
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫଳ ସାଧାରଣତଃ ଶରୀର ପାଇଁ ଉପକାରୀ। ତେବେ ଏପରି କିଛି ଫଳ ଅଛି, ଯାହା ଶରୀରକୁ ସୁସ୍ଥ ରଖିବା ସହ ସୌନ୍ଦର୍ଯ୍ୟକୁ ମଧ୍ୟ ବଢ଼ାଇ ଥାଏ। ଏହିପରି ଏକ ଫଳ ହେଉଛି କିୱି।
କିୱି ଖାଇବା ଦ୍ୱାରା ଆପଣ ସୁସ୍ଥ ରହିବା ସହିତ ସୁନ୍ଦର ମଧ୍ୟ ଦେଖା ଯା’ନ୍ତି। ଆସନ୍ତୁ ଜାଣିବା କିୱିରେ କେଉଁସବୁ ଗୁଣ ରହିଛି।
୧. ଯଦି ଆପଣଙ୍କ ସ୍କିନ୍ରୁ ଚମକ ହଜି ଯାଇଛି, ତେବେ ନିୟମିତ କିୱି ଖାଆନ୍ତୁ। ଏହା ଦ୍ୱାରା ସ୍କିନ୍ ଗ୍ଲୋ କରିବା ସହ ଶରୀର ଉପରେ ବୟସର ପ୍ରଭାବ ମଧ୍ୟ ପଡ଼ିବ ନାହିଁ।
୨. କିୱିରେ ଥିବା ଭିଟାମିନ୍-ଇ’ ସ୍କିନ୍ରେ ପୁନଃ ସତେଜତା ଭରି ଦିଏ। ଏଥିରେ ଥିବା ଡାଇଟରୀ ଫାଇବର୍ ସ୍କିନ୍ରେ ଚମକ ଆଣିବାରେ ସହାୟକ ହୋଇଥାଏ।
୩. ପ୍ରତିଦିନ ଗୋଟିଏରୁ ଦୁଇଟି କିୱି ଖାଇବା ଦ୍ୱାରା ଆପଣଙ୍କ ପାଚନ ଗ୍ରନ୍ଥୀ ଅଧିକ ସକ୍ରିୟ ହୋଇଥାଏ ଏବଂ ଏହା ଦ୍ୱାରା ଶରୀରରେ ଥିବା ଟକ୍ସିକ୍ ବାହାରି ଯାଇଥାଏ।
୪. ଆପଣ ଶରୀରରେ କିୱି ମାଲିସ୍ ମଧ୍ୟ କରିପାରିବେ। କିୱିରେ ଥିବା ଭିଟାମିନ୍-ସି’ ସ୍କିନ୍ରେ କୋଲୋଜଲ୍ ହର୍ମୋନ୍ ସୃଷ୍ଟି କରେ, ଯାହା ସ୍କିନ୍କୁ ନରମ ଓ ସୁନ୍ଦର କରିଥାଏ।
୫. କିୱିରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ମଧ୍ୟ ରହିଛି, ଯାହା ଆପଣଙ୍କ ମୁହଁରେ ବ୍ରଣ ସମସ୍ୟାକୁ ଦୂର କରିଥାଏ।
from Odisha Reporter https://ift.tt/2Ez4o5F
No comments:
Post a Comment