
ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇ ମୁଖ୍ୟଙ୍କ ନାଁ ଆସନ୍ତା ୨୪ ତାରିଖରେ ଘୋଷଣା ହୋଇପାରେ। ଆସନ୍ତା ୨୪ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ହାଇପାୱାର ସିଲେକ୍ସନ୍ କମିଟିର ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଓ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ୍ ଖାଡ଼ଗେ ରହିଛନ୍ତି। ଏମାନେ ମିଳିତ ଭାବେ ବୈଠକ କରି ପରବର୍ତ୍ତୀ ସିବିଆଇ ମୁଖ୍ୟଙ୍କ ନାଁ ଘୋଷଣା କରିବେ।
ପୂର୍ବରୁ ସିବିଆଇ ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଆଲୋକ ବର୍ମାଙ୍କୁ ହାଇପାୱାର ସିଲେକ୍ସନ କମିଟି ପଦରୁ ବିଦା କରିବା ପରେ ଏମ୍ ନାଗେଶ୍ୱର ରାଓଙ୍କୁ ସଂସ୍ଥାର ଅନ୍ତରୀଣ ମୁଖ୍ୟ କରାଯାଇଛି। କିନ୍ତୁ ସ୍ଥାୟୀ ସିବିଆଇ ମୁଖ୍ୟଙ୍କ ଚୟନ ପାଇଁ ହାଇପାୱାର ସିଲେକ୍ସନ୍ କମିଟି ବୈଠକ ଡକାଯାଉଛି।
ବୈଠକ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଖାଡ଼ଗେ କହିଛନ୍ତି, “ ମୁଁ ୨୫ କିମ୍ବା ୨୬ରେ ବୈଠକ ଡାକିବାକୁ କହିଥିଲି। ହେଲେ ପ୍ରଧାନମନ୍ତ୍ରୀ ୨୪ ତାରିଖରେ ବୈଠକ ବସିବ ବୋଲି କହିଛନ୍ତି। ତେଣୁ ଏଥିରେ ମୁଁ ଏକମତ ହୋଇଛି।”
from Odisha Reporter http://bit.ly/2RQKutg
No comments:
Post a Comment