ଅନ୍‌ଲାଇନ୍ ମହାପ୍ରସାଦ ବିକ୍ରି ଓ ନିମନ୍ତ୍ରଣକୁ ନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

ଅନ୍‌ଲାଇନ୍ ମହାପ୍ରସାଦ ବିକ୍ରି ଓ ନିମନ୍ତ୍ରଣକୁ ନା

jaggannath

ପୁରୀ (ଓଡ଼ିଶା ରିପୋର୍ଟର): ଅନ୍‌ଲାଇନ୍‌ ମହାପ୍ରସାଦ ବିକ୍ରି ଓ ଅନ୍‌ଲାଇନ୍ ନିମନ୍ତ୍ରଣ ପତ୍ର ଗ୍ରହଣ କରିବା ପ୍ରସ୍ତାବକୁ ଗ୍ରହଣ କରିନି ଶ୍ରୀମନ୍ଦିର ପ୍ରଶାସନ।

ମନ୍ଦିର ପ୍ରଶାସନ ପକ୍ଷରୁ ଏକ ପ୍ରେସ୍ ବିବୃତିରେ କୁହାଯାଇଛି ଯେ, ଶ୍ରୀମନ୍ଦିର ପ୍ରଶାସନ ଏହାର ସ୍ୱତ୍ୱାଧିକାରୀ ହୋଇଥିବାରୁ କୌଣସି ଅନୁଷ୍ଠାନ ବା ବ୍ୟକ୍ତିବିଶେଷ ଅନ୍‌ଲାଇନ୍‌ରେ ମହାପ୍ରସାଦ ବିକ୍ରି କରିପାରିବେ ନାହିଁ କି ଅନ୍‌ଲାଇନ୍‌ରେ ମହାପ୍ରଭୁଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରି ପାରିବେ ନାହିଁ।

ଏଥିରେ ଆହୁରି କୁହାଯାଇଛି ଯେ, ଏଭଳି କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ଅନୁମତି ଦିଆଯାଇ ନାହିଁ।

ଯଦି କେହି ଏଭଳି କାମ କରୁଥାଏ, ତେବେ ସଂପୃକ୍ତ ସଂସ୍ଥା ବା ବ୍ୟକ୍ତି ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି।

୪/୫ଟି ସଂସ୍ଥା ଅନ୍‌ଲାଇନ୍‌ରେ ମହାପ୍ରସାଦ ବିକ୍ରି କରୁଥିବା ଓ ମହାପ୍ରଭୁଙ୍କ ନିମନ୍ତ୍ରଣ ଜଣାଇବା ପ୍ରସଙ୍ଗ ଶ୍ରୀମନ୍ଦିର ପ୍ରଶାସନର ଦୃଷ୍ଟିକୁ ଆସିବା ପରେ ନୀତି ପ୍ରଶାସକ ବିଶ୍ୱଜିତ ଦାସ ଏହି ପ୍ରେସ୍‌ ବିବୃତି ଜାରି କରିଛନ୍ତି।



from Odisha Reporter https://ift.tt/2GqDGOo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages