ନିକିତା ଛାତରୁ ପଡ଼ିବା ବେଳେ ତାଙ୍କ ଭାଇ ଓ ବାପା ବି ସେଠାରେ ଥିଲେ: ନଣନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 13, 2019

ନିକିତା ଛାତରୁ ପଡ଼ିବା ବେଳେ ତାଙ୍କ ଭାଇ ଓ ବାପା ବି ସେଠାରେ ଥିଲେ: ନଣନ୍ଦ

Actress-Nikita-12

କଟକ(ଦେବାଶିଷ ମହାନ୍ତି): ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ୍ ନିକିତା ମୃତ୍ୟୁ ଘଟଣାରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ତାଙ୍କ ନଣନ୍ଦ। ନିକିତା ଛାତରୁ ପଡ଼ିବା ବେଳେ ତାଙ୍କ ବାପା ଓ ଭାଇ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ଏବଂ ସମସ୍ତେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ବୋଲି ସେ କହିଛନ୍ତି। ଏହାସହ ନିକିତାଙ୍କ ପରିବାର ଲୋକଙ୍କ ବୟାନରେ ତାଳମେଳ ରହୁନଥିବା ଅଭିଯୋଗ କରି ସେ ଏହାର ତଦନ୍ତ ଦାବି କରିଛନ୍ତି।

ନିକିତାଙ୍କ ନଣନ୍ଦ ସୋନମ୍ କହିଛନ୍ତି, “ଘଟଣା ସମୟରେ ନିକିତା ଓ ମୋ ଭାଇ ଲିପନଙ୍କ ବ୍ୟତୀତ ଛାତ ଉପରେ ତାଙ୍କ ବାପା ଓ ଭାଇ ମଧ୍ୟ ଉପସ୍ଥିତ ଥିଲେ। ଛାତରୁ ସେ ଖସି ପଡୁଥିବା ବେଳେ ଉଦ୍ଧାର କରିବାକୁ ସମସ୍ତେ ଚେଷ୍ଟା କରିଥିଲେ। ଏପରିକି ତାଙ୍କୁ କିଛି ସମୟ ପର୍ଯ୍ୟନ୍ତ ଝୁଲନ୍ତା ଅବସ୍ଥାରେ ଧରି ରଖିଥିଲେ। ମାତ୍ର ତାଙ୍କୁ ରକ୍ଷା କରିବା ସମ୍ଭବ ହୋଇପାରି ନଥିଲା। ସେ ତଳକୁ ଖସି ପଡ଼ିଥିଲେ। ଲିପନ୍ ମୋତେ ଏସବୁ କଥା କହିଛନ୍ତି।”

ସେପଟେ ନିକିତା ନିଜ ଶିଶୁକୁ ଖେଳାଉଥିବା ସମୟର ଏକ ଭିଡିଓ ସାମ୍ନାକୁ ଆସିଛି। ମୃତ୍ୟୁର କିଛି ଦିନ ପୂର୍ବର ଏହି ଭିଡିଓରେ ନିକିତାଙ୍କ ସହ ତାଙ୍କ ସ୍ୱାମୀ ଲିପନ ବି ଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ଗତକାଲି ନିକିତାଙ୍କ ଶାଶୂଘରେ ଚାଉଳିଆଗଞ୍ଜ ପୁଲିସ ତରଫରୁ ଲଟକା ଝୁଲାଯାଇଛି। ନୋଟିସ୍‌ ସତ୍ତ୍ୱେ ଲିପନଙ୍କ ବାପା ଓ ମାଆ ହାଜର ନହେବାରୁ ଏହି ଲଟକା ଝୁଲାଯାଇଥିବା ଡିସିପି ସୂଚନା ଦେଇଛନ୍ତି। ଲଟକାରେ ୧୯ ତାରିଖ ଦିନ ୧୧ଟା ସୁଦ୍ଧା ଉଭୟ ଚାଉଳିଆଗଞ୍ଜ ଥାନାରେ ହାଜର ହେବା ପାଇଁ ନିର୍ଦ୍ଦେଶ ରହିଛି।



from Odisha Reporter http://bit.ly/2QI02Lh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages