ଲ୍ୟାଣ୍ଡିଂ ପାଇଁ ଶାହଙ୍କ ହେଲିକପ୍ଟରକୁ ମିଳିଲା ଅନୁମତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 21, 2019

ଲ୍ୟାଣ୍ଡିଂ ପାଇଁ ଶାହଙ୍କ ହେଲିକପ୍ଟରକୁ ମିଳିଲା ଅନୁମତି

କୋଲକାତା: ବହୁ ବାଦ ବିବାଦ ପରେ ପଶ୍ଚିମବଙ୍ଗର ମାଲଦାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ହେଲିକପ୍ଟର ଅବତର ପାଇଁ ଅନୁମତି ମିଳିଛି। ଶ୍ରୀ ଶାହ ମାଲଦା ଠାରେ ଆସନ୍ତାକାଲି ଅନୁଷ୍ଠିତ ଏକ ରାଲିରେ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେବେ। ପୂର୍ବରୁ ପଶ୍ଚିମବଙ୍ଗରେ କ୍ଷମତାସୀନ ମମତା ବାନାର୍ଜୀ ସରକାର ଅମିତ ଶାହଙ୍କୁ ଶୋଭାଯାତ୍ରା ପାଇଁ ଅନୁମତି ଦେଇଥିଲେ ହେଁ ତାଙ୍କ ହେଲିକପ୍ଟରକୁ ମାଲଦାରେ ଲ୍ୟାଣ୍ଡିଂ କରିବାକୁ ଅନୁମତି ଦେଇ ନଥିଲେ।

ମାଲଦା ଜିଲ୍ଲା ପ୍ରଶାସନ ଜାନୁଆରୀ ୧୮ରେ ଏକ ଚିଠି ଲେଖି କହିଥିଲା ଯେ “ହୋଟେଲ ଗୋଲଡେନ୍‌ ପାର୍କର ବିପରୀତ ଦିଗରେ ହେଲିକପ୍ଟର ଲ୍ୟାଣ୍ଡିଂ ପାଇଁ ଯେଉଁ ଅନୁମତି ଲୋଡ଼ା ଯାଇଥିଲା, ତାହା ବର୍ତ୍ତମାନ ଦିଆଯାଇପାରିବ ନାହିଁ। ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହେଲିକପ୍ଟର ଏଠାରେ ଲ୍ୟାଣ୍ଡିଂ କରୁଥିଲା ସତ କିନ୍ତୁ ଏବେ ଏୟାରପୋର୍ଟର ମରାମତି ଚାଲିଛି।

ସେହିପରି ରନ୍‌ ୱେ ଉପରେ ନିର୍ମାଣରେ ବ୍ୟବହୃତ ସରଞ୍ଜାମ ପଡ଼ି ରହିଛି। ସେହିପରି ଅସ୍ଥାୟୀ ହେଲିପ୍ୟାଡ୍‌ ମଧ୍ୟ ଠିକ୍‌ ନାହିଁ। ତେଣୁ ଏପରି ସ୍ଥିତିରେ ମାଲଦା ଏୟାରପୋର୍ଟରେ ହେଲିକପ୍ଟର ଲ୍ୟାଣ୍ଠିଂ ସୁରକ୍ଷିତ ହେବନାହିଁ।”

ଏହାକୁ ନେଇ ବିଜେପି ପ୍ରତିବାଦ କରିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ବାନାର୍ଜୀ ଏହା ଉପରେ ପ୍ରତିକ୍ରିୟା ରଖିବା ସହ ହେଲିକପ୍ଟର ଲ୍ୟାଣ୍ଡିଂ କରିବାକୁ ଅନୁମତି ଦେଇଛନ୍ତି।

ସେ କହିଛନ୍ତି,“ ଟିଏମ୍‌ସି ସର୍ବଦା ଗଣତନ୍ତ୍ରରେ ବିଶ୍ୱାସ କରେ। ବର୍ତ୍ତମାନ ଲ୍ୟାଣ୍ଡିଂ ପାଇଁ ଅନୁମତି ଦିଆଯାଇଛି। କିନ୍ତୁ ସୁରକ୍ଷା ସମ୍ପର୍କରେ ସମସ୍ୟା ରହିଛି। ପୁଲିସ୍‌ ସୁରକ୍ଷା ଦୃଷ୍ଟିରୁ ଅମିତ ଶାହଙ୍କ ହେଲିକପ୍ଟର ଅନ୍ୟତ୍ର ଅବତରଣ କରିବା ଦରକାର ବୋଲି କହୁଛି। ମୁଁ ମଧ୍ୟ ମୋ ହେଲିକପ୍ଟରକୁ ଅନ୍ୟତ୍ର ଲ୍ୟାଣ୍ଡିଂ କରାଇଥିଲି। ଆମେ ଗଣତନ୍ତ୍ରରେ ବିଶ୍ୱାସ କରୁ ବୋଲି ଶୋଭାଯାତ୍ରା ପାଇଁ ଅନୁମତି ଦେଇଥିଲୁ। ହେଲେ ବିଜେପି କେବଳ ମିଛ କଥା କହି ଲୋକଙ୍କୁ ଭୁତାଇବାକୁ ଚେଷ୍ଟା କରୁଛି।”



from Odisha Reporter http://bit.ly/2T6if78

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages