
ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ର ୧୬ ନମ୍ୱର ଜାତୀୟ ରାଜପଥର ଓଭରବ୍ରିଜ୍ ନିକଟରେ ଏକ ଚାଉଳ ବୋଝେଇ ମିନି ଟ୍ରକ୍ ଓଲଟି ପଡ଼ିଛି। ମିନି ଟ୍ରକ୍ଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଲୋକେ ଚାଉଳ ବସ୍ତା ବୋହି ନେଇ ଯାଉଥିବା ଦେଖିବାକୁ ମିଳିଥିଲା।
ଏହି ମିନି ଟ୍ରକ୍ରେ ସରକାରୀ ଚାଉଳ ବୋଝେଇ ହୋଇଥିଲା ଏବଂ ଏହା ଧାମନଗର ଯାଉଥିଲା।
ବାହାନଗା ନିକଟରେ ଚକା ଫାଟି ଯିବାରୁ ମିନି ଟ୍ରକ୍ଟି ଓଲଟି ପଡ଼ିଥିଲା। ଫଳରେ ଚାଉଳ ବସ୍ତା ଗୁଡ଼ିକ ତଳେ ପଡ଼ି ଯାଇଥିଲା। କିଛି ସ୍ଥାନୀୟ ଲୋକ ଚାଉଳ ବସ୍ତା ଗୁଡ଼ିକୁ ମୋଟର ସାଇକେଲ୍ରେ ବୋହି ନେଇଥିବା ଦେଖିବାକୁ ମିଳିଥିଲା।
ଖନ୍ତାପଡ଼ା ପୁଲିସ୍ ଦୁର୍ଘଟଣାଗ୍ରସ୍ତ ମିନି ଟ୍ରକ୍ର ଡ୍ରାଇଭରଙ୍କୁ ଅଟକ ରଖିଛି। ଏଥିସହ ଏହି ଚାଉଳ ଚୋରା କି ନୁହେଁ, ତା’ର ତଦନ୍ତ କରୁଛି।
from Odisha Reporter http://bit.ly/2SPGUNe
No comments:
Post a Comment