ବାରବାଟୀରେ ସଲମାନ୍‌ଙ୍କୁ ଲିପ୍‌ଷ୍ଟିକ୍‌ ଅଡ଼ୁଆ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 29, 2018

ବାରବାଟୀରେ ସଲମାନ୍‌ଙ୍କୁ ଲିପ୍‌ଷ୍ଟିକ୍‌ ଅଡ଼ୁଆ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଶୀର୍ଷକ ପଢ଼ି ଆପଣଙ୍କୁ ଟିକେ ଅଡ଼ୁଆ ଲାଗିଥିବ। ଭାବୁଥିବେ ଦବଙ୍ଗ ଖାନ୍‌ଙ୍କ ପାଇଁ ସାମାନ୍ୟ ଲିପ୍‌ଷ୍ଟିକ୍‌ର, ଏମିତି କ’ଣ ସମ୍ପର୍କ ରହିଛି। ଯାହାକୁ ନେଇ ସଲ୍ଲୁ ଭାଇ ଅସୁବିଧାରେ ପଡ଼ିବେ। ଅବଶ୍ୟ କଥାଟା ସେୟା ନୁହେଁ। ହକି ଉଦ୍‌ଘାଟନ୍‌ ପାଇଁ ଗତକାଲି ବଲିଉଡ୍‌ର ସଲ୍ଲୁ ମିଆଁ ବାରବାଟୀ ଆସିଥିବା ବେଳେ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସିଥିଲା। ସଲମାନ୍‌ ଆସିଥିବାରୁ ତାଙ୍କ ଫ୍ୟାନ୍‌ ମାନଙ୍କ ମଧ୍ୟରେ ଜବରଦଦସ୍ତ କ୍ରେଜ୍‌ ଦେଖିବାକୁ ମିଳିଥିଲା।

ଷ୍ଟାଡିୟମ୍‌ ପ୍ରବେଶ ପାଇଁ ଦିନ ୨ଟାରୁ ଗେଟ୍‌ ଖୋଲାଯାଇଥିଲା। ଦର୍ଶକମାନେ ଅପୂର୍ବ ଉତ୍ସାହର ସହ ପ୍ରବେଶ କରୁଥିବା ବେଳେ ସୁରକ୍ଷା ନେଇ ପୁଲିସ ତା’କାମ କରିଥିଲା। ପୂର୍ବରୁ ଷ୍ଟାଡିୟମକୁ ପ୍ରବେଶ ନେଇ ବାରଣ କରାଯାଇଥିବା ଜିନିଷ ଗୁଡ଼ିକୁ ପୁଲିସ ଚେକିଂ କରି ସେଇଠି ରଖିଦେଉଥିଲା। କିଏ ପାଣିବୋତଲ ଆଣିଥିଲା ପୁଣି କିଏ ପ୍ୟାକେଟରେ ଖାଦ୍ୟ ପୁଡ଼ିଆ ଆଣିଥିଲା। ଏସବୁକୁ ପୁଲିସ ସେଇଠି ବାହାର କରି ଥୋଇ ଦେଉଥିଲା। ଖାସ୍‌ କରି ସଲମାନ୍‌ଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିବାରୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲା ପୁଲିସ। ତେବେ ରୋଚକ ଦୃଶ୍ୟଟି ଥିଲା ଯୁବତୀମାନେ ତାଙ୍କ ବ୍ୟାଗରେ ଲିପ୍‌ଷ୍ଟିକ୍‌, ପାନିଆ ଓ କ୍ରିମ୍‌ ଆଣିଥିଲା ବେଳେ ଏଗୁଡ଼ିକୁ ମଧ୍ୟ ସେଇଠି ବାହାର କରି ରଖିଦିଆଯାଉଥିଲା।

ଷ୍ଟାଡିୟମ ବାହାରେ ଏମିତି ମାଳ ମାଳ ଲିପ୍‌ଷ୍ଟିକ୍‌, ପାନିଆ ଓ କଏନ ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ଏହି ଘଟଣା ଯେତିକି କୌତୁହଳର ବିଷୟ ଥିଲା ସେତିକି ଅପ୍ରିୟ ମଧ୍ୟ ଥିଲା। କାରଣ ଟିକେଟ ମୂଲ୍ୟଠାରୁ ଯଥେଷ୍ଟ ଅଧିକ ଦାମର ଲିପଷ୍ଟିକ୍‌ ଥିବାରୁ ସେଗୁଡ଼ିକୁ ପୁଲିସ ଜବତ କରି ରଖିଦେବା ପରେ କେତେକ ଯୁବତୀ ମନ ଉଣା କରିଥିଲେ। ଆଉ କେତେକ କହୁଥିଲେ ଟିକେଟ ମୂଲ୍ୟ ତ’ ଶହେ ଟଙ୍କା ଥିଲା। ହେଲେ ଆମର ଲିପଷ୍ଟିକ୍‌ର ଦାମ ୫୦୦ ଟଙ୍କା ଥିଲା। ସବୁ ପାଣିରେ ପଡ଼ିଗଲା। ଏହାକୁ ନେଇ କେତେ ଥଟ୍ଟାରେ କହୁଥିଲେ, ଆରେ ସଲମାନ୍‌ଙ୍କୁ ପରା ଦେଖିବାକୁ ଆସିଛ। କୁଛ୍‌ ପାନେ କେଲିଏ କୁଛ ଖୋନା ତୋ ପଡ଼େଗା। ଏଠାରେ ଆମେ କହିରଖୁଛୁ ଯେ, ବୁଧବାର କଟକର ବାରବାଟୀ ଷ୍ଟାଡିୟମରେ ହକି ବିଶ୍ୱକପ୍‌ ସେଲିବ୍ରେସନ୍‌ ପାଇଁ ସଲମାନ୍‌ ଖାନ୍ ଯୋଗଦେବେ ବୋଲି ଟ୍ୱିଟ୍‌ କରି ଜଣାଇବା ପରେ ଦର୍ଶକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା।

ଏହି କାର୍ଯ୍ୟକ୍ରମରେ ଏ.ଆର୍‌ ରହେମାନ୍‌ ମଧ୍ୟ ସଙ୍ଗୀତ ପରିବେଷଣ କରିଥିଲେ। ଏଥିପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ମୋଟ ୫୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଥିଲା। ଏହା ଛଡ଼ା ୩୦୦ ଜଣ ଇନ୍‌ସ୍ପେକ୍ଟର ମଧ୍ୟ ନିୟୋଜିତ ଥିଲେ। ଷ୍ଟାଡିୟମ୍‌ରେ ୩୦ ହଜାରରୁ ଅଧିକ ଦର୍ଶକ ବସିବାର ବ୍ୟବସ୍ଥା କରାଯାଇଥିଲା।

ଏପଟେ ବାଲିଯାତ୍ରା ଚାଲିଥିବାରୁ ସୁରକ୍ଷା ଦୃଷ୍ଟିରୁ ପୂରା ବାରବାଟୀକୁ କବ୍‌ଜା କରିନେଇଥିଲା ପୁଲିସ। ତେବେ ଷ୍ଟାଡିୟମ୍‌ ଭିତରକୁ ପାଣି ବୋତଲ୍‌, ବ୍ୟାଗ୍‌, ବ୍ୟାନର‌୍‌, ମିରର‌୍‌, ସିଗାରେଟ୍‌, ଡିଆସିଲି, ବ୍ଲେଡ୍‌, ବାଣ, ବାଡ଼ି, ପତାକା, ରେଡିଓ, ବିଡି, ଲାଇଟର‌୍‌, ଛୁରୀ, ଆଟାଚି, ରିମୋର୍ଟ କଣ୍ଟ୍ରୋଲ, ବାଦ୍ୟ ଯନ୍ତ୍ର, ହେଲ୍‌ମେଟ୍‌, ପାଣି ବୋତଲକୁ ଆଦି ବାରଣ କରାଯାଇଥିଲା। କେବଳ ମହିଳାମାନେ ସେମାନଙ୍କ ବ୍ୟାଗ୍‌ ନେବାର ବ୍ୟବସ୍ଥା ଥିଲ।



from Odisha Reporter https://ift.tt/2KHNDFD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages