
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଶୀତ ଦିନେ ଅତ୍ୟଧିକ ଥଣ୍ଡା ହେତୁ ତ୍ୱଚାରେ ବିଭନ୍ନ ସମସ୍ୟା ଦେଖା ଦିଏ। ତ୍ୱଚା ଶୁଷ୍କ ହୋଇ ଫାଟିବା ସହ ଏହାର ଉଜ୍ଜ୍ୱଳତା ମଧ୍ୟ କମିଯାଏ। ଶୀତ ଦିନେ ଏହି ସମସ୍ୟା ସବୁ ପ୍ରକାରର ସ୍କିନ୍ରେ ଦେଖାଦିଏ। ବିଶେଷ କରି ଡ୍ରାଏ ସ୍କିନ୍ରେ ଏହା ଅଧିକ ଦେଖା ଦେଇଥାଏ।
ଆଜି ଆମେ କିଛି ଉପାୟ ବତାଇବୁ, ଯାହାକୁ ଆପଣ ରାତିରେ ଶୋଇବା ପୂର୍ବରୁ ଆପଣାଇଲେଲେ ତ୍ୱଚା ସୁସ୍ଥ ରହିବ।
୧. ଶୋଇବା ପୂର୍ବରୁ ପ୍ରଥମେ ମୁହଁକୁ ସଫା କରି ଏକ ଭଲ ଫେସ୍ ୱାଶ୍ରେ ଧୋଇ ଦିଅନ୍ତୁ। ଯଦି ମେକଅପ୍ ନେଇଛନ୍ତି, ତେବେ ଏହାକୁ ଭଲଭାବେ ଛଡ଼ାନ୍ତୁ। ନଚେତ୍ ଏହାଦ୍ୱାରା ଆପଣଙ୍କ ମୁହଁରେ ବ୍ରଣ ଓ ଦାଗ ଭଳି ଅନେକ ସମସ୍ୟା ଦେଖାଦେବ।
୨. ଶୋଇବା ପୂର୍ବରୁ ଗାଧୋଇବା ମଧ୍ୟ ଏକ ଭଲ ଉପଚାର। ଏହା ଦ୍ୱାରା ପୁରା ଦିନର କ୍ଲାନ୍ତି ଦୂର ହେବା ସହ ତ୍ୱଚାର ମଇଳା ସବୁ ଚାଲିଯାଏ ଓ ବିଭିନ୍ନ ଚର୍ମ ରୋଗରୁ ମୁକ୍ତି ମିଳିଥାଏ। ଯଦି ଗାଧୋଇବା ସମ୍ଭବ ନୁହେଁ. ତେବେ ଓଦା କପଡ଼ାରେ ପୁରା ଶରୀରକୁ ପୋଛି ଦିଅନ୍ତୁ, ତ୍ୱଚା ସୁସ୍ଥ ରହିବ।
୩. ଶୋଇବା ପୂର୍ବରୁ ବିଛଣାକୁ ଭଲଭାବେ ଝାଡ଼ି ଶୁଅନ୍ତୁ। ସବୁବେଳେ ସଫା ବିଛଣା ଓ ତକିଆ ବ୍ୟବହାର କରନ୍ତୁ। କାରଣ ଏହା ମଧ୍ୟ ଆପଣଙ୍କ ତ୍ୱଚା ପାଇଁ ସଂକ୍ରମଣର କାରଣ ହୋଇପାରେ।
୪. ତ୍ୱଚାକୁ ଅତ୍ୟଧିକ ଶୁଷ୍କତାରୁ ସୁରକ୍ଷା ଦେବା ପାଇଁ ରାତିରେ ମୁହଁ ଧୋଇ ସାରିବା ପରେ ଟୋନର୍ରେ ପୋଛନ୍ତୁ। ଏହା ଦ୍ଵାରା ମୁହଁରେ ଥିବା ମଇଳା ଓ ଜୀବାଣୁ ସଫା ହୋଇଯିବେ। ଫଳରେ ଆପଣଙ୍କ ତ୍ୱଚା ସଫା ଓ ଉଜ୍ଜ୍ୱଳ ଦେଖାଯିବ।
୫. ରାତିରେ ଶୋଇବା ପୂର୍ବରୁ ମୟଶ୍ଚରାଇଜର୍ କ୍ରିମ୍ ଓ ବଡି ଲୋସନ୍ ବ୍ୟବହାର କରନ୍ତୁ। ଏହା ସହ କଞ୍ଚା କ୍ଷୀର ମଧ୍ୟ ମୁହଁରେ ଲଗାଇ ପାରିବେ। ଏହାଦ୍ୱାରା ସକାଳେ ତ୍ୱଚା କୋମଳ ଓ ସତେଜ ଦେଖାଯିବ।
୬. ଆପଣ ଶୋଇବା ପୂର୍ବରୁ କୌଣସି ଭଲ ନାଇଟ୍ କ୍ରିମ୍ ଆଣି ମଧ୍ୟ ଲଗାଇପାରିବେ। ଏହାକୁ ଲଗାଇ କିଛି ସମୟ ମସାଜ୍ କରନ୍ତୁ। ଏହା ଦ୍ୱାରା ତ୍ୱଚାରେ ରକ୍ତ ସଞ୍ଚାର ଭଲ ହୁଏ ଓ ବ୍ରଣ ସମସ୍ୟାରୁ ମୁକ୍ତି ମିଳିବା ସହ ତ୍ୱଚାରେ ଚମକ ଆସିଥାଏ।
from Odisha Reporter http://bit.ly/2Rll72A
No comments:
Post a Comment