ଲକ୍ଷ୍ନୌରେ ପ୍ରିୟଙ୍କାଙ୍କ ରାତିଅଧିଆ ବୈଠକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 13, 2019

ଲକ୍ଷ୍ନୌରେ ପ୍ରିୟଙ୍କାଙ୍କ ରାତିଅଧିଆ ବୈଠକ

ନୂଆଦିଲ୍ଲୀ: ମେ’ ମାସରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ଉତ୍ତରପ୍ରଦେଶ ଦାୟିତ୍ୱ ନେଇଥିବା ପ୍ରିୟଙ୍କା ଗାନ୍ଧି ଭଦ୍ରା ରାତିସାରା ବୈଠକ କରିଥିବା ଜଣାଯାଇଛି। ଭୋର ୫.୩୦ରେ ସେ ବୈଠକ ସାରିବା ପରେ ଏହି ନବନିଯୁକ୍ତ ସାଧାରଣ ସମ୍ପାଦକ କହିଥିଲେ, “ନିର୍ବାଚନ ସବୁ କେମିତି ଜିତିହେବ ସେନେଇ ମୁଁ କର୍ମୀମାନଙ୍କ ମତ ନେଉଥିଲି।”

ସେ ୧୨ଟି ଲୋସଭା ନିର୍ବାଚନ ମଣ୍ଡଳୀରୁ ଆସିଥିବା ଜିଲ୍ଲା ସଭାପତି ଏବଂ କର୍ମୀମାନଙ୍କୁ ଭେଟିଥିଲେ। ଉଲ୍ଲେଖନୀୟ ବିଷୟ ହେଉଛି ତାଙ୍କ ପରିବାରର ଲୋକେ ଦୀର୍ଘଦିନ ଧରି ପ୍ରତିନିଧିତ୍ୱ କରି ଆସୁଥିବା ଆମେଥି ଏବଂ ରାଏବରେଲୀ ଆସନରୁ ମଧ୍ୟ କର୍ମୀ ଆସିଥିଲେ। ମଙ୍ଗଳବାର ଅପରାହ୍ଣରେ ପ୍ରିୟଙ୍କା ଲକ୍ଷ୍ନୌ ପହଞ୍ଚିବା ପରେ ଏହି ମାରାଥନ୍‌ ବୈଠକ ଆରମ୍ଭ ହୋଇଥିଲା। ସେ ବୈଠକ ପରେ କହିଥିଲେ, “ମୁଁ ସଂଗଠନ ବାବଦରେ ବହୁତ କିଛି ଶିଖୁଛି। ଏହାର ଗଠନଶୈଳୀ ଏବଂ ଏଥିରେ ଅଣାଯିବାକୁ ଥିବା ପରିବର୍ତ୍ତନ ବାବଦରେ ଶିଖୁଛି।”

ସୂଚନାଯୋଗ୍ୟ ଯେ, ଜୟପୁରରେ ଇଡି ନିକଟରେ ହାଜର ହେବାକୁ ଥିବା ତାଙ୍କ ସ୍ୱାମୀ ରବର୍ଟ ଭଦ୍ରା ଏବଂ ଶାଶୁଙ୍କୁ ସେ ଛାଡ଼ିବାକୁ ଯାଥିବାରୁ ଏଠାରେ ପହଞ୍ଚିବାକୁ ଡେରି ହୋଇଥିଲା। ତେଣୁ ସେ ସେହି କଥା ମଧ୍ୟ ଉଲ୍ଲେଖ କରିଥିଲେ।

ଏହି ଅବସରରେ ଉପସ୍ଥିତ କର୍ମୀମାନଙ୍କୁ ଫିଡବାକ୍‌ ଫର୍ମ ଭରିବାକୁ କୁହାଯାଇଥିଲା। ଯେଉଁଥିରେ ଏଥିରେ ଜାତି ଓ ଉପଜାତି ଆଦି ପଚରାଯାଇଥିଲା। ଆଉ ଏକ ପ୍ରଶ୍ନ ଥିଲା ହ୍ୱାଟ୍ସଆପ୍‌ ଏବଂ ଟ୍ୱିଟର ଅଛି କି, ଯଦି ହଁ ନମ୍ବର ଓ ଟ୍ୱିଟର ହ୍ୟାଣ୍ଡଲର ଭରିବାପାଇଁ ମଧ୍ୟ ଶୂନ୍ୟସ୍ଥାନ ରଖାଯାଇଥିଲା।



from Odisha Reporter http://bit.ly/2tlmu3x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages