ନିଖୋଜ ଥିଲେ, ୨୨ ଦିନ ପରେ ମିଳିଲା ଝୁଲନ୍ତା ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

ନିଖୋଜ ଥିଲେ, ୨୨ ଦିନ ପରେ ମିଳିଲା ଝୁଲନ୍ତା ମୃତଦେହ

dead

ମୋହନା (ମିହିର ଜତି): ନବମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ ଗତ ୧୦ ତାରିଖରୁ ନିଖୋଜ ଥିଲେ। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଆଜି ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।

ନାବାଳିକା ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି, ତାହା ଜଣାପଡ଼ି ନାହିଁ। ତେବେ ଝିଅକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ତାଙ୍କ ବାପା ଆର୍‌.ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗକୁ ଭିତ୍ତିକରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୂରା ଘଟଣା ଏମିତି। ଗଜପତି ଜିଲ୍ଲା ରାମଗିରି ଗମାଙ୍ଗ ସାହିର ତ୍ରିନାଥ ଗମାଙ୍ଗଙ୍କ ଝିଅ ଛେଳିଗଡ଼ ଆଦର୍ଶ ବିଦ୍ୟାଳୟରେ ୯ମ ଶ୍ରେଣୀରେ ପଢ଼ନ୍ତି। ଘରଠାରୁ ବିଦ୍ୟାଳୟ ଦୂର ହୋଇଥିବାରୁ ଝିଅକୁ ଏକ ଭଡ଼ା ଘରେ ରଖିଥିଲେ। ଝିଅ ସହିତ ତାଙ୍କର ଆଉ କିଛି ସାଥୀ ମଧ୍ୟ ଥିଲେ। ତେବେ ଡିସେମ୍ୱର ୧୦ ତାରିଖରୁ ଝିଅ କେଉଁ ଆଡ଼େ ଚାଲି ଯାଇଥିଲା। ଏନେଇ ତାଙ୍କ ସାଙ୍ଗମାନେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ବନ୍ଧୁ ବାନ୍ଧବ ଓ ସମ୍ପର୍କୀୟଙ୍କ ଘରେ ଖୋଜିଥିଲେ ମଧ୍ୟ ପାଇନଥିଲେ। ଡିସେମ୍ୱର ୨୪ ତାରିଖରେ ନିଖୋଜ ନେଇ ଝିଅଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମାତ୍ର ଝିଅର ପତ୍ତା ପାଇ ନଥିଲା ପୁଲିସ୍‌।

ଆଜି ଏହି ନାବାଳିକାଙ୍କ ଝୁଲନ୍ତା ମୃତଦେହ ପାତ୍ରବସା ଛକରେ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଏନେଇ ପୁଲିସକୁ ଖବର ଦେଇଥିଲେ।



from Odisha Reporter http://bit.ly/2LKOoyy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages