ବିରାଟଙ୍କ ଫଟୋ ଦେଖି ଫିଡ଼ିକି ଗଲେ ଫ୍ୟାନ୍‌; ଲେଖିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 13, 2019

ବିରାଟଙ୍କ ଫଟୋ ଦେଖି ଫିଡ଼ିକି ଗଲେ ଫ୍ୟାନ୍‌; ଲେଖିଲେ ଏମିତି କଥା

viruska

ନୂଆଦିଲ୍ଲୀ: ସିଡ୍‌ନୀରେ ପ୍ରଥମ ଦିନିକିଆରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଠାରୁ ପରାଜିତ ହେବା ପରେ ଅଧିନାୟକ ବିରାଟ କୋହଲି ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ବେଶ୍ ଭଲ ସମୟ ଅତିବାହିତ କରିଥିଲେ। ସେ ଅନୁଷ୍କାଙ୍କ ସହିତ ତାଙ୍କର ଏକ ଫଟୋ ଟ୍ୱିଟ୍ କରିଥିଲେ। ଫଟୋଟି ଅଷ୍ଟ୍ରେଲିଆର କୌଣସି ଗ୍ରାମାଞ୍ଚଳରେ ଉଠାଯାଇଛି। ଏଥିରେ ଦୁହେଁ ଖୁବ୍ ଖୁସିଥିବା ଜଣାପଡ଼ୁଛନ୍ତି।

ତେବେ ବିରାଟଙ୍କ ଏହି ଟ୍ୱିଟ୍‌କୁ ନେଇ ତାଙ୍କ ଫ୍ୟାନ୍‌ମାନେ ଖୁସି ନଥିବା ଜଣାପଡ଼ିଛି। କାରଣ ସେମାନେ ଏ ଫଟୋ ଦେଖିବା ପରେ କ୍ରିକେଟ୍ ଉପରେ ଫୋକସ୍ କରିବା ପାଇଁ ତାଙ୍କୁ ପରାମର୍ଶ ଦେଇଛନ୍ତି। କେହି କେହି ଲେଖିଛନ୍ତି କ୍ରିକେଟ୍ ଉପରେ ଧ୍ୟାନ ଦିଅ ଓ ଆଡେଲେଡ୍ କିପରି ଦ୍ୱିତୀୟ ଦିନିକିଆ ଜିତିବ, ସେଥିପାଇଁ ଚିନ୍ତା କର। କେହି କେହି ଏ ଫଟୋ ଦେଖିବା ପରେ ତାଙ୍କୁ ବ୍ୟଙ୍ଗ ମଧ୍ୟ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଲେଖିଛନ୍ତି- ଦ୍ୱିତୀୟ ଦିନିକିଆ ପାଇଁ ଭଲ ପ୍ରସ୍ତୁତି ଚାଲିଛି!

ଜଣେ ଫ୍ୟାନ୍ ଲେଖିଛନ୍ତି- ଭାଇ ଦୟାକରି ଦ୍ୱିତୀୟ ଦିନିକିଆରେ ଭଲ ଖେଳିବ। ପର୍ଥରେ ଶତକ ମାରିବା (ଟେଷ୍ଟରେ) ଆପଣ ୧୭,୮୧,୦,୨୮,୩ ଭଳି ସ୍କୋର କରିଛନ୍ତି।

ପ୍ରଥମ ଦିନିକିଆରେ ଭାରତ ୩୪ ରନ୍‌ରେ ଅଷ୍ଟ୍ରେଲିଆଠାରୁ ହାରି ଯାଇଥିଲା। ଏହି ମ୍ୟାଚ୍‌ରେ ବିରାଟ ତାଙ୍କ ଫ୍ୟାନ୍‌ମାନଙ୍କୁ ନିରାଶ କରିଥିଲେ। ସେ ମାତ୍ର ୩ ରନ୍ କରି ଆଉଟ୍ ହୋଇଯାଇଥିଲେ।

ତିନିଟି ମ୍ୟାଚ୍ ବିଶିଷ୍ଟ ଏହି ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲି ଖେଳା ଯିବ। ଶୁକ୍ରବାର ମେଲବର୍ଣ୍ଣରେ ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ।
ଦିନିକିଆ ସିରିଜ୍ ପୂର୍ବରୁ ଟେଷ୍ଟ୍ ସିରିଜ୍ ଖେଳା ଯାଇଥିଲା। ୪ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍‌କୁ ଭାରତ ୨-୧ରେ ଜିତିଥିଲା। ୭୨ ବର୍ଷରେ ପ୍ରଥମ ଥର ଭାରତ ସେଠାରେ ଟେଷ୍ଟ ସିରିଜ୍ ଜିତି ଇତିହାସ ରଚିଛି।



from Odisha Reporter http://bit.ly/2QMkXN8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages