ସୁପର ମିନିଷ୍ଟରଙ୍କ ଅରବପତି ଡ୍ରାଇଭର ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 25, 2018

ସୁପର ମିନିଷ୍ଟରଙ୍କ ଅରବପତି ଡ୍ରାଇଭର !

cartoon

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରରେ ସୁପର ମିନିଷ୍ଟର୍ ବୋଲାଉଥିବା ଜଣେ ଯୁବନେତାଙ୍କ ଡ୍ରାଇଭର ଏବେ କୁଆଡ଼େ ଅଚଳାଚଳ ସମ୍ପତ୍ତିର ମାଲିକ ବୋଲି ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ଏହି ଡ୍ରାଇଭରଙ୍କ ନାଁରେ ରାଜଧାନୀ ଭୁବନେଶ୍ୱରରେ ୩ଟି ମୂଲ୍ୟବାନ ପ୍ଲଟ, ଗୋଟିଏ ଫ୍ଲାଟ୍ ଓ ଅନ୍ୟ କେତେକ ସମ୍ପତ୍ତି ରହିଛି। ଯାହାର ମୂଲ୍ୟ ଅତିକମରେ କୁଆଡ଼େ ୧୦୦କୋଟି ଟଙ୍କା ହେବ। ରାଜଧାନୀ ଭୁବନେଶ୍ୱରର ଉତ୍ତର ପାଶ୍ୱର୍ରେ ଥିବା ମୂଲ୍ୟବାନ ପ୍ଲଟରେ ଏବେ କୁଆଡ଼େ ଭବ୍ୟ କୋଠା ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟ ଗୋଟିଏ ପ୍ଲଟ ସହରର ଏକ ସମ୍ଭ୍ରାନ୍ତ ଅଞ୍ଚଳରେ ଥିବାବେଳେ ଅନ୍ୟଟି ଭୁବନେଶ୍ୱର-ପୁରୀ ରାସ୍ତାରେ ରହିଛି। ଏସବୁ ପ୍ଲଟର ବଜାର ଦର କୁଆଡ଼େ ଅତିକମରେ ୭୦ରୁ ୮୦କୋଟି ଟଙ୍କା ହେବ।,ତାଙ୍କ ନାଁରେ କୋଟିକୋଟି ଟଙ୍କାର ବେନାମୀ ସମ୍ପତ୍ତି ଥିଲେ ମଧ୍ୟ ଡ୍ରାଇଭରଜଣକ ଏବେ ନିଜ ପରିବାର ସହ କୁଆଡ଼େ ଏକ ଛୋଟିଆ ସରକାରୀ କ୍ୱାର୍ଟରରେ ରହୁଛନ୍ତି।

ଚର୍ଚ୍ଚା ହେଉଛି, ମନ୍ତ୍ରୀ ନଥାଇ ବି ଏହି ବାବୁଜଣକ କୁଆଡ଼େ ସୁପର ମିନିଷ୍ଟର ଭଳି ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ଡିଲ୍ କରୁଛନ୍ତି। ଏହି ସୁପର ମିନିଷ୍ଟର୍ କୁଆଡ଼େ ତାଙ୍କର ବ୍ୟକ୍ତିଗତ କର୍ମଚାରୀମାନଙ୍କ ନାଁରେ କୋଟିକୋଟି ଟଙ୍କାର ସମ୍ପତ୍ତି କରିଛନ୍ତି। ମାତ୍ର ୩-୪ବର୍ଷ ମଧ୍ୟରେ ଏହି ସୁପର ମିନିଷ୍ଟରଙ୍କ ସମ୍ପତ୍ତିର ପରିମାଣ କୁଆଡ଼େ ୫୦୦ଗୁଣ ବୃଦ୍ଧି ପାଇଛି। ବିଜେଡିର ପାଣ୍ଠି କୁଆଡ଼େ ଏହି ନେତାଙ୍କ ମାଧ୍ୟମରେ ସଂଗୃହୀତ ହେଉଛି, ଆଉ ତା’ର ସିଂହଭାଗକୁ କୁଆଡ଼େ ସେହି ସୁପର ମିନିଷ୍ଟର ଅନ୍ୟତ୍ର ବିନିଯୋଗ କରିବାରେ ସକ୍ଷମ ହେଉଛନ୍ତି।

ଦଳୀୟ ପାଣ୍ଠି ସଂଗ୍ରହ ନାଁରେ ବାବୁ ଯେତେ ଅର୍ଥ ଆଦାୟ କରୁଛନ୍ତି ତାକୁ ଦେଖିବା ଅବା ଜାଣିବାର ସୁଯୋଗ ଅନ୍ୟମାନଙ୍କ ପାଖରେ ନଥିବାରୁ ତା’ର ଫାଇଦା ଉଠାଇ ବାବୁ କୁଆଡ଼େ ଏହି ବେନାମୀ ସମ୍ପତ୍ତି ବଢ଼ାଇ ଚାଲିଛନ୍ତି। ରାଜ୍ୟ ସରକାର ନିଜର ଭିଜିଲାନ୍ସ କିମ୍ବା କେନ୍ଦ୍ର ସରକାରଙ୍କ ବିଭିନ୍ନ ଏଜେନ୍ସି ଯଦି ସମ୍ପୃକ୍ତ ସୁପର ମିନିଷ୍ଟରଙ୍କ ଆର୍ଥିକ କାରବାରର ଓ ବେନାମୀ ସମ୍ପତ୍ତିର ଖୋଳତାଡ଼ କରିବେ ସହଜରେ ଏସବୁକୁ ଠାବ କରିପାରିବେ। ସୁପର ମିନିଷ୍ଟରଙ୍କ ସମ୍ପତି ବିଷୟରେ କୁଆଡ଼େ ତାଙ୍କର ଜଣେ ଅତି ବିଶ୍ୱସ୍ତ ଲୋକ ହିଁ ଏବେ ଚାରିଆଡ଼େ କହି ବୁଲୁଥିବା ଚର୍ଚ୍ଚା ।



from Odisha Reporter http://bit.ly/2EMIxar

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages