
ନୂଆଦିଲ୍ଲୀ: ବିଏସ୍ଏଫ୍ କ୍ୟାମ୍ପରେ ଖରାପ ଖାଇବା ଦିଆଯାଉଥିବା ଅଭିଯୋଗ କରି ଏ ସଂକ୍ରାନ୍ତ ଭିଡିଓ ଭାଇରାଲ୍ କରିଥିବା ଯବାନ୍ ତେଜ ବାହାଦୂର୍ ଯାଦବଙ୍କ ପୁଅ ରୋହିତଙ୍କ ମୃତଦେହ ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏକ ବନ୍ଦ ଘରୁ ରୋହିତଙ୍କ ମୃତଦେହ ମିଳିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
Haryana: Rohit, 22-year-old son of Tej Bahadur Yadav (BSF constable who was dismissed from service after he had released a video last year on quality of food served to soldiers) found dead at his residence in Shanti Vihar, Rewari. pic.twitter.com/sVhY5ve6Ju
— ANI (@ANI) January 17, 2019
ଗୁରୁବାର ବିଳମ୍ୱିତ ରାତିରେ ୨୨ ବର୍ଷୀୟ ରୋହିତ ରହୁଥିବା ରେୱାଡ଼ିର ଶାନ୍ତି ବିହାର ସ୍ଥିତ ଘରୁ ଏଭଳି ମୃଦଦେହ ମିଳିଛି।
ପୁଲିସ୍ ରୋହିତଙ୍କ ମୃତଦେହ ନିକଟରୁ ଏକ ବନ୍ଧୁକ ଜବତ କରିବା ସହ ରୁମ୍ଟି ଭିତରୁ ବନ୍ଦ ଥିବା ଜାଣିବାକୁ ପାଇଛି। ତେଣୁ ଏହା ଆତ୍ମହତ୍ୟା ହୋଇଥାଇପାରେ ବୋଲି ପୁଲିସ୍ ସନ୍ଦେହ କରୁଛି।
ପ୍ରାଥମିକ ତଦନ୍ତ ଅନୁଯାୟୀ, ଗତକାଲି ରାତିରେ ରୋହିତଙ୍କ ପାଖକୁ ଏକ ଫୋନ୍ କଲ୍ ଆସିଥିଲା। ଏହାପରେ ରୋହିତ ପାଖରେ ରଖିଥିବା ବନ୍ଧକରୁ ନିଜକୁ ଗୁଳି କରିଥାଇ ପାରନ୍ତି ବୋଲି ପୁଲିସ୍ କହିଛି। ରୋହିତଙ୍କ ମୃତଦେହ ବେଡ୍ ଉପରେ ପଡ଼ି ରହିଥିଲା ଏବଂ ତାଙ୍କ ହାତରେ ବନ୍ଧୁକ ଥିଲା।
ରୋହିତଙ୍କ ବାପା ତେଜ୍ ବାହାଦୂର୍ କୁମ୍ଭ ମେଳା ଯାଇଥିବା ବେଳେ ମା’ ଘରେ ରହିଥିଲେ। ରୋହିତ ଦୀର୍ଘ ସମୟ ଧରି ରୁମ ବନ୍ଦ କରି ରହିବାରୁ ତାଙ୍କ ମା’ ପୁଲିସ୍କୁ ଏ ନେଇ ସୂଚନା ଦେଇଥିଲେ।
ପୁଲିସ୍ ରୋହିତଙ୍କ ହାତରେ ଥିବା ବନ୍ଧୁକ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତଦେହ ପାଖରୁ ମିଳିଥିବା ବନ୍ଧୁକର ଲାଇସେନ୍ସ ଅଛି କି ନାହିଁ, ତାହା ଜଣାପଡ଼ିନାହିଁ। ପୁଲିସ୍ ଏହି ଘଟଣାର ତଦନ୍ତ କରୁଛି।
କ’ଣ ଥିଲା ତେଜ୍ ବାହାଦୂର୍ଙ୍କ ମାମଲା:
ଗତବର୍ଷ ଜାନୁଆରୀ ମାସରେ ତେଜ୍ ବାହାଦୂର୍ଙ୍କର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହୋଇଥିଲା। ଯେଉଁଥିରେ ସେ କହିଥିଲେ ଯେ ଯବାନମାନଙ୍କୁ ଠିକ୍ ଭାବରେ ଖାଇବାକୁ ଦିଆଯାଉନାହିଁ ଏବଂ ଅନେକ ଥର ତାଙ୍କୁ ଖାଲି ପେଟରେ ଶୋଇବାକୁ ପଡୁଛି।
ଭିଡିଓଟି ଭାଇରାଲ୍ ହେବା ପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ବିଏସ୍ଏଫ୍କୁ ରିପୋର୍ଟ ତଲବ କରିଥିଲେ।
ଏହି ଭିଡିଓରେ ତେଜ୍ବାହାଦୂର ଦାବି କରିଥିଲେ ଯେ, “ଆମେ ସରକାରଙ୍କୁ ଦୋଷ ଦେବାକୁ ଚାହୁଁନାହୁଁ। କାହିଁକି ନା ସରକାର ସବୁ ପ୍ରକାର ସୁବିଧା ଆମକୁ ପ୍ରଦାନ କରୁଛନ୍ତି। କିନ୍ତୁ ଉଚ୍ଚ ଅଧିକାରୀ ଏହି ସମସ୍ତ ଜିନିଷ ବିକି ଖାଉଛନ୍ତି ଏବଂ ଆମକୁ କିଛି ମିଳୁନାହିଁ। ଅନେକ ସମୟରେ ଯବାନଙ୍କୁ ଖାଲି ପେଟରେ ରହିବାକୁ ପଡ଼ୁଛି। ମୁଁ ଆପଣଙ୍କୁ ସକାଳ ଜଳଖିଆର ଦୃଶ୍ୟ ଦେଖାଇବି, ଯେଉଁଥିରେ ଆମକୁ କେବଳ ଗୋଟିଏ ପରଟା ଓ ଚା’ ମିଳୁଛି। ଏହା ସହିତ ଆଚାର ମିଳୁନାହିଁ।
ମଧ୍ୟାହ୍ଣ ଖାଇବାର ଡାଲିରେ କେବଳ ହଳଦୀ ଓ ଲୁଣ ରହୁଛି, ରୁଟି ମଧ୍ୟ ଖରାପ ରହୁଛି। ଭାରତ ସରକାର ଆମକୁ ସବୁ ପ୍ରକାର ସହାୟତା ଦେଉଛନ୍ତି, ଷ୍ଟୋର୍ ମଧ୍ୟ ଭରପୂର ରହୁଛି କିନ୍ତୁ ଏହି ସମସ୍ତ ଜିନିଷ ବଜାରକୁ ଚାଲିଯାଉଛି। ତେଣୁ ମୁଁ ଅନୁରେଧ କରୁଛି, ଏହାର ଯାଞ୍ଚ କରାଯାଉ।” ଏହାପରେ ତେଜବାହାଦୂରଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିଲା।
from Odisha Reporter http://bit.ly/2AUGmPf
No comments:
Post a Comment