ଅଧିକ ସମୟ ବସି ରହିଲେ ହୋଇପାରେ ଡାଇବେଟିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 19, 2019

ଅଧିକ ସମୟ ବସି ରହିଲେ ହୋଇପାରେ ଡାଇବେଟିସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ଓ କାମର ଚାପ ପାଇଁ ଜଣେ ବ୍ୟକ୍ତିଙ୍କୁ ଅଫିସ୍‌ରେ ପାଖାପାଖି ୮ରୁ ୧୦ ଘଣ୍ଟା ବସି ରହିବାକୁ ପଡ଼ୁଛି। ଅନେକ ସମୟରେ ଆପଣ ଶୀଘ୍ର କାମ କରିବା ଉଦ୍ଦେଶ୍ୟରେ ଘଣ୍ଟା ଘଣ୍ଟା ଧରି ସିଟ୍‌ ଉପରେ ବସି ରହିଥାନ୍ତି। ଲମ୍ୱା ସମୟ ପର୍ଯ୍ୟନ୍ତ ବସି ରହି ଆପଣ ଠିକ୍‌ ସମୟରେ ନିଜ କାମକୁ ସମାପ୍ତ କରି ଦିଅନ୍ତି ସତ, କିନ୍ତୁ ଆପଣଙ୍କର ଏହି ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାଏ।

ଆପଣଙ୍କ ଅଜାଣତରେ ଆପଣଙ୍କ ଶରୀରରେ ଗମ୍ଭୀର ରୋଗ ଜନ୍ମ ହୋଇଥାଏ। ଏହି କଥାର ସତ୍ୟତା ଅନେକ ଗବେଷଣା ଦ୍ୱାରା କରାଯାଇଛି।
ତେବେ ଆସନ୍ତୁ ଜାଣିବା, ଅଧିକ ସମୟ ଧରି ବସି ରହିଲେ, ଆପଣଙ୍କ ଶରୀରରେ କେଉଁ ସବୁ ରୋଗ ନିଜର କାୟା ବିସ୍ତାର କରିଥାଏ।

  • ହୃଦ୍‌ଘାତ ଜନିତ ସମସ୍ୟା: ଲମ୍ୱା ସମୟ ଧରି ବସି ରହିବା ଦ୍ୱାରା ହୃଦ୍‌ଘାତର ଆଶଙ୍କା ରହିଥାଏ। ପ୍ରକୃତ କଥା ହେଉଛି, ଅଧିକ ସମୟ ବସି ରହିବା ଦ୍ୱାରା ଆମ ଶରୀର ଫ୍ୟାଟ୍‌ ବର୍ଣ୍ଣ କରିପାରି ନ ଥାଏ। ଯେଉଁ କାରଣରୁ ଫ୍ୟାଟି ଏସିଡ୍‌ ଆର୍ଟରିଜ୍‌ରେ ଜମା ହୋଇଥାଏ।
  • ଶରୀରରେ ଯନ୍ତ୍ରଣା: ଯଦି ଆପଣଙ୍କ ବେକ, କାନ୍ଧ ଓ ଅଣ୍ଟାରେ ସବୁବେଳେ ଯନ୍ତ୍ରଣା ହେଉଛି, ତେବେ ଏହା ମଧ୍ୟ ଆପଣ ଅଧିକ ସମୟ ବସି ରହିବା ଯୋଗୁ ହୋଇଥାଏ।
  • ଖରାପ ପୋଶ୍ଚର: ଅଧିକ ସମୟ ବସି ରହିବା ଦ୍ୱାରା ଅଣ୍ଟା ଉପରେ ପ୍ରେସର୍‌ ପଡ଼ିଥାଏ। ଯଦି ଆପଣ ଲମ୍ୱା ସମୟ ଧରି ବସି ଲାପ୍‌ଟପ୍‌ କିମ୍ୱା କମ୍ପ୍ୟୁଟର ବ୍ୟବହାର କରୁଛନ୍ତି, ତେବେ ଆପଣ ଖରାପ ପୋଶ୍ଚର ସିଣ୍ଡ୍ରୋମ୍‌ର ଶିକାର ହୋଇପାରନ୍ତି।
  • ମସ୍ତିଷ୍କ ଉପରେ ପ୍ରଭାବ: ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଅଧିକ ସମୟ ବସି ରହିବା ଦ୍ୱାରା କେବଳ ଶରୀର ନୁହେଁ, ଆପଣଙ୍କ ମସ୍ତିଷ୍କ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ। ୟୁନିଭରସିଟି ଅଫ୍‌ କାର୍ଲିଫର୍ଣ୍ଣିଆର ଗବେଷଣା ଅନୁସାରେ, ଲମ୍ୱା ସମୟ ଧରି ବସି ରହିବା ଦ୍ୱାରା ମସ୍ତିଷ୍କରେ ନୂଆ ମେମୋରୀ ତିଆରି କରୁଥିବା ପାର୍ଟିକଲସ୍‌ ଉପରେ ଖରାପ ପ୍ରଭାବ ପଡ଼ିଥାଏ।
  • ଓଜନ ବଢ଼ିବା: ଏହା ସମସ୍ତଙ୍କୁ ଜଣା ଯେ, ଅଧିକ ସମୟ ବସି ରହିବା ଦ୍ୱାରା ଓଜନ ମଧ୍ୟ ବୃଦ୍ଧି ପାଇଥାଏ।
  • ଡାଇବେଟିସ୍‌ର ବିପଦ: ଡାଇବେଟିସ୍‌ର ମୁଖ୍ୟ କାରଣ ହେଉଛି, ସୁସ୍ଥ ଲାଇଫ୍‌ଷ୍ଟାଇଲ୍‌। ନୋର୍‌ୱିଜିଆନ୍‌ ୟୁନିଭରସିଟି ଅଫ୍‌ ସାଇନ୍ସ୍ ଆଣ୍ଡ୍‌ ଟେକ୍ନୋଲୋଜି(Norwegian University of Science and Technology)ର ଗବେଷଣା ଅନୁସାରେ, ଅଧିକ ସମୟ ବସି ରହିବା ଓ ସୁସ୍ଥ ଲାଇଫ୍‌ଷ୍ଟାଇଲ୍‌ ବିତାଉଥିବା ବ୍ୟକ୍ତି ଖୁବ୍‌ ଶୀଘ୍ର ଡାଇବେଟିସ୍‌ର ଶିକାର ହୋଇଥାନ୍ତି।


from Odisha Reporter http://bit.ly/2QW417b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages