ଅପରାଜିତାଙ୍କୁ ବିଜେପି କାର୍ଯ୍ୟାଳୟରେ ଭବ୍ୟ ସମ୍ବର୍ଦ୍ଧନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 1, 2018

ଅପରାଜିତାଙ୍କୁ ବିଜେପି କାର୍ଯ୍ୟାଳୟରେ ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାକୁ ଆଦର୍ଶ ଓ ସଶକ୍ତ ରାଜ୍ୟରେ ପରିଣତ କରିବା ପାଇଁ ‘ୱାନ୍ ଟିମ୍ ୱାନ୍ ଡ୍ରିମ୍’ ମନୋଭାବ ନେଇ କାମ କରିବାକୁ ପ୍ରଶାସିକାରୁ ରାଜନେତ୍ରୀ ପାଲଟିଥିବା ଅପରାଜିତା ଷଡ଼ଙ୍ଗୀ ଆହ୍ୱାନ କରିଛନ୍ତି।

ଆଇଏଏସ ଚାକିରି ଛାଡ଼ି ବିଜେପିରେ ସାମିଲ ହୋଇଥିବା ଅପରାଜିତା ଷଡ଼ଙ୍ଗୀଙ୍କୁ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଓ ରାଜ୍ୟର ବିଭିନ୍ନ ଭାଗରୁ ଆସିଥିବା ନେତାମାନଙ୍କ ଉପସ୍ଥିତିରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ଉଦବୋଧନ ଦେଇ ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ ଯେ, ଓଡ଼ିଶାବାସୀଙ୍କ ଭଲପାଇବା ଓ ସ୍ନେହଶ୍ରଦ୍ଧା ତାଙ୍କୁ ଦିଲ୍ଲୀରୁ ଓଡ଼ିଶା ଫେରାଇ ଆଣିଛି।ସେ ଓଡ଼ିଶାର ବୋହୂ, ଓଡ଼ିଶା ତାଙ୍କର କର୍ମଭୂମି ଥିଲା ଏବେ ଏହା ତାଙ୍କର ଜନ୍ମଭୂମି ପାଲଟିଛି। ରାଜ୍ୟରେ ଦାରିଦ୍ର‌୍ୟ, ପିସି କାରବାର ଓ ଦୁର୍ନୀତି ପ୍ରସଙ୍ଗରେ ତଥ୍ୟ ରଖି ଅପରାଜିତା ରାଜ୍ୟ ସରକାରଙ୍କ ଅସଲ ଚେହେରାକୁ ପଦାରେ ପକାଇବା ସହ ଆଗାମୀ ଦିନରେ ଅଧିକ ତଥ୍ୟ ରଖିବେ ବୋଲି ସତର୍କ କରାଇ ଦେଇଛନ୍ତି ।

ସେ କହିଛନ୍ତି ଯେ, ରାଜ୍ୟର ଗ୍ରାମାଂଚଳରେ ଥିବା ୮୬ଲକ୍ଷ ପରିବାର ମଧ୍ୟରୁ ୫୮ଲକ୍ଷ ପରିବାର(୬୬%) ହେଉଛନ୍ତି ଗରିବ ଓ ବଂଚିତ ବର୍ଗର। ଏହି ତଥ୍ୟ ରାଜ୍ୟ ସରକାର ନିଜେ ୨୦୧୬ ମସିହାରେ କେନ୍ଦ୍ର ସରକାରଙ୍କ ପାଖରେ ଉପସ୍ଥାପନ କରିଛନ୍ତି। ଓଡ଼ିଶାରେ ସବୁଥାଇ ଏତେ ଲୋକ କିଭଳି ଗରିବ ପରିବାର ହୋଇ ରହିଛନ୍ତି ତାହା ଭାବିଲେ କଷ୍ଟ ଲାଗେ।ଓଡ଼ିଶାରେ ପ୍ରଚୁର ପ୍ରାକୃତିକ ସମ୍ପଦ ରହିଛି। ମାନବ ସମ୍ବଳ ଅଛି ଓ ଲୋକଙ୍କ ମାନସିକତା ମଧ୍ୟ ଅଛି। କିନ୍ତୁ ଏବେବି ଓଡ଼ିଶା ଗୋଟିଏ ଗରିବ ଓ ପଛୁଆ ରାଜ୍ୟ ହୋଇ ରହିଛି। ଏହି ପଛୁଆ ଓ ଦରିଦ୍ର‌୍ୟ ଟ୍ୟାଗକୁ ହଟାଇବାକୁ ପଡ଼ିବ । ତେବେ ସେ ସ୍ପଷ୍ଟ କରିବାକୁ ଚାହାଁନ୍ତି ଯେ ପ୍ରଶାସନିକ କ୍ଷେତ୍ରଠୁ ଅଧିକ ଭଲ ସେବା ଯୋଗାଇବା ନିମନ୍ତେ ସେ ଓଡ଼ିଶାବାସୀଙ୍କ ନିକଟରେ ପ୍ରତିଶ୍ରୁତିବଦ୍ଧ ।

ଆଦର୍ଶ ଓଡ଼ିଶା ଗଠନ ପାଇଁ ସମସ୍ତଙ୍କ ମଧ୍ୟରେ ନିଃସ୍ୱାର୍ଥପର ମନୋବୃତି, କଠିନ ପରିଶ୍ରମ, ଦୃଢ଼ ଇଚ୍ଛାଶକ୍ତି ଓ ଅଦ୍ୟମ ଉତ୍ସାହ ରହିବା ଜରୁରୀ। ଦୀର୍ଘ ୨୫ବର୍ଷ ଧରି ସେ ରାଜ୍ୟ ରାଜନୀତିକୁ ଅତ୍ୟନ୍ତ ପାଖରେ ଦେଖିବାର ସୁଯୋଗ ପାଇଛନ୍ତି। ଏବେ ସେ ଅନୁଭବ କରୁଛନ୍ତି ଯେ ରାଜ୍ୟରେ ପରିବର୍ତନର ଆବଶ୍ୟକତା ରହିଛି।ଆଉ ରାଜ୍ୟର ବିକାଶ କରିବାର କ୍ଷମତା କେବଳ ବିଜେପିର ରହିଛି। ରାଜ୍ୟକୁ ଅଗ୍ରଣୀ କରିବାକୁ ହେଲେ ବିଜେପି ହିଁ ଏକମାତ୍ର ବିକଳ୍ପ।କାରଣ ଏହା ଏକ ରାଷ୍ଟ୍ରୀୟ ଦଳ ଓ ସ୍ଥାୟୀ ଦଳ। ଏହାର କର୍ମୀମାନେ ରାଷ୍ଟ୍ର ସେବା ଓ ଗଠନର ଭାବନା ନେଇ କାମ କରିଥାନ୍ତି।ବିଜେପିର ମୂଲ୍ୟବୋଧ ଓ ବିଚାରାଧାରା ରାଷ୍ଟ୍ର ନିର୍ମାଣର ମୂଳଦୁଆ ଉପରେ ପର୍ଯ୍ୟବେସିତ।

ସେ ରାଜନୀତିରେ ନିଜକୁ ପ୍ରଥମ ଶ୍ରେଣୀର ଛାତ୍ରୀ ବୋଲି କହିବା ସହ ସମସ୍ତଙ୍କଠୁ ସେ ରାଜନୀତି ଶିକ୍ଷା କରିବାକୁ ଇଚ୍ଛୁକ ଅଛନ୍ତି। ତଥାପି ସମସ୍ତଙ୍କ ସ୍ନେହ ଓ ଶ୍ରଦ୍ଧା ତାଙ୍କୁ ଓଡ଼ିଶାବାସୀଙ୍କ ପାଇଁ କାମ କରିବା ନିମନ୍ତେ ସଂକଳ୍ପବଦ୍ଧ କରିଛି।ସେ ରାଜନୀତିରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ସମସ୍ତେ ମିଳିମିଶି ଓଡ଼ିଶା ଗଠନ ଦିଗରେ କାର୍ଯ୍ୟ କରିବା ପାଇଁ ଦଳୀୟ କର୍ମୀମାନଙ୍କୁ ସେ ଆହ୍ୱାନ କରିଛନ୍ତି।

ଆଜିର ଏହି ସମ୍ବର୍ଦ୍ଧନା ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା,ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ, ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା, ବରିଷ୍ଠ ନେତ୍ରୀ ସୁରମା ପାଢ଼ୀ, ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର, ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ, ଉପସଭାପତି ସମୀର ମହାନ୍ତି ଓ ଦଳର ବିଭିନ୍ନ ମୋର୍ଚ୍ଚାର କର୍ମକର୍ତାମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ,ଶ୍ରୀମତୀ ଷଡ଼ଙ୍ଗୀ ଆଇଏଏସ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ଗତ ନଭେମ୍ବର ୨୭ତାରିଖରେ ବିଜେପିରେ ସାମିଲ ହୋଇଥିଲେ ।



from Odisha Reporter https://ift.tt/2Q5lRZO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages