ପାକିସ୍ତାନ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ସିରିଜ୍‌ କ୍ଲିନ୍‌ ସୁଇପ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 14, 2019

ପାକିସ୍ତାନ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ସିରିଜ୍‌ କ୍ଲିନ୍‌ ସୁଇପ୍‌

ଜୋହାନେସବର୍ଗ: ପ୍ରଥମ ଦୁଇଟି ଟେଷ୍ଟକୁ ଜିତି ଆଗୁଆ ସିରିଜ୍‌ ହାତେଇଥିବା ଦକ୍ଷିଣ ଆଫ୍ରିକା ତୃତୀୟ ଟେଷ୍ଟ୍‌ରେ ମଧ୍ୟ ପାକିସ୍ତାନ ଉପରେ ନିଜର ଦବଦବା ପ୍ରଦର୍ଶନ କରିଛି। ଘରୋଇ ଦଳ ତୃତୀୟ ଟେଷ୍ଟକୁ ୧୦୭ ରନ୍‌ରେ ଜିତି ୪ର୍ଥ ଦିନରେ ମ୍ୟାଚ୍‌ ଶେଷ କରିଦେଇଛି। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ୩ଟିକିଆ ଟେଷ୍ଟ ସିରିଜ୍‌କୁ ୩-୦ରେ ଜିତି ନେଇଛି।

ଦକ୍ଷିଣ ଆଫ୍ରିକା ଦେଇଥିବା ୩୮୧ ରନ୍‌ର ପିଛା କରି ପାକିସ୍ତାନ ତା’ର ଦ୍ୱିତୀୟ ଇନିଂସ୍‌ରେ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୩ ୱିକେଟ୍‌ ହରାଇ ୧୫୩ ରନ୍‌ କରିଥିଲା। ଆଜି ୪ର୍ଥ ଦିନରେ ଦୁଇ ଅପରାଜିତ ବ୍ୟାଟସ୍‌ମ୍ୟାନ୍‌ ବାବର ଆଜମ ଓ ଅଶଦ ଶୈଫ୍‌ ବେଶ ସତର୍କତାର ସହ ଇନିଂସ୍‌ ଆରମ୍ଭ କରିଥିଲେ।

କିନ୍ତୁ ଡୁଆନ ଅଲିଭିୟର ପ୍ରଥମେ ଆଜମ(୨୨) ଓ ପାକ୍‌ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କୁ କ୍ରମାଗତ ଦୁଇଟି ବଲ୍‌ରେ ଆଉଟ୍‌ କରି ଭ୍ରମଣକାରୀ ଦଳକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ପରେ ଭଲ ଫର୍ମରେ ଥିବା ଅଶଦ ଶୈଫ୍‌ଙ୍କୁ ଭେରନନ୍‌ ଫିଲାଣ୍ଡର ଆଉଟ୍‌ କରିଦେଇଥିଲେ। ସେ ୫୫ ରନ୍‌ର ଇନିଂସ୍‌ ଖେଳିଥିଲେ।

ଏହାପରେ କାଗିସୋ ରାବାଡା ଶେଷ ୩ଟି ୱିକେଟ୍‌ ନେଇ ଦକ୍ଷିଣ ଆଫ୍ରିକାର ବିଜୟ ସୁନିଶ୍ଚିତ କରିଥିଲେ। ପାକିସ୍ତାନ ମାତ୍ର ୧୨୦ ରନ୍‌ରେ ୭ ଜଣ ବ୍ୟାଟସ୍‌ମ୍ୟାନ୍‌ଙ୍କୁ ହରାଇ ୨୭୩ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଫଳରେ ଦକ୍ଷିଣ ଆଫ୍ରିକା ୧୦୭ ରନ୍‌ରେ ମ୍ୟାଚ୍‌ ଜିତିଥିଲା।

ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ତା’ର ପ୍ରଥମ ଇନିଂସରେ ୨୬୨ ରନ୍‌ କରିଥିଲା। ଏହାର ଜବାବରେ ପାକିସ୍ତାନ ୧୮୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଦକ୍ଷିଣ ଆଫ୍ରିକାକୁ ଗୁରୁତ୍ୱପୂର୍ଣ୍ଣ ୭୭ ରନ୍‌ର ଅଗ୍ରଣୀ ମିଳିଥିଲା।

ଦ୍ୱିତୀୟ ଇନିଂସ୍‌ରେ ଦକ୍ଷିଣ ଆଫ୍ରିକା ୩୦୩ ରନ୍‌ କରିଥିଲା। ଫଳରେ ପାକିସ୍ତାନକୁ ବିଜୟ ପାଇଁ ୩୮୧ ରନ୍‌ର ଟାର୍ଗେଟ ମିଳିଥିଲା। ଏହାର ପିଛା କରି ପାକିସ୍ତାନ ମାତ୍ର ୨୭୩ ରନ୍‌ କରିବାକୁ ସକ୍ଷମ ହୋଇଛି।



from Odisha Reporter http://bit.ly/2CjBJ1e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages