ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ପ୍ରସଙ୍ଗ: କମିଟିରୁ ଇସ୍ତଫା ଦେଲେ କନକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ପ୍ରସଙ୍ଗ: କମିଟିରୁ ଇସ୍ତଫା ଦେଲେ କନକ

KVSinghDeo

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଟିଭି ବିରୋଧରେ ଗଠିତ ବିଧାନସଭା ସ୍ୱାଧିକାର କମିଟିରୁ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ବାଚସ୍ପତି ପ୍ରଦୀପ ଅମାତଙ୍କ ନିକଟକୁ ପଠାଇ ଦେଇଛନ୍ତି। ଓଟିଭି ନିର୍ଦ୍ଦେଶକ ଜଗି ମଙ୍ଗତ ପଣ୍ଡାଙ୍କୁ ସମନ ପ୍ରତିବାଦରେ ସେ ଇସ୍ତଫା ଦେଇଥିବା ଏଥିରେ ଲେଖିଛନ୍ତି।

କେଭି କହିଛନ୍ତି, ତାରା ବାହିନୀପତି ସ୍ୱାଧିକାର ଭଙ୍ଗ ନୋଟିସ୍‌ ଦେଇଥିଲେ। ସେ କେଉଁଠି ଜଗି ମଙ୍ଗତଙ୍କୁ ସମନ କରିବାକୁ କହି ନଥିଲେ। ଏଭଳି କ୍ଷେତ୍ରରେ ସାଧାରଣତଃ ସଂପାଦକ, ରିପୋର୍ଟରଙ୍କୁ ସମନ ହୋଇଥାଏ। ଜଗି ମଙ୍ଗତ ପଣ୍ଡା ରାଜ୍ୟର ଜଣେ ଜଣାଶୁଣା ମହିଳା ଶିଳ୍ପୋଦ୍ୟୋଗୀ। ତାଙ୍କୁ ଏମିତି ସର୍ବସାଧାରଣରେ ହଇରାଣ କରାଯିବା ମହିଳା ବିରୋଧୀ। ସ୍ୱାଧିକାର କମିଟି ଅଧ୍ୟକ୍ଷଙ୍କ ଏଭଳି କାରବାର ପଛରେ ରାଜନୈତିକ ଗନ୍ଧ ବାରି ହେଉଛି। ରାଜନୈତିକ କାରଣରୁ ତାଙ୍କୁ ସମନ କରାଯାଇଥିବା ସ୍ପଷ୍ଟ ହେଉଛି। ଏଭଳି କ୍ଷେତ୍ରରେ କମିଟିରେ ରହିବାକୁ ମୁଁ ଉଚିତ ଭାବୁନି।

ଗତ ନଭେମ୍ବର ୨୦ ତାରିଖରେ ବିଧାନସଭା ସମ୍ପର୍କିତ ଏକ ଖବର ଓଟିଭିରେ ପ୍ରସାରଣ ହେବା ପରେ କଂଗ୍ରେସ ବିଧାୟକ ତାରା ବାହିନୀପତି ସ୍ୱାଧିକାର ଭଙ୍ଗ ନେଇ ନୋଟିସ୍‌ ଦେଇଥିଲେ। ଏହା ଆଧାରରେ ବାଚସ୍ପତି ସ୍ୱାଧିକାର କମିଟି ଗଠନ କରିଥିଲେ। ଗତକାଲି ଜଗି ମଙ୍ଗତ ପଣ୍ଡା କମିଟି ଆଗରେ ହାଜର ହୋଇଥିଲେ। କମିଟି ଆଗରେ ହାଜର ହେବା ପରେ ସେ ତାଙ୍କର ପ୍ରତିକ୍ରିୟା ରଖି କହିଥିଲେ ଯେ ଜଣେ ମହିଳା ଉଦ୍ୟୋଗୀ ଭାବେ ତାଙ୍କୁ ପ୍ରବଳ ହଇରାଣ କରାଯାଉଛି।



from Odisha Reporter http://bit.ly/2MFwKN1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages