
ନୂଆଦିଲ୍ଲୀ: ୧୯୮୪ ମସିହାରେ ଶିଖ୍ ବିରୋଧୀ ଦଙ୍ଗା ଘଟଣା ସହିତ ଜଡ଼ିତ ଏକ ମାମଲାରେ ବରିଷ୍ଠ କଂଗ୍ରେସ ନେତା ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ଦିଲ୍ଲୀ ହାଇକୋର୍ଟ ସୋମବାର ସଜ୍ଜନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଅପରାଧିକ ଷଡ଼ଯନ୍ତ୍ର ରଚିବା, ଅନ୍ୟମାନଙ୍କ ଦ୍ୱାରା ହିଂସା ଘଟାଇବା ଓ ଦଙ୍ଗା ପାଇଁ ଉସୁକାଇବା ନେଇ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ।
ଡିସେମ୍ବର ୩୧ ତାରିଖ ସୁଦ୍ଧା ସରେଣ୍ଡର ହେବାକୁ ସଜ୍ଜନଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ସଜ୍ଜନ ଯେଉଁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ପାଇଛନ୍ତି, ତାହା ଏକ ହତ୍ୟାକାଣ୍ଡ ସହିତ ଜଡ଼ିତ। ୧୯୮୪ ମସିହା ନଭେମ୍ୱର ମାସରେ ଦିଲ୍ଲୀ ସ୍ଥିତ ଛାବନୀର ରାଜନଗର ଅଞ୍ଚଳରେ ଗୋଟିଏ ପରିବାର ୫ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ କଂଗ୍ରେସ ନେତା ସଜ୍ଜନ କୁମାର ଅଭିଯୁକ୍ତ ଥିଲେ। ଆଉ ଘଟଣାର ୩୪ ବର୍ଷ ପରେ ସେ ପ୍ରଥମ ଥର ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ଏହି ମାମଲାରେ ୨୦୧୩ରେ ତଳ କୋର୍ଟ ସଜ୍ଜନଙ୍କୁ ଦୋଷମୁକ୍ତ କରି ଥିଲେ। କୋର୍ଟ ସଜ୍ଜନଙ୍କ ବ୍ୟତୀତ ମାମଲାର ଅନ୍ୟ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ତେବେ ପରେ ତଳ କୋର୍ଟଙ୍କ ଏହି ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।
from Odisha Reporter https://ift.tt/2LltBBl
No comments:
Post a Comment