ଡିଫେଣ୍ଡିଂ ଚାମ୍ପିୟନ ୱଜନିଆକିଙ୍କୁ ବିଦା କଲେ ସାରାପୋଭା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 18, 2019

ଡିଫେଣ୍ଡିଂ ଚାମ୍ପିୟନ ୱଜନିଆକିଙ୍କୁ ବିଦା କଲେ ସାରାପୋଭା

ମେଲବର୍ଣ୍ଣ: ଅଷ୍ଟ୍ରେଲିଆନ ଓପନରେ ଆଜି ବଡ଼ ବିପର୍ଯ୍ୟୟ ଘଟିଛି। ତୃତୀୟ ରାଉଣ୍ଡରୁ ବିଦାୟ ନେଇଛନ୍ତି ଡିଫେଣ୍ଡିଂ ଚାମ୍ପିୟନ୍‌ କ୍ୟାରୋଲିନା ୱଜନିଆକି। ତାଙ୍କୁ ମାରିଆ ସାରାପୋଭା ପରାସ୍ତ କରି ଏଭଳି ବିପର୍ଯ୍ୟୟ ଘଟାଇଛନ୍ତି।

୩୧ ବର୍ଷୀୟ ସାରାପୋଭା ମ୍ୟାଚ୍‌ ଆରମ୍ଭରୁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ସେ ପ୍ରଥମ ସେଟ୍‌କୁ ୬-୪ରେ ଜିତି ନେଇଥିଲେ। ତେବେ ୱଜନିଆକି ଦ୍ୱିତୀୟ ସେଟ୍‌ରେ କମ୍‌ବ୍ୟାକ୍‌ କରି ୬-୪ରେ ସେଟ୍‌ଟିକୁ ହାତେଇଥିଲେ। ତୃତୀୟ ତଥା ନିର୍ଣ୍ଣାୟକ ସେଟ୍‌ରେ ଦୁଇ ଖେଳାଳି ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ।

ତେବେ ସାରାପୋଭା ବେଶ ଚତୁରତାର ସହ ସର୍ଭିସ ବ୍ରେକ୍‌ କରିବା ସହ ୬-୩ରେ ସେଟ୍‌ଟିକୁ ଜିତି ନେଇଥିଲେ। ଏହି ବିଜୟ ପରେ ସାରାପୋଭା ୪ର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି।



from Odisha Reporter http://bit.ly/2Fy5rU8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages