ବିମାନ ପଛରେ ଦୌଡ଼ିବାକୁ ଯୁବତୀଙ୍କ ଉଦ୍ୟମ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 21, 2018

ବିମାନ ପଛରେ ଦୌଡ଼ିବାକୁ ଯୁବତୀଙ୍କ ଉଦ୍ୟମ, ଦେଖନ୍ତୁ ଭିଡିଓ

ବାଲି: ସୋଶାଲ୍‌ ମିଡିଆରେ ଏକ ଅଜବ ଭିଡିଓ ଏବେ ଭାଇରାଲ୍‌ ହୋଇଛି। ବିମାନରେ ବସିବା ପାଇଁ ଜଣେ ଯୁବତୀ କେମିତି ଏହା ପଛରେ ରନୱେରେ ଦୌଡ଼ବାକୁ ଉଦ୍ୟମ, ତା’ର ଦୃଶ୍ୟ ଭିଡିଓରେ ରହିଛି।

ବାଲିର ଏନ୍‌ଗୁରାହ ରାୟ ବିମାନବନ୍ଦରରେ ଏଭଳି ଘଟଣା ଘଟିଛି। ହାନା ନାମକ ଜଣେ ଯୁବତୀ ବାଲିଠାରୁ ଜାକର୍ତ୍ତା ଯିବାର ଥିଲା। ଏଥିପାଇଁ ସେ ବିମାନବନ୍ଦରରେ ପହଞ୍ଚିଥିଲେ। କିନ୍ତୁ ସେ ପହଞ୍ଚିଲା ବେଳକୁ ବିମାନଟି ଛାଡ଼ିବା ପାଇଁ ରନୱେରେ ଗଡ଼ିବା ଆରମ୍ଭ କରିଥିଲା। ଫଳରେ ସେ ରନୱେରେ ବିମାନ ପଛରେ ଦୌଡ଼ିବାକୁ ଚାହିଁଥିଲେ।

ତେବେ ଦୁଇ ଜଣ ସୁରକ୍ଷାକର୍ମୀ ଯୁବତୀଙ୍କୁ ରନୱେରୁ କାବୁ କରି ବିମାନବନ୍ଦରକୁ ଆଣିଥିଲେ। ବିମାନବନ୍ଦର ପକ୍ଷରୁ କୁହାଯାଇଛି ଯେ ଯୁବତୀ ଜଣଙ୍କୁ ବିମାନ ଛାଡ଼ିବା ପୂର୍ବରୁ ୩ଥର ଫୋନ୍‌ କରାଯାଇଥିଲା। କିନ୍ତୁ ସେ ଏହାର ଜବାବ ଦେଇ ନଥିଲେ।

ବିମାନ ଛାଡ଼ିବାର ଠିକ୍‌ ୧୦ ମିନିଟ୍‌ ପୂର୍ବରୁ ଯୁବତୀ ଜଣଙ୍କ ସମସ୍ତ ସୁରକ୍ଷା ବଳୟକୁ ଭେଦ କରି ରନ୍‌ୱେ ଆଡ଼କୁ ଦୌଡ଼ି ଥିଲେ। ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ସୁରକ୍ଷାକର୍ମୀ ଯୁବତୀଙ୍କୁ କାବୁ କରିଥିଲେ ବୋଲି କୁହାଯାଇଛି।

ଦେଖନ୍ତୁ ଭିଡିଓ:



from Odisha Reporter https://ift.tt/2qYnEAP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages