
ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ୍ ହାର୍ଟଥ୍ରୋବ୍ ପ୍ରିୟଙ୍କା ଚୋପ୍ରା । ପ୍ରିୟଙ୍କା ତାଙ୍କ ଦୀର୍ଘ ଦିନର ବନ୍ଧୁ ନିକ୍ ଜୋନଙ୍କ ହାତ ଧରିଛନ୍ତି। ଉଭୟଙ୍କ ବିବାହ ପାରମ୍ପରିକ ଖ୍ରୀଷ୍ଟିଆନ ରୀତିନୀତିରେ ଅନୁଷ୍ଠିତ ହୋଇଛି । ଆଜି ଉଭୟଙ୍କ ବିବାହ ପୁଣି ହିନ୍ଦୁ ରୀତିନୀତି ଅନୁସାରେ ଅନୁଷ୍ଠିତ ହେବ। ବିବାହ ବନ୍ଧରେ ଆବନ୍ଧ ହେବା ପରେ ପ୍ରିୟଙ୍କା ନିଜେ ତାଙ୍କ ମେହେନ୍ଦୀ ଉତ୍ସବରେ କିଛି ଫଟୋ ସୋଶାଲ୍ ମିଡିଆରେ ସେୟାର କରିଛନ୍ତି ।

ରାଜସ୍ଥାନ ଯୋଧପୁରରସ୍ଥିତ ଉମୈଦ ପ୍ୟାଲେସରେ ଏହି ହାଇ ପ୍ରୋଫାଇଲ ମ୍ୟାରେଜ୍ ସେରିମୋନିରେ ପ୍ରିୟଙ୍କା ଓ ନିକଙ୍କ ପରିବାର ଓ କିଛି ଘନିଷ୍ଟ ବନ୍ଧୁ ଯୋଗ ଦେଇଥିଲେ। ପ୍ରିୟଙ୍କାଙ୍କ ବିବାହ ଉତ୍ସବ ଅବସରରେ ରଙ୍ଗାରଙ୍ଗ ଆତଶବାଜୀ ଶୋ’ ଦେଖିବାକୁ ମିଳିଥିଲା।
ଏହି ଆକର୍ଷଣୀୟ ଆତଶବାଜୀରେ ଯୋଧପୁର ଆକାଶ କିଛି ସମୟ ପାଇଁ ରଙ୍ଗୀନ ହୋଇପଡ଼ିଥିଲା ।
from Odisha Reporter https://ift.tt/2U3hjBu
No comments:
Post a Comment