“କାଳିଆ” ଯୋଜନା ଚାଷୀମାନଙ୍କ ପାଇଁ ମରୁଭୂମିରେ ମରୀଚିକା ସଦୃଶ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 23, 2018

“କାଳିଆ” ଯୋଜନା ଚାଷୀମାନଙ୍କ ପାଇଁ ମରୁଭୂମିରେ ମରୀଚିକା ସଦୃଶ 

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “କାଳିଆ” ଯୋଜନା ଚାଷୀମାନଙ୍କ ପାଇଁ ମରୁଭୂମିରେ ମରୀଚିକା ସଦୃଶ। ଏହା ଏକ ନିର୍ବାଚନୀ ଚାଲ୍‌। ବିଗତ ୧୮ ବର୍ଷ ଧରି କ୍ଷମତାରେ ଥିବା ବିଜେଡି ସରକାର ଓଡ଼ିଶାର ଚାଷୀମାନଙ୍କୁ ସବୁ ସମୟରେ ଅବହେଳା ଓ ପ୍ରତାରଣା କରୁଥିବାର ଅଭିଯୋଗ ହୋଇ ଆସୁଛି। ଚାଷୀ ତାର ହକ୍ ପାଇବାରୁ ବଞ୍ଚିତ ହେଉଛି। ସଂପ୍ରତି ୩ଟି ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ କଂଗ୍ରେସ ସରକାର ବିଜେପି ସରକାରକୁ ଗାଦିଚ୍ୟୁତ କରି କୃଷକମାନଙ୍କ ବଳରେ କ୍ଷମତାକୁଆସିଛନ୍ତି। ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି। କୃଷି ଓ କୃଷକମାନଙ୍କ ଆବେଗକୁ କଂଗ୍ରେସ ହୃଦୟଙ୍ଗମ କରି ଦେଶସାରା ଋଣଛାଡ ଯୋଜନା ଲାଗୁ କରିବା ପାଇଁ କ୍ଷମତାସୀନ ସରକାରମାନଙ୍କର ନିଦ ହଜାଇ ଦେଉଛି।

ଏହି ସମୟରେ ଆସନ୍ତା ନିର୍ବାଚନର ପରାଜୟକୁ ଆଶଙ୍କା କରି ଓଡ଼ିଶାର ବିଜେଡି ସରକାର ତରବରିଆ ଭାବେ “କାଳିଆ” ଯୋଜନା ଘୋଷଣା କରିବା ପରେ କୃଷକ ମହଲରେ ଏହାର ତୀବ୍ର ବିରୋଧ କରାଯାଉଛି। ଏହି ‘କାଳିଆ’ ଯୋଜନା ପୁରୁଣା ନାବାର୍ଡ ଏବଂ ମନରେଗା ଯୋଜନାର ଏକ ଅଂଶ ମାତ୍ର ବୋଲି ଅଭିଯୋଗ କରିଛନ୍ତି ପ୍ରଦେଶ କୃଷକ କଂଗ୍ରେସ ସମ୍ପାଦକ ଜାନକୀକାନ୍ତ ପଟ୍ଟନାୟକ।

ନୟାଗଡ଼ ଜିଲ୍ଳାରେ କୃଷି ଓ କୃଷକମାନଙ୍କ ଅବସ୍ଥା ଅତ୍ୟନ୍ତ ସଙ୍ଗିନ୍। ବୁଢ଼ାବୁଢ଼ିଆଣୀ ଡ୍ୟାମ୍‌ରୁ ପାଣି ଚାଷ ପାଇଁ ଛଡ଼ା ଯାଉନାହିଁ, କି କେନାଲ ମରାମତି କରାଯାଉନାହିଁ, ଜଳସେଚନ ପାଇଁ କୌଣସି ବ୍ୟବସ୍ଥା ଏ ବିଜେଡି ସରକାର କରିନାହାନ୍ତି। ଏ ପର୍ଯ୍ୟନ୍ତ ଫସଲବୀମା ଦେଇପାରୁନାହାନ୍ତି। ସେପଟେ ଚାଷୀ ଓ ଶ୍ରମିକମାନଙ୍କ ଦୁର୍ଘଟଣା ଜନିତ ୨ଲକ୍ଷ ଟଙ୍କା ବୀମା ସହାୟତା ଘୋଷଣା ଏକ ମରୀଚିକା ସଦୃଶ ଏବଂ ନିର୍ବାଚନୀ ଚାଲ। ନୟାଗଡରେ ଆଖୁଚାଷ ବିପର୍ଯ୍ୟସ୍ତ। ଚିନିକଳ ବନ୍ଦ ହୋଇପଡ଼ିଛି। ନୟାଗଡ଼ ଜିଲ୍ଲାରେ ଆଖୁଚାଷ ପାଇଁ କିଛି ବ୍ୟବସ୍ଥା ନ କରି ଏବଂ ଚିନିକଳ ଚାଲୁ କରିବା ପାଇଁ କିଛି ପଦକ୍ଷେପ ନ ନେଇ ‘କାଳିଆ’ ଭଳି ମରୀଚିକା  ଯୋଜନା କରି ନବୀନ ପଟ୍ଟନାୟକଙ୍କ ବିଜେଡି ସରକାରର କୃଷକ ଓ ନୟାଗଡ଼ବାସୀଙ୍କୁ ଭୂଆଁ ବୁଲାଇବାର ଅପଚେଷ୍ଟା କରୁଥିବାରୁ ଆସନ୍ତା ନିର୍ବାଚନରେ ନୟାଗଡ଼ବାସୀ ଏହାର ଉଚିତ୍ ଜବାବ ଦେବେ।

ରାଜ୍ୟର ମୋଟ ଶ୍ରମଶକ୍ତିର ୬୧ ଭାଗ ଲୋକଙ୍କ ପାଇଁ ନବୀନ ବାବୁଙ୍କ ତଥାକଥିତ କାଳିଆ ଯୋଜନା ଏକ ‘ଲଲିପପ୍’ ମାତ୍ର । ନବୀନ ସରକାରର ଆୟୁଷ ମାତ୍ର ଚାରି ମାସ। ଏହି ଚାରିମାସରେ କ’ଣ ଦେବେ ନ କହି ଆସନ୍ତା ୨ ବର୍ଷରେ ଦିଆଯିବ ବୋଲି କହିବା “ଆକାଶ କୟାଁକୁ ଚିଲିକା ମାଛ’ ଭଳି କଥା। ଖରିଫ ଅମଳ ସରିନାହିଁ। କିନ୍ତୁ ଖରିଫ ଚାଷ ବେଳକୁ କ୍ଷୁଦ୍ର ଓ ନାମମାତ୍ର ଚାଷୀ ୫୦୦୦ ଟଙ୍କା ଏବଂ ତାପରେ ରବିଚାଷ ପାଇଁ ୫୦୦୦ ଟଙ୍କା ଏଭଳି ମୋଟ ୧୦ ହଜାର ଟଙ୍କା, ୧୦ ଲକ୍ଷ ଭୂମିହୀନଙ୍କୁ ବର୍ଷକୁ ୪୨୦୦ କରି ୩ ବର୍ଷରେ ୧୨,୫୦୦ ଟଙ୍କା ଛେଳି, ଗାଈ, ମଇଁଷି, ରଖିବା ପାଇଁ ସାହାଯ୍ୟ ଏବଂ ୫ ଲକ୍ଷ କୃଷି ଶ୍ରମିକଙ୍କୁ ୧୦ ହଜାର କରି ସାହାଯ୍ୟ ଦେବାପାଇଁ କାଳିଆ ଯୋଜନା ପ୍ରସ୍ତୁତ କରାଯାଇଛି।

ନବୀନ ସରକାର “କାଳିଆ’ ନାମରେ ରାଜ୍ୟର କୃଷକମାନଙ୍କ ମୁଖରେ ଯେଉଁ କଳା ବୋଳିବା ପାଇଁ ଚେଷ୍ଟା କରିଛନ୍ତି, ତାର ସଠିକ୍ ଜବାବ ରାଜ୍ୟର ଚାଷୀକୁଳ ଦେବେ, ଚାଷୀକୁଳ ରାଜରାସ୍ତାକୁ ଓହ୍ଲାଇବେ ।



from Odisha Reporter http://bit.ly/2R9tuOE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages