କ’ଣ ପାଇଁ ସି.ରାଜାଗୋପାଳଚାରି ହୋଇଥିଲେ ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 10, 2018

କ’ଣ ପାଇଁ ସି.ରାଜାଗୋପାଳଚାରି ହୋଇଥିଲେ ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସି.ରାଜାଗୋପାଳଚାରି ବା ଚକ୍ରବର୍ତ୍ତୀ ରାଜାପୋପାଳଚାରି ହେଉଛନ୍ତି ଜଣେ ଭାରତୀୟ ଓକିଲ, ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ଲେଖକ। ଭାରତରେ ବ୍ରିଟିସ୍‌ ଶାସନ ଶେଷ ହେବା ସମୟରେ ଗଭର୍ଣ୍ଣର ଜେନେରାଲ୍‌ ଲର୍ଡ ମାଉଣ୍ଟ୍‌ ବ୍ୟାଟେନ୍‌ ୧୯୪୮ରେ ଦେଶଛାଡ଼ି ଚାଲି ଯାଇଥିଲେ। ସେହି ସମୟରେ ସେ ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ୍‌ ହୋଇଥିଲେ। ଆଜି ହେଉଛି ଏହି ମହାନ୍‌ ଜନନାୟକଙ୍କ ଜନ୍ମଦିନ।

ଏଥିପାଇଁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ଙ୍କୁ ବଛା ଯାଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଜବାହାର୍‌ ଲାଲ୍‌ ନେହେରୁଙ୍କ ଇଚ୍ଛାରେ ସି.ରାଜାଗୋପାଳଚାରିଙ୍କୁ ଏହି ପଦରେ ରଖା ଯାଇଥିଲା। ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ସେ ଭାରତୀୟ ଜାତୀୟ କଂଗ୍ରେସରେ ରହି ଅନେକ ପ୍ରମୁଖ କାର୍ଯ୍ୟମାନ କରିଥିଲେ।

ତାଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି, ୧୯୫୨-୧୯୫୪ରେ ସେ ମାଡ୍ରାସ୍‌(ବର୍ତ୍ତମାନର ତାମିଲନାଡ଼ୁ)ର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଆନ୍ଧ୍ରପ୍ରଦେଶକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଇଥିଲେ, ରାଜ୍ୟରୁ ଚିନିର ଅଭାବକୁ ଦୂର କରିବା ସହ ମାଡ୍ରାସ୍‌ର ଶିକ୍ଷାର ଢାଞ୍ଚାକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେଇଥିଲେ। କିନ୍ତୁ ସ୍ୱାସ୍ଥ୍ୟଗତ ଅସୁବିଧା କାରଣରୁ ସେ ମାଡ୍ରାସ୍‌ର ମୁଖ୍ୟମନ୍ତ୍ରୀ ପଦରୁ ଓହରି ଯାଇଥିଲେ।
ଏପରି ଅନେକ କାର୍ଯ୍ୟ ପାଇଁ ତାଙ୍କୁ ମିଳିଥିଲା ଭାରତ ରତ୍ନ ସମ୍ମାନ।

ଚକ୍ରବର୍ତ୍ତୀ ରାଜାପୋପାଳଚାରିଙ୍କ ବିଷୟରେ କିଛି ଜାଣିବା କଥା

ସି.ରାଜାଗୋପାଳଚାରି ବା ଚକ୍ରବର୍ତ୍ତୀ ରାଜାପୋପାଳଚାରିଙ୍କ ଜନ୍ମ ମାଡ୍ରାସ୍‌ର ଥୋରପଲ୍ଲୀ ଗାଁରେ ହୋଇଥିଲା। ୧୮୭୮ ମସିହା ଡିସେମ୍ୱର ୧୦ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ସମସ୍ତେ ରାଜାଜୀ ନାମରେ ଜାଣନ୍ତି। ଛୋଟବେଳୁ ହିଁ ରାଜାଜୀଙ୍କ ସ୍ୱାସ୍ଥ୍ୟ ଭଲ ରହୁ ନ ଥିଲା। ଏହି କାରଣରୁ ତାଙ୍କ ବାପାମାଆ ସବୁବେଳେ ଚିନ୍ତାରେ ରହୁଥିଲେ।

୧୯୮୭ମସିହାରେ ମାଡ୍ରାସ୍‌ କଲେଜ୍‌ରୁ ରାଜାଜୀ ତାଙ୍କର ଗ୍ରାଜୁଏସନ୍‌ ଶେଷ କରିଥିଲେ। କଂଗ୍ରେସର ପ୍ରମୁଖ ନେତା ତଥା ମହାତ୍ମାଗାନ୍ଧୀଙ୍କ ନିକଟତର ଥିଲେ ସେ।

୧୯୩୦ ମସିହାରେ ଗାନ୍ଧୀ ଯେବେ ଦାଣ୍ଡି ଯାତ୍ରା କରିଥିଲେ, ସେହି ସମୟରେ ରାଜାଜୀ ମଧ୍ୟ ଲୁଣ ଆଇନ୍‌କୁ ଅମାନ୍ୟ କରିଥିଲେ।
କେବଳ ରାଜନୀତି ନୁହେଁ,  ରାଜାପୋପାଳଚାରି ଭାରତୀୟ ଜାତି ପ୍ରଥାକୁ ବିରୋଧ କରି ଚର୍ଚ୍ଚାକୁ ଆସିଥିଲେ। ଅନେକ ମନ୍ଦିରରେ ଯେଉଁଠି ଦଳିତମାନଙ୍କର ପ୍ରବେଶ ନିଷେଧ ଥିଲା, ରାଜାଜୀ ଏହି ନିୟମର କଡ଼ା ବିରୋଧ କରିଥିଲେ। ତାଙ୍କ ଯୋଗୁଁ ହିଁ ମନ୍ଦିରରେ ଦଳିତମାନଙ୍କର ପ୍ରବେଶ ସମ୍ଭବ ହୋଇ ପାରିଥିଲା।

୧୯୩୮ ମସିହାରେ ସେ ଏଗ୍ରିକଲ୍‌ଚର୍‌ ଡେଟ୍‌ ରିଲିଫ୍‌ ଆକ୍ଟ ଆଇନ୍‌ ପ୍ରଣୟନ କରିଥିଲେ। ଯାହା ଯୋଗୁ କୃଷକମାନେ ଋଣ ଭାରରୁ ମୁକ୍ତି ପାଇଥିଲେ।

୧୯୫୦ରେ ଜବାହାର୍‌ ଲାଲ୍‌ ନେହେରୁଙ୍କ ନେତୃତ୍ୱାଧୀନ ସରକାରରେ ତାଙ୍କୁ ଗୃହମନ୍ତ୍ରୀ ଭାବେ ଅବସ୍ଥାପିତ କରାଯାଇଥିଲା।

୧୯୫୨ରେ ସେ ତାମିଲ୍‌ନାଡୁର ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ। ତାମିଲ୍‌ନାଡୁ ଓ ଦେଶ ପାଇଁ ଅନେକ ଜନମଙ୍ଗଳକାରୀ କାର୍ଯ୍ୟ କରିବା କାରଣରୁ ତାଙ୍କୁ ସର୍ବଶ୍ରେଷ୍ଠ ନାଗରିକ ସମ୍ମାନ ମିଳିବା ସହ ୧୯୫୪ରେ ଭାରତ ରତ୍ନ ମିଳିଥିଲା।

ନେହେରୁଙ୍କ ସହିତ ରାଜାଜୀଙ୍କର ରାଜନୈତିକ ଅସନ୍ତୋଷ କାରଣରୁ ସେ କଂଗ୍ରେସ୍‌ଠାରୁ ଅଲଗା ହୋଇ ଯାଇଥିଲେ।

କଂଗ୍ରେସ୍‌ଠାରୁ ଅଲଗା ହେବା ପରେ ସେ ନିଜର ଏକ ଦଳ ତିଆରି କରିଥିଲେ। ଯାହାର ନାମ ରଖିଥିଲେ, ‘ଆଣ୍ଟି କଂଗ୍ରେସ୍‌ ସ୍ୱତନ୍ତ୍ର ପାର୍ଟି’।

କେବଳ ରାଜନୀତି କାମରେ ସେ ପ୍ରବୀଣ ନୁହଁନ୍ତି। ଏହା ବ୍ୟତୀତ ସେ ସଂସ୍କୃତରେ ଥିବା ରାମାୟଣକୁ ତାମିଲ୍‌ ଭାଷାରେ ଅନୁବାଦ କରିଥିଲେ। ରାଜାଜୀ ତାମିଲ୍‌ ସହିତ ଇଂରାଜୀରେ ମଧ୍ୟ ବହୁତ ଭଲ ଲେଖୁଥିଲେ। ସେ ସଲେମ୍‌ ଲିଟେରାରୀ ସୋସାଇଟିର ସଂସ୍ଥାପକ ଥିଲେ। ସ୍ୱାଧୀନତା ସଂଗ୍ରାମ ସମୟରେ ସେ ଜେଲ୍‌ରେ ଥିବା ସମୟରେ ‘ମେଡିଟେସନ୍‌ ଇନ୍‌ ଜେଲ୍‌’ ନାମରେ ଏକ ବହି ଲେଖିଥିଲେ।



from Odisha Reporter https://ift.tt/2QHZoRX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages