟ ହୋଇଛି।

କହିଲେ ଦେଖି, ଏ କେମିତିକା ସମ୍ପର୍କ। ଯାହାଙ୍କ ବନ୍ଧୁତ୍ୱର ସାରା ଦେଶ ଉଦାହାରଣ ଦିଏ, ତାଙ୍କଠୁ କ’ଣ ଏମିତି କଥା ଆଶା କରାଯାଇପାରେ? ଆମେ ବି ଏମିତି କଥା ଶୁଣି ବଡ ଆଶ୍ଚର୍ଯ୍ୟ ହେଲୁ। ପରଫେକ୍ସସନିଷ୍ଟ ଆମୀର ବାସ୍ତବ ଜୀବନରେ ଜଣେ ଭଲ ମଣିଷ ବୋଲି ଶୁଣିଥିଲୁ। କିନ୍ତୁ ତାଙ୍କଠୁ ଏମିତି କଥା ଶୁଣିବା ପରେ ହଠାତ୍‌ ଟିକେ ଅଡୁଆ ଲାଗିଲା।

amir3ଆମୀର ଏମିତି କ’ଣ କହିଲେ ଯେ, ଆମେ ତାଙ୍କ ମଣିଷ ପଣିଆ ଉପରେ ପ୍ରଶ୍ନ ଉଠାଇଲୁ?  ଆପଣ ହୁଏତ ଏଇଆ ଭାବୁଥିବେ।

ବାସ୍ତବ କଥାଟା ହେଉଛି ଏମିତି

ନିକଟରେ ‘କଫି ଉଇଥ୍‌ କରଣ’ରେ ଆମୀର ଖାନ୍‌ ଅତିଥି ହୋଇ ଆସିଥିଲେ। ଶୋ’ରେ ସେ ନିଜ ଜୀବନର କିଛି କଥା ଦର୍ଶକଙ୍କ ସମ୍ମୁଖରେ ଶେୟାର କରିଥିଲେ। କରଣଙ୍କ ଅନେକ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ।

ରାପିଡ୍‌ ଫାୟର ରାଉଣ୍ଡରେ ତାଙ୍କୁ ପଚରାଯାଇଥିଲା- “ଶାହାରୁଖ୍‌ ଓ ସଲ୍‌ମାନ୍‌ଙ୍କ ସହ ଯଦି ଆପଣ ଏକ ଡଙ୍ଗାରେ ବସିଥିବେ ଆଉ ଡଙ୍ଗାରୁ ଜଣଙ୍କୁ ଠେଲିଦେବାକୁ କୁହାଯାଏ ତେବେ ଆପଣ କ’ଣ କରିବେ?”

ଗୋଟିଏ ପ୍ରଶ୍ନର ଉତ୍ତରରେ ଆମୀର ସଲମାନ୍‌ଙ୍କ ନାଁ ନେଇଥିଲେ। ଯାହା ଶୁଣିବା ପରେ ତାଙ୍କୁ ଏମିତି କରିବାର କାରଣ ପଚରାଯାଇଥିଲା। ଆମୀର କହିଥିଲେ, ‘ଭାଇ କେବେ ବୁଡ଼ିବେନି’।

ଉତ୍ତର ଶୁଣି ଶୋ’ରେ ଉପସ୍ଥିତ ମଲାଇକା ଆଉ କରଣ କିଛି କ୍ଷଣ ପାଇଁ ଚୁପ୍‌ ହୋଇ ଯାଇଥିଲେ। ଆଉ ପରେ ଏମିତି ଚତୁର ଉତ୍ତର ଶୁଣି ତାଳି ମାରିଥିଲେ। ଏହି ଉତ୍ତର ପାଇଁ ଆମୀର ରାପିଡ୍‌ ଫାୟର ରାଉଣ୍ଡର ବିଜେତା ହୋଇଥିଲେ।

ଏଥର ଆପଣ କୁହନ୍ତୁ ଏ ଉତ୍ତରେ ଚତୁରତା କ’ଣ ଥିଲା। କଥାରେ ଅଛି ନା, ‘ସମଝ୍‌ଦାର କୋ ଇଶାରା କାଫି ହୈ’ । ଯଦି ଆପଣ ବୁଦ୍ଧିଆ ତା’ ହେଲେ ବୁଝି ଯିବେଣି। ଆମୀରଙ୍କ କହିବା କଥା ଏଇଆ ଯେ, ଭାଇଯାନ କେବେ ହାରିବେନି। ତେଣୁ ତାଙ୍କୁ ପାଣିକୁ ଠେଲିଦେଲେ ବି ସେ ଉପରକୁ ଉଠି ଆସିବେ। ଏଥିରେ ଦ୍ୱିମତ ନାହିଁ।

ଏଥର ଆପଣ ଠିକ୍‌ ବୁଝିଯିବେଣି। ୩ ଖାନ୍‌ଙ୍କ ବନ୍ଧୁତ୍ୱର ବଣ୍ଡିଂ କେତେ ଷ୍ଟ୍ରଙ୍ଗ୍‌।

 

View this post on Instagram

 

We have a strong contender for #AnswerOfTheSeason and of course it’s @_aamirkhan! #KoffeeWithAamir #KoffeeWithKaran

A post shared by Star World (@starworldindia) on Nov 4, 2018 at 8:49am PST

 

 

 



from Odisha Reporter https://ift.tt/2qrHMuW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages