ଆଦିବାସୀ ଝିଅ ସହ ବର୍ଷ ତମାମ ଦୁର୍ଷ୍କମ କରୁଥିଲେ କଂଗ୍ରେସ ନେତା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

ଆଦିବାସୀ ଝିଅ ସହ ବର୍ଷ ତମାମ ଦୁର୍ଷ୍କମ କରୁଥିଲେ କଂଗ୍ରେସ ନେତା!

ଥିରୁଭନନ୍ତପୁରମ: କେରଳର ଜଣେ କଂଗ୍ରେସ ନେତାଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ୱୟାଣ୍ଡା ଜିଲ୍ଲାରେ ରହୁଥିବା ଏହି କଂଗ୍ରେସ ନେତା ଜଣଙ୍କ ତାଙ୍କ ଘରେ କାମ କରୁଥିବା ଜଣେ ଆଦିବାସୀ ଝିଅଙ୍କୁ ଗୋଟିଏ ବର୍ଷରୁ ଅଧିକ ଦିନ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଏହି ଘଟଣା ସାମ୍ନାକୁ ଆସିବା ପରେ ନେତା ଜଣଙ୍କ ଫେରାର ହୋଇଯାଇଛନ୍ତି। ଏହି ନେତା ଜଣଙ୍କ ନାଁ ଓମ୍‌ ଜର୍ଜ ହୋଇଥିବା ବେଳେ ତାଙ୍କ ନାଁରେ ଯୌନ ନିର୍ଯାତନା ଓ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ସେ କଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦକ। ଏହି ଘଟଣା ପରେ କଂଗ୍ରେସ ଓମ୍‌ଙ୍କୁ ଦଳରୁ ନିଲମ୍ବିତ କରିଛି।

୧୭ ବର୍ଷୀୟ ଆଦିବାସୀ ଝିଅ ଜଣଙ୍କ ତାଙ୍କ ସହ ଓମ୍‌ କରିଥିବା କେଳେଙ୍କାରୀ ସମ୍ପର୍କରେ ପ୍ରଥମେ ବାପା ମା’ଙ୍କୁ ଜଣାଇଥିଲେ। ଏହାପରେ ସେମାନେ ଏକ ସ୍ୱେଚ୍ଛାସେବୀ ସଂଗଠନ ସହ ଯୋଗାଯୋଗ କରିଥିଲେ। ସ୍ୱେଚ୍ଛାସେବୀ ସଂଗଠନ ହିଁ ପୁଲିସ୍‌କୁ ଏ ସମ୍ପର୍କରେ ଅବଗତ କରାଇଥିଲା।
ପରିବାର ଲୋକଙ୍କ କହିବା ଅନୁଯାୟୀ, ଓମ୍‌ ସେମାନଙ୍କୁ ଅନେକ ସମୟରେ ଧମକ ଦେବା ସହ ବ୍ଲାକେମଲିଂ କରୁଥିଲେ। ମୁହଁ ବନ୍ଦ ରଖିବାକୁ ଆଉ ଜଣେ କଂଗ୍ରେସ ନେତା ସେମାନଙ୍କୁ ଟଙ୍କା ମଧ୍ୟ ଯାଚିଥିଲେ। ହେଲେ ପରିବାର ଲୋକ ଏହାକୁ ଗ୍ରହଣ କରି ନଥିଲେ। ଗୋଟିଏ ଦିନ ଓମ୍‌ ଆଦିବାସୀ ଝିଅଟିକୁ ଫୋନ୍‌ରେ ଧମକ ଦେବା ବେଳେ ବାପା ଶୁଣିଥିଲେ। ଏହାପରେ ସେମାନେ ଝିଅକୁ ପଚାରିବାକୁ ପୂରା ଘଟଣା ସାମ୍ନାକୁ ଆସିଥିଲା। ଏବେ ପୁଲିସ୍‌ ଫେରାର ଓମ୍‌ଙ୍କୁ ଖୋଜିବା ଆରମ୍ଭ କରିଛି।



from Odisha Reporter http://bit.ly/2SeeKOP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages