ମନ୍ଦିରରେ ପଶି ମା’ଙ୍କ ମୁକୁଟ ନେଇ ପଳାଇଥିଲା, ଧରାପଡ଼ିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 19, 2019

ମନ୍ଦିରରେ ପଶି ମା’ଙ୍କ ମୁକୁଟ ନେଇ ପଳାଇଥିଲା, ଧରାପଡ଼ିଲା

debi

ରାୟଗଡ଼ା(ମନୋଜ କୁମାର ପାତ୍ର): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମନ୍ଦିରରୁ ଚୋରି ଘଟଣା ବଢ଼ୁଛି। ଗତକାଲି ଥେରୁବାଲି ନିକଟସ୍ଥ ଖେଦାପଡ଼ାର ମାଣିକେଶ୍ୱରୀ ମନ୍ଦିରରୁ ମା’ଙ୍କ ଅଢ଼େଇ ଫୁଟ୍‌ ଉଚ୍ଚର ଅଷ୍ଟଧାତୁ ବିଗ୍ରହ ଚୋରି ହେବାର ୨୪ ଘଣ୍ଟା ନ ପୂରୁଣୁ ଆଜି ରାୟଗଡ଼ା ଜଗନ୍ନାଥ ମନ୍ଦିର ପରିସରରେ ଥିବା ବିମଳା ମନ୍ଦିରରୁ ମା’ଙ୍କ ରୁପା ମୁକୁଟ ଚୋରି ହୋଇ ଯାଇଥିଲା। ଅବଶ୍ୟ ପରେ ଚୋରକୁ ଧରା ଯାଇଥିଲା ଓ ତା’ପାଖରୁ ମୁକୁଟ ଉଦ୍ଧାର କରାଯାଇଥିଲା।

mukutଆଜି ସକାଳେ ବିମଳା ମନ୍ଦିରର ପୂଜକ ମା’ଙ୍କ ଆଳତି ସାରି ଥାଳି ଇତ୍ୟାଦି ଧୋଇବାକୁ ଯାଇଥିଲେ। ଏହି ସମୟରେ ଜଣେ ଜରି ଗୋଟାଳି ମନ୍ଦିର ଭିତରେ ପଶି ମା’ଙ୍କ ମୁକୁଟ ଧରି ଛୁ ମାରିଥିଲା। ମା’ଙ୍କ ମୁକୁଟ ନ ପାଇ ପୂଜକ ସ୍ଥାନୀୟ ଲୋକଙ୍କୁ ସୂଚନା ଦେଇଥିଲେ। ଲୋକଙ୍କ ସାହାଯ୍ୟରେ ଖୋଜାଖୋଜି ପରେ ଚୋରକୁ ଧରା ଯାଇଥିଲା ଓ ତା’ ନିକଟରୁ ମୁକୁଟ ବି ମିଳିଥିଲା।

ମନ୍ଦିରର ପୂଜକ ଗିରିଶ ଶେଖର ରଥ କହିଛନ୍ତି,“ମା’ଙ୍କ ଆଳତି ସାରିବା ପରେ ଥାଳି ଧୋଇବାକୁ ବାହାରକୁ ଯାଇଥିଲି। ପରେ ଆସି ଦେଖିଲା ବେଳକୁ ମା’ଙ୍କ ମୁକୁଟ ନଥିଲା। ଜଣେ ଜରି ଗୋଟାଳି ଠାରୁ ମୁକୁଟ ଉଦ୍ଧାର କରାଯାଇଥିଲା। ତାକୁ ପୁଲିସ୍‌କୁ ହସ୍ତାନ୍ତର କରାଯାଇଛି।”

ମିନ୍ଦର ପରିସରରେ ଜଗୁଆଳି ବ୍ୟବସ୍ଥା କରିବାକୁ ପୂଜକ ମାନେ ଦାବି କରିଛନ୍ତି।



from Odisha Reporter http://bit.ly/2T55CJG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages